ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟ


ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟ

ପୁରୀ,୧୬/୭:ପୁରୀ ରଥଯାତ୍ରାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ୯ପ୍ରକାରର ସେବାକାର୍ଯ୍ୟ ଅନୁଷ୍ଠିତ ହେଉଅଛି । ରଥଯାତ୍ରା ଦିନ ସକାଳ ୮,୩୦ମିନିଟରେ ଭୋଳାନାଥ ବିଦ୍ୟାଳୟ ନିକଟରେ ଥିବା ସମିତିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ସମୁଖରେ ପ୍ରତି ସେବା କାମରେ ସହଯୋଗ କରୁଥିବା ସ୍ୱୟଂସେବକ ବନ୍ଧୁମାନଂକୁ ନେଇ ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, କ୍ଷେତ୍ର ସେବା ପ୍ରମୁଖ ଦିପକ କୁମାର ରାଉତ, ଏବଂ ସମିତିର ସମ୍ପାଦକ ଭି.କୃଷ୍ଣ ଗୋପାଳ ପ୍ରଦୀପ ପ୍ରଜ୍ୱଳନକରି ସେବାକାର୍ଯ୍ୟ ଉଦ୍‌ଘାଟନ କରିଥିଲେ ।

ଆହତ ଓ ମୂର୍ଚ୍ଛିତମାନଙ୍କୁ ଚିକିତ୍ସାଳୟରେ ଭର୍ତି କରିବା, ଆମ୍ବୁଲାନ୍ସ ଯିବାଆସିବା ନିମନ୍ତେ ଭିଡ ଭିତରେ ଆମ୍ବୁଲାନ୍ସ ପାଇଁ ମାନବୀୟ ରାସ୍ତା(ହ୍ୟୁମାନ ଚେନ) ନିର୍ମାଣକରି ରୋଗୀମାନଙ୍କୁ ଭିଡ ମଧ୍ୟରୁ ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସାଳୟରେ ପହଞ୍ଚାଇବା, ବଡଦାଣ୍ଡରେ ଯେଉଁ ଭକ୍ତମାନେ ଅସୁସ୍ଥ ହୋଇ ପଡୁଥିଲେ ସେମାନଙ୍କୁ ଷ୍ଟ୍ରେଚର ମାଧ୍ୟମରେ ଆମ୍ବୁଲାନ୍ସ ନିକଟକୁ ନେଇଯିବା ଏବଂ ତୁରନ୍ତ ସେମାନଙ୍କୁ ଚିକିତ୍ସାଳୟରେ ପହଁଚାଇବା,ଚିକିତ୍ସାଳୟରେ ଆହତମାନଙ୍କୁ ଡାକ୍ତର ନିକଟକୁ ନେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ସ୍ୱୟଂସେବକମାନେ ଶୃଙ୍ଖଳାର ସହିତ ସୁଚାରରୂପେ ସଂପାଦନ କରିଥିଲେ ।

ଚଳିତ ବର୍ଷ ଆମ୍ବୁଲାନ୍ସ କରିଡ଼ର, ଆମ୍ବୁଲାନ୍ସ ସେବା, ଷ୍ଟ୍ରେଚର ସେବା,ଟ୍ରାଫିକସେବା, ଜଳ ବିତରଣ, ଜଳ ସିଞ୍ଚନ, ହସ୍ପିଟାଲ ସେବା, ବଡଦାଣ୍ଡ ସଫାଇ,ପ୍ରାଥମିକ ଚିକିତ୍ସା ଅନ୍ତର୍ଭୁକ୍ତ । ଏଥିରେ ମୋଟେ ୧୮୦୦ ଉର୍ଦ୍ଧ୍ୱ ସ୍ୱୟଂସେବକ କାର୍ଯ୍ୟରତ । ଆହତ ଭକ୍ତମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ୨ଟି ଆମ୍ବୁଲାନ୍ସରେ ୨ଟି ପର୍ଯ୍ୟାୟରେ ୪୦ଜଣ, ଜଳ ବଣ୍ଟନ ପାଇଁ ୧୦ଟି ସ୍ଥାନରେ ୨ଟି ପର୍ଯ୍ୟାୟରେ ୫୦ଜଣ, ଜଳ ସିଞ୍ଚନରେ ୧୦ଟି ସ୍ପ୍ରେୟାରରେ ୨ଟି ପର୍ଯ୍ୟାୟରେ ୫୦ଜଣ, ୧୦ଟି ଷ୍ଟ୍ରେଚର ପାଇଁ ୨ଟି ପର୍ଯ୍ୟାୟରେ ୮୦ଜଣ ଏବଂ ୨ଟି ମେଡିକାଲରେ ୨୦୦ଜଣ, ବଡ଼ଦାଣ୍ଡ ସଫେଇ ପାଇଁ ୪୦୦ଜଣ, ପ୍ରାଥମିକ ଚିକିତ୍ସା ପାଇଁ ୪ଜଣ ଡାକ୍ତର, ୨ଜଣ ଫାର୍ମାସିଷ୍ଟି, ୪ଜଣ ସହଯୋଗୀ ମୋଟ ୧୦ଜଣ, ରଥ ସମ୍ମୁଖରୁ ମେଡିକାଲ ଛକ ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ସୁବିଧାରେ ଆସିକୁ କରିଡର ପାଇଁ ୧୦୦୦ଜଣ ନିୟୋଜିତ ଥିଲେ । ପ୍ରାଥମିକ ଚିକିତ୍ସା ସେବା ରଥ ଯାତ୍ରା ଦିନ ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *