ବାଲିଚନ୍ଦ୍ରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଓ ଚାରାରୋପଣ

ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦୁଇ ଦିନ ଧରି ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ସତ୍ୟାନନ୍ଦ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ପ୍ରାୟ ୧୧୧ଟି ବିଜ୍ଞାନ ଓ ଗଣିତ ଆଧାରିତ ପ୍ରକଳ୍ପ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ଥାନିତ ହୋଇଥିଲା । ଏଥିସହିତ ବିଜ୍ଞାନ ପ୍ରଶ୍ନମଂଚ, ଗଣିତ ପ୍ରଶ୍ନମଂଚ, ସାଂସ୍କୃତିକ ଜ୍ଞାନ ପ୍ରଶ୍ନମଂଚ ଏବଂ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଉଦ୍‌ଘାଟକ ଭାବେ ଖଡ଼ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଜ କିଶୋର ମିଶ୍ର ଯୋଗଦେଇଥିବା ବେଳେ ଦ୍ୱିତୀୟ ଦିବସରେ ଉଦ୍‌ଘାଟକ ଭାବେ ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପରିଡ଼ା ଯୋଗଦାନ କରିଥିଲେ । ଉଦ୍‌ଯାପନି ଉତ୍ସବରେ ପରିଚାଳନା ସମିତିର ସଭାପତି ଡ଼ଃ ବସନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ନାରାୟଣ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଉତ୍କଳ କେଶରୀ ବଳସାମନ୍ତ, ନିରଞ୍ଜନ ମହାନ୍ତି, ଉପଦେଷ୍ଟା ଶରତ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *