Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏୱାଇ)ର ଶୁଭାରମ୍ଭ ଠାରୁ ଏବେ ସୁଦ୍ଧା ୨୩.୨ଲକ୍ଷ କୋଟି ଟଙ୍କାର ୪୦.୮୨କୋଟିରୁ ଅଧିକ ଋଣ ମଞ୍ଜୁର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏୱାଇ)ର ଶୁଭାରମ୍ଭ ଠାରୁ ଏବେ ସୁଦ୍ଧା ୨୩.୨ଲକ୍ଷ କୋଟି ଟଙ୍କାର ୪୦.୮୨କୋଟିରୁ ଅଧିକ ଋଣ ମଞ୍ଜୁର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରିଥିଲେ । ଯୋଜନାର ଉଦେ୍ଦଶ୍ୟ ହେଉଛି ଆୟ ସୃଷ୍ଟିକାରୀ ଗତିବିଧି ନିମନ୍ତେ ଅଣକର୍ପୋରେଟ, ଅଣ-କୃଷି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହଜରେ ଯୋଗାଇ ଦେବା । ‘ପିଏମଏମୱାଇ’ ଅଧୀନରେ ସଦସ୍ୟ ଋଣଦାତା ସଂସ୍ଥା (ଏମଏଲଆଇ) ଯଥା ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଆର୍ଥôକ କମ୍ପାନୀ (ଏନବିଏଫସି), ସୂକ୍ଷ୍ମ ଆର୍ଥôକ ପ୍ରତିଷ୍ଠାନ (ଏମଏଫଆଇ) ଏବଂ ଅନ୍ୟ ଆର୍ଥôକ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ । ପିଏମଏମୱାଇର ସଫଳ ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଏହି ଯୋଜନା ବଳରେ ସୂକ୍ଷ୍ମ ଉଦ୍ୟୋଗ ପାଇଁ ସହଜରେ ଓ ବାଧାମୁକ୍ତ ଋଣ ଯୋଗାଇ ଦେବା ସମ୍ଭବ ହୋଇପାରିଛି । ଏହାଦ୍ୱାରା ଅଧିକ ସଂଖ୍ୟାରେ ଯୁବ ଉଦ୍ୟୋଗୀମାନଙ୍କୁ ନିଜ ବ୍ୟବସାୟର ଶୁଭାରମ୍ଭ କରିବାରେ ସହାୟତା ମିଳିଛି । ପିଏମଏମୱାଇର ତଥ୍ୟ ସନ୍ଦର୍ଭରେ ଶ୍ରୀମତୀ ସୀତାରମଣ କହିଥିଲେ, ‘‘ଏହି ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି ୨୪.୦୩.୨୦୨୩ ପର୍ଯ୍ୟନ୍ତ ୪୦.୮୨ କୋଟି ଋଣ ଆକାଉଣ୍ଟରେ ପାଖାପାଖି ୨୩.୨ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ ୬୮% ଆକାଉଣ୍ଟ ମହିଳା ଉଦ୍ୟୋଗୀଙ୍କର ହୋଇଥିବା ବେଳେ ୫୧% ଆକାଉଣ୍ଟ ଏସସି/ ଏସଟି ଏବଂ ଓବିସି ଶ୍ରେଣୀର ଉଦ୍ୟୋଗୀଙ୍କ ନାମରେ ରହିଛି । ଏହା ଦର୍ଶାଉଛି ଯେ ଦେଶର ନୂଆ ଉଦ୍ୟୋଗୀଙ୍କୁ ସହଜରେ ଋଣ ଉପଲବ୍ଧତା ଦ୍ୱାରା ଋଣର ଉପଲବ୍ଧତା ଫଳରେ ନବସୃଜନ ଏବଂ ପ୍ରତି ବ୍ୟକ୍ତି ଆୟରେ ନିରନ୍ତର ବୃଦ୍ଧି ହୋଇଛି ।’’ ଏମଏସଏମଇ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦ ବିକାଶ ଉପରେ ଆଲୋକପାତ କରି ଅର୍ଥ ମନ୍ତ୍ରୀ କହିଥିଲେ, ‘‘ଏମଏସଏମଇର ବିକାଶ ‘ମେକ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବ୍ୟାପକ ଯୋଗଦାନ ଦେଇଛି କାରଣ ଦୃଢ଼ ଘରୋଇ ଏମଏସଏମଇ ବଳରେ ଘରୋଇ ବଜାର ସହିତ ରପ୍ତାନି ଲାଗି ମଧ୍ୟ ସ୍ୱଦେଶରେ ଉତ୍ପାଦନ ଖୁବ୍ ଅଧିକ ବଢ଼ିଯାଇଛି । ପିଏମଏମୱାଇ ଯୋଜନା ବଳରେ ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ରୋଜଗାର ସୁଯୋଗ ସୃଷ୍ଟିରେ ସହାୟତା ମିଳିଛି ଏବଂ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ କିଷାନରାଓ କରାଡ଼ କହିଛନ୍ତି, ‘‘ପିଏମଏମୱାଇର ଉଦେ୍ଦଶ୍ୟ ଦେଶରେ ଲଘୁ ଉଦ୍ୟୋଗଗୁଡ଼ିକୁ ବନ୍ଧକମୁକ୍ତ ଋଣ ବାଧାମୁକ୍ତ ଭାବେ ଯୋଗାଇ ଦେବା ସୁନିଶ୍ଚିତ କରିବା । ଏହା ଜରିଆରେ ସମାଜରେ ଋଣରୁ ବଞ୍ଚିତ ଏବଂ ଅତ୍ୟନ୍ତ ସୀମିତ ଋଣ ପାଉଥିବା ବର୍ଗଙ୍କୁ ସଂସ୍ଥାଗତ ଋଣର ଢାଞ୍ଚା ମଧ୍ୟକୁ ଅଣାଯାଇଛି । ‘ମୁଦ୍ରା’କୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ ନୀତି ବଳରେ ଲକ୍ଷାଧିକ ଏମଏସଏମଇ ଉଦ୍ୟୋଗ ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇସାରିଛନ୍ତି ଏବଂ ଏହାଦ୍ୱାରା ସେମାନଙ୍କୁ ମନଇଚ୍ଛା ସୁଧ ଦରରେ ଋଣ ଦେଉଥିବା ସାହୁକାରମାନଙ୍କ କବଳରୁ ବାହାରକୁ ବାହାରିବାରେ ସହାୟତା ମିଳିଛି ।

Leave a Reply