ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ


ଭୁବନେଶ୍ୱର: ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଶ୍ରମ ଆଇନ ଖିଲାପ କରୁଥିବା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭା ସମ୍ମୁଖରେ ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ଶୁକ୍ରବାର ବିକ୍ଷୋଭ କରାଯାଇଥିଲା । ସଂଘର ଏକ ପ୍ରତିନିଧୂମଣ୍ଡଳୀ ଶ୍ରମ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ, ଶ୍ରମ ଆୟୁକ୍ତଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ
ସମ୍ପାଦକ ସତ୍ୟବ୍ରତ ପରିଡ଼ା, ଜିଲା ସମ୍ପାଦକ ପ୍ରଭୁବର, କୋଷାଧ୍ୟକ୍ଷ ସବିତା ସାହୁ, ଚନ୍ଦ୍ରଶେଖର ସାହୁ, ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ
ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ସାମଲ, ରବୀନ୍ଦ୍ର ବେହେରା ପ୍ରମୁଖ ଜଗତପୁର ଶିଳ୍ପାଞ୍ଚଳ
କାର୍ଯ୍ୟରତ ଶ୍ରମିକଙ୍କୁ ବକେୟା ଦରମା, ଗ୍ରାଚ୍ୟୁଟି ବୋନସ୍ ସମେତ ଅନ୍ୟାନ୍ୟ ଶ୍ରମ ଆଇନ ମୁତାବକ ସୁବିଧା ସୁଯୋଗ ପ୍ରଦାନ ଦାବିରେ
କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି (ବିମଲ ଗ୍ରୁପ୍) କମ୍ପାନୀ ଫାଟକ ନିକଟରେ ୫୨୦ ଦିନ ଧରି ଧାରଣାରେ ବସି ରହିଛନ୍ତି। ଶ୍ରମିକଙ୍କୁ ବକେୟା ଦେଉନଥିବା କର୍ମଚାରୀମାନେ ଉକ୍ତ କମ୍ପାନୀର ମାଲିକ, ଲେବର ଆୟୁକ୍ତ ଓ ଜିଲା ଶ୍ରମ ଅଧିକାରୀଙ୍କୁ ଲିଖତ ଜଣାଇଛନ୍ତି। ହେଲେ କମ୍ପାନୀ ପକ୍ଷରୁ ଶ୍ରମିକଙ୍କୁ
ଆଇନଗତ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ। ଫଳରେ କର୍ମଚାରୀ ମାନଙ୍କ ଅସନ୍ତୋଷ ତେଜିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *