କେନ୍ଦୁଝର ବିଶ୍ବହିନ୍ଦୁ ପରିଷଦର ଜିଲା କାର୍ଯ୍ୟକାରିଣୀର ସାଧାରଣ ବୈଠକ


କେନ୍ଦୁଝର ସଦର: କେନ୍ଦୁଝର ବିଶ୍ବହିନ୍ଦୁ ପରିଷଦର ଜିଲା କାର୍ଯ୍ୟକାରିଣୀର ସାଧାରଣ ବୈଠକ କାଶୀପୁର ସ୍ଥିତ ବିଶ୍ୱହିନ୍ଦୁ ପରିଷଦ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲା ସଭାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁଝର ଜିଲାର ୧୧ଟି ପ୍ରଖଣ୍ଡର କାର୍ଯ୍ୟକାର୍ତ୍ତା ଯୋଗ ଦେଇଥିଲେ । ଏହି ବୈଠକରେ ଆଗାମୀ ଛଅ ମାସ ପାଇଁ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଚୂଡାନ୍ତ କରାଯାଇଥିଲା । ଏହି ବୈଠକରେ ପ୍ରତ୍ୟେକ ପ୍ରଖଣ୍ଡ, ଖଣ୍ଡ, ପଞ୍ଚାୟତ ସ୍ତରୀୟ କାର୍ଯ୍ୟକାର୍ତ୍ତାଙ୍କ ପାଇଁ କାର୍ଯ୍ୟ ପ୍ରଣାଳୀ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ଶେଷରେ ଭୁବନେଶ୍ବର ସ୍ଥିତ କିଟ ବିଶ୍ବବିଦ୍ୟାଳୟ ମଧ୍ୟରେ ଅଧ୍ୟୟନରତ ନେପାଳର ଛାତ୍ରୀ ପ୍ରକ୍ରିତି ଲାମସାଲଙ୍କ ସନ୍ଦେହ ଜନକ ମୃତ୍ୟୁ ଓ ପରେ ପରେ ନେପାଳରୁ ଆସି ପଢୁଥ‌ିବା ଛାତ୍ରଛାତ୍ରୀଙ୍କ ପାଇଁ ସାଇନଡାଇ ଘୋଷଣା ଦେଶ ତଥା ରାଜ୍ୟର ଛବିକୁ ଖରାପ କରିଛି । କାହିଁକି ଓ କେଉଁ ପରିସ୍ଥିତିରେ ମହିଳା ୱାର୍ଡ଼ନ ଓ କିଛି ସୁରକ୍ଷାକର୍ମୀ ଛାତ୍ରଛାତ୍ରୀ ଙ୍କୁ ଧମକ ଦେବାସହିତ ମାଡ଼ ମାରିବା ଦୃଶ୍ୟ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ତଥା ସେମାନଙ୍କୁ ଜୋର ଜବରଦସ୍ତି ଅମାନୁଷିକ ଭାବରେ ନେଇ ଭୁବନେଶ୍ବର ବଦଳରେ କଟକ ରେଳ ଷ୍ଟେସନରେ ଅଖୁଆ ଅପିଆ ଛାଡ଼ିଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଥିବା ନେଇ ଏକ ନିନ୍ଦା ପ୍ରସ୍ତାବ କିଟ ମାଲିକ ଅଚ୍ୟୁତ ସାମନ୍ତଙ୍କ ପାଇଁ ଆଗତ କରଯାଇଥିଲା। ଏହି ପ୍ରତିବାଦରେ ବଜରଙ୍ଗ ଦଳ ପ୍ରମୁଖ କେନ୍ଦୁଝର ଜିଲା ପକ୍ଷରୁ ଦୁର୍ଯ୍ୟୋଧନ ମହାନ୍ତଙ୍କ ନେତୃତ୍ବରେ ଅଚ୍ୟୁତ ସାମନ୍ତଙ୍କ ଉପରେ ନିନ୍ଦା ପ୍ରସ୍ତାବ ଆଗତ ସହ ମୃତ ଛାତ୍ରୀ ପ୍ରକ୍ରିତି ଲାମସାଲଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।ଶାନ୍ତିପାଠ ସହ ବୈଠକ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ସ୍ଵପ୍ଟେଶ୍ଵର ସାହୁ, ପ୍ରାନ୍ତ ବିଶେଷ ସମ୍ପର୍କ ପ୍ରମୁଖ ମଦନ ମୋହନ ଦ୍ବିବେଦୀ, ସହ ସମ୍ପର୍କ ପ୍ରମୁଖ ବସନ୍ତ କୁମାର ଡାନି, ଜିଲା ସହ ସମ୍ପାଦକ କେଦାର ନାଥ ଦାଶ, ନଗର ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି, ନଗର ସମ୍ପାଦକ ସୁବ୍ରତ ମହାନ୍ତି, ପ୍ରଚାର ପ୍ରସାର ସଂଯୋଜକ ସତ୍ୟଜିତ ସାମନ୍ତରାୟ, ରଞ୍ଜନ କୁମାର ସାହୁ, ଉଦୟନାଥ ବେହେରା, ମାଗୁଣି ଚରଣ ବାରିକ, ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟ କାରିଣୀ ସହ ପ୍ରାନ୍ତ ସେବା ପ୍ରମୁଖ ମାମିନା ରାଢୁସ, ପ୍ରମୁଖ ପରିଚାଳନା କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରଖଣ୍ଡର ସଭାପତି ସମ୍ପାଦକ ପ୍ରମୁଖ ଯୋଗ ଦେଇ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *