ସଂଘର ସ୍ୱୟଂସେବକମାନେ ନାମ ଏବଂ ଖ୍ୟାତିର ଚିନ୍ତା ନକରି କଠିନ ପରିସ୍ଥିତିରେ ମଧ୍ୟ ସେବା କରନ୍ତି – ଆଲୋକ କୁମାର ଜୀ

ପଞ୍ଚ ପରିବର୍ତ୍ତନ – ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ।

ପାଟନା, ୮ ଏପ୍ରିଲ, ୨୦୨୬। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ଯବାହ ଆଲୋକ କୁମାର କହିଛନ୍ତି ଯେ ସଂଘ  ଶତାବ୍ଦୀ ବର୍ଷରେ ପଞ୍ଚ ପରିବର୍ତ୍ତନର  କାର୍ଯ୍ୟକ୍ରମ ନିର୍ଦ୍ଧରିତ କରିଛି। ଏହି ପଞ୍ଚ ପରିବର୍ତ୍ତନ ହେଉଛି: ସ୍ବବୋଧ ତଥା ସ୍ୱଦେଶୀ ଉତ୍ପାଦର ବ୍ୟବହାର, କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ପରିବେଶ ସୁରକ୍ଷା ଏବଂ ନାଗରିକ କର୍ତ୍ତବ୍ୟ । ଏହି ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ଏବଂ ରାଷ୍ଟ୍ର ସଶକ୍ତ ହେବ। କେବଳ ଏହି ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ଏକ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ସାକାର ହୋଇପାରିବ।

ସଂଘର ଶତବ୍ଦୀ  ବର୍ଷ  ଅବସରରେ  ପାଟନାର ବିଜୟ ନିକେତନରେ ଆୟୋଜିତ ପ୍ରମୁଖ ଜନ ଗୋଷ୍ଠୀରେ ବଦ୍ରିନାଥ ଉପଭାଗର ପ୍ରମୁଖ ବ୍ୟକ୍ତିମାନେ ଏହି କାର୍ଯ୍ଯକ୍ରମରେ ଯୋଗ  ଦେଇଥିଲେ।  ଏହି କାର୍ଯ୍ଯକ୍ରମରେ ସହ-ସରକାର୍ଯ୍ଯବାହ କହିଥିଲେ ଯେ ପ୍ରକୃତିର ବିକାଶରେ ସମସ୍ତଙ୍କର ବିକାଶ । ଭାରତୀୟ ସଂସ୍କୃତିରେ ପ୍ରକୃତିକୁ ମାତା ଭାବରେ ବିବେଚନା କରାଯାଏ। ପ୍ରକୃତି ବିନା କୌଣସି ବିକାଶ ସମ୍ଭବ ନୁହେଁ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ଆମର ସ୍ଲୋଗାନ ହେଉଛି: “ଗଛ ଲଗାଅ, ପାଣି ବଞ୍ଚାଅ ଏବଂ ପ୍ଲାଷ୍ଟିକ୍ ହଟାଅ ।”

ସେ କହିଥିଲେ ଯେ ସଂସ୍କାରର ପ୍ରଥମ ପାଠଶାଳା ହେଉଛି ନିଜ ପରିବାର। ଯଦି ପରିବାର ଶକ୍ତିଶାଳୀ ହେବ, ତେବେ ସମାଜ ଶକ୍ତିଶାଳୀ ହେବ। ଆଜି ଏକଲ ପରିବାର, ପିଢ଼ିଗତ ଦ୍ୱନ୍ଦ୍ୱ ଏବଂ ନୈତିକ ଶୂନ୍ୟତା ଚିନ୍ତାର ବିଷୟ। ଭାରତୀୟ ସଂସ୍କୃତିରେ ପରିବାର କେବଳ ଏକ ସୁବିଧା ନୁହେଁ, ବରଂ ସଂସ୍କାରର ଏକ ପ୍ରୟୋଗଶାଳା। ଡକ୍ଟର ହେଡଗେୱାର ନିଜେ କହିଥିଲେ, “ଜଣେ ଭଲ ସ୍ୱୟଂସେବକ ହେଉଛନ୍ତି ଯିଏ  ଘର, ସମାଜ ଏବଂ ରାଷ୍ଟ୍ର ପ୍ରତି  ଉତ୍ତରଦାୟୀ ।” ଯଦି ପରିବାର ସଂସ୍କାରିତ ହୁଏ, ତେବେ ଜଣେ ବ୍ୟକ୍ତିକୁ ଚରିତ୍ର ବିକାଶ ପାଇଁ ଏକ ପୃଥକ ବିଦ୍ୟାଳୟର ଆବଶ୍ୟକତା ନାହିଁ। ପ୍ରକୃତରେ କୁଟୁମ୍ବ ପ୍ରବୋଧନ ହେଉଛି ସେହି ଆଧାର ଯାହାଦ୍ବାରା ଚରିତ୍ରବାନ ନାଗରିକ ନିର୍ମାଣ  ହୁଅନ୍ତି ।

ପଞ୍ଚ ପରିବର୍ତ୍ତନରେ ସାମାଜିକ ସମରସତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଭାରତର ବିବିଧତା – ଜାତି, ଭାଷା, ପନ୍ଥ ଏବଂ ଅଞ୍ଚଳ – ଆମର ଶକ୍ତି; ଯଦିଓ ଏହା ଭିତରେ କୌଣସି ଭେଦ  ନାହିଁ  କିନ୍ତୁ ଭାବ ଅଛି । ସାମାଜିକ ସମରସତାର ଅର୍ଥ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ କରିବା। ମୂଲ୍ୟାୟନ ଜନ୍ମ କିମ୍ବା ପରିଚୟ ଉପରେ ନୁହେଁ, ମାନବିକ ଗୁଣ ଉପରେ ଆଧାରିତ ହେବା ଉଚିତ। ସମାଜ ସମରସ  ହେଲେ ହିଁ ରାଷ୍ଟ୍ର ଏକଜୁଟ ହୋଇ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିବ।

ଆଲୋକ କୁମାର କହିଥିଲେ ଯେ ସ୍ବ ବୋଧର ଅର୍ଥ ହେଉଛି ନିଜ ଅସ୍ତିତ୍ୱ, କର୍ତ୍ତବ୍ୟ ଏବଂ ଭୂମିକାକୁ ସଠିକ୍ ଭାବରେ ବୁଝିବା। ଏହା ସହିତ ଆମକୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ମଧ୍ୟ ଉତ୍ସାହିତ କରିବାକୁ ପଡିବ। ସ୍ବ ଆଧାରୀତ ଜୀବନର ଅର୍ଥ ହେଉଛି ଆମକୁ ସମସ୍ତ ଆର୍ଥିକ ଏବଂ ସାଂସ୍କୃତିକ ଦିଗରେ ନିଜ ଗୋଡ଼ରେ ଠିଆ ହେବାକୁ ପଡିବ। ଆତ୍ମନିର୍ଭରଶୀଳତା ବିନା, ଅନ୍ୟମାନଙ୍କ ଉପରେ ଆମର ନିର୍ଭରଶୀଳତା ବୃଦ୍ଧି ପାଇବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନାଗରିକ କର୍ତ୍ତବ୍ୟ ଭାବନା। ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରର ସେବକ। ସମଗ୍ର ସମାଜ ଆମର ପରିବାର, ଯେଉଁଥିପାଇଁ ଯେକୌଣସି ରାଷ୍ଟ୍ରୀୟ ବିପର୍ଯ୍ୟୟରେ RSS ସ୍ୱୟଂସେବକମାନେ ସର୍ବଦା ଆଗରେ ଥାଆନ୍ତି। COVID-19 ମହାମାରୀ ସମୟରେ  ଯେତେବେଳେ ପ୍ରମୁଖ ସଂଗଠନଗୁଡ଼ିକ ସେମାନଙ୍କର ହାତ ଟେକିଦେଇଥିଲେ ସେ ସମଯରେ RSS ସ୍ୱୟଂସେବକମାନେ ସେମାନଙ୍କର କର୍ତ୍ତବ୍ୟବୋଧକୁ ବୁଝି, ସେବା କରିବାକୁ ପ୍ରସ୍ତୁତ ଥିଲେ। ବିପର୍ଯ୍ୟୟ, ମହାମାରୀ ଏବଂ ସାମାଜିକ ସଙ୍କଟ ଭଳି କଷ୍ଟକର ପରିସ୍ଥିତିରେ RSS ସ୍ୱୟଂସେବକମାନେ ନାମ କିମ୍ବା ଖ୍ୟାତି ପାଇଁ ଚିନ୍ତା ନକରି ସେବା କରନ୍ତି। ଏହା କର୍ତ୍ତବ୍ୟବୋଧର ଏକ ଜୀବନ୍ତ ଉଦାହରଣ।

ଦକ୍ଷିଣ ବିହାରର ପ୍ରାନ୍ତ ସଂଘଚାଳକ ରାଜକୁମାର ସିହ୍ନା ଏବଂ ବଦ୍ରିନାଥ ଉପବିଭାଗର ସହ-ସଂଘଚାଳକ ଭରତ ପୂର୍ବେ, ସେମିନାରରେ ମଞ୍ଚ ଉପରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *