ମୁଁ ରାୟଗଡ କହୁଛି
ମୁଁ ମହାରାଷ୍ଟ୍ର ପ୍ରଦେଶର ରାୟଗଡ ଦୁର୍ଗ କିଛି କଥା କହିବାକୁ ଯାଉଛି । ପ୍ରତିବର୍ଷ ଭଳି ଏହି ବର୍ଷର ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶ ଦିବସ ଆସୁଛି, ଅତୀତର ଅନେକ ରୋମାଞ୍ଚଭରା ସ୍ମୃତିକୁ ନେଇ । ଆଉ ସେହି ସ୍ମୃତିଚାରଣ କରି ମୁଁ ଆତ୍ମହରା ହୋଇ ଉଡୁଛି । ୧୬୭୪ ମସିହାର ଏହି ତିଥିଟି ଥିଲା,ସମସ୍ତ ଭାରତୀୟ ମାନଙ୍କ ପାଇଁ ଏକ ଗୌରବର ଦିନ ଆଉ ବିଦେଶୀ ଆକ୍ରମଣକାରୀ ମାନଙ୍କ ପାଇଁ ତାହା ଥିଲା ସତର୍କର ଘଷ୍ଟି । ଏହିଦିନ ମୁଁ ଛତ୍ରପତି ଶିବାଳୀ ମହାରାଜାଙ୍କୁ ମୋ ବକ୍ଷରେ ଜାଗା ଦେଇଥିଲି ସିଂହାସନରେ ବସିବା ପାଇଁ ଓ ସ୍ୱରାଜ୍ୟର ପ୍ରଥମ ହୁକୁମ ନାମା ଜାରି କରିବା ପାଇଁ,ଏହା ସହିତ ଅଂହକାରୀ ଆଉରଙ୍ଗଳେବର ସମସ୍ତ ଦର୍ପ ଚୂନାହୋଇଗଲା ଏବଂ ସେ ବାଧ୍ୟ ହୋଇ ଶିବାଜୀ ମହାରାଜାଙ୍କୁ ସ୍ୱାଧୀନରାଜା ବୋଲି ସ୍ୱୀକାର କଲା । ଏଥିପାଇଁ ମହାରାଜାଙ୍କୁ କେତେ ଲଢେଇ କରିବାକୁ ପଡିଛି ତାର କଥା ଆଉ ଗାଥା ମୁଁ ଆପଣ ମାନଙ୍କୁ କହୁଛି । ବିଜାତୀୟ ବିଦେଶୀ ଆକ୍ରମଣକାରୀମାନେ ଭାରତକୁ ଶାସନ କରିବା ସହ ଭାରତୀୟ ସଂସ୍କୃତିକୁ ନଷ୍ଟ କରିବା ପାଇଁ ବଦ୍ଧ ପରିକର ଥିଲେ । ସେମାନଙ୍କ ଦାଉରୁ ଦେଶକୁ ରକ୍ଷା କରିବା ପାଇଁ ଶିବାଜୀ ପାହାକି ଅଞ୍ଚଳର ମାଓଳା ଯୁବକମାନଙ୍କୁ ନେଇ ତାଙ୍କର ପ୍ରଥମ ସୈନ୍ୟବାହୀନି ତିଆରି କଲେ, ଯାହାର ନେତୃତ୍ୱ ନେଲେ କାଓଜୀ । । ଏମାନେ ଆଦିଲଶାହା ଅଧୀନରେ ଥିବା ସୁଭାନମଙ୍ଗଳ ଦୁର୍ଗକୁ ଦଖଲକଲେ । କାଓଜୀଙ୍କ ଖଣ୍ଡା ଚୋଟରେ ଦୁର୍ଗ ରକ୍ଷକ ବାଲାଜୀ ପ୍ରାଣତ୍ୟାଗ କଲା ଓ ଆଦିଲ ଶାହାର ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ । ଏହାର ପ୍ରତିଶୋଧ ନେବାପାଇଁ ଆଦିଲ ଶାହାର ଜଣେ ସେନାପତି ଆଫଜଲ ଖାଁ ଏକ ଲକ୍ଷ ସୈନ୍ୟଧରି ଆସି ପ୍ରତାପଗଡରେ ପହଁଚିଲେ । ଯୁଦ୍ଧ ପୂର୍ବରୁ ଦୁହେଁ ସନ୍ଧି ନିମିତ୍ତ କଥା ବାର୍ତ୍ତା ହେବାପାଇଁ ଗୋଟିଏ ନିରୋଳା ଯାଗାରେ ଏକାଠି ହେଲେ । ଆଫକଲ ଖାଁ ପ୍ରତାରଣାକରି ସେହି ସୁଯୋଗରେ ଶିବାଜୀଙ୍କ ତଣ୍ଟି ଚିପି ଧରିଲା । ଗୁପ୍ତଚର ଠାରୁ ଖବର ପାଇ ଶିବାଜୀ ଆଗରୁ ଏଥିପାଇଁ ପ୍ରସ୍ତୁତ ଥିଲେ । ସେ ତତ୍କ୍ଷଣାତ ଅଣ୍ଟାରୁ ବାଘ ନସ୍ତ୍ରଟି କାଢି ଆଫଜଲ ଖାଁର ପେଟ ଚିରି ଦେଲେ । ଆଫଜଲ ଖାଁର ମୃତ୍ୟୁ ହେବା ସହିତ ତାର ସମସ୍ତ ସୈନ୍ୟ ଛତ୍ରଭଙ୍ଗ ଦେଇ ପଳାଇଗଲେ । ଏହାପରେ ପୂର୍ନବାର ପ୍ରତିଶୋଧ ନେବାପାଇଁ ଆଫଜଲ ଖାଁର ପୁତ୍ର ଫାଇକଲ ଖାଁ ସୈନ୍ୟସାମନ୍ତ ଧରି ଶିବାଜୀଙ୍କୁ ଆକ୍ରମଣ କଲା । ଶିବାଜୀଙ୍କ ପାଇଁ ଏହା ଥିଲା ପ୍ରଥମ ଖୋଲା ପଡିଆରେ ଲଢ଼େଇ । ଏଥିରେ ଫାଇଜଲ ଖାଁ ପରାସ୍ତ ହୋଇ ପ୍ରାଣ ବିକଳରେ ପଳାଇଗଲ।। ଏହି ଯୁଦ୍ଧପରେ ଶିବାଜୀ ପହ୍ଲାଲ ଗଡରେ ଆସି ରହିଲେ । ଏହି ଗଡରେ କମ୍ ସୈନ୍ୟ ଥାଆନ୍ତି ଓ କମ୍ ଖାଦ୍ୟ ଶସ୍ୟ ଗଚ୍ଛିତ ଥାଏ । ଏହି ସୁଯୋଗରେ ଆଦିଲ ଶାହା (ବିଜାପୁରର ସୁଲତାନ) ତାର ସେନାପତି ସିଦ୍ଧି ଜୋହରକୁ ପଇଁତିରିଶ ହଜାର ସୈନ୍ୟ ଦେଇ ପହ୍ଲାଲଗଡକୁ ଘେରାଉ କରିଦେଲା । ଶିବାଜୀ ନିରାପତ୍ତା ଦୃଷ୍ଟିରୁ ପହ୍ଲାଲଗଡ ଛାଡି ବିଶାଳ ଗଡ ଦୁର୍ଗକୁ ଯିବାକୁ ଚାହିଁଲେ । କିନ୍ତୁ ଯିବେ କେମିତି । ଦୁର୍ଗ ଚାରିପଟେ ତ ଆଦିଲଶାହା ସୈନ୍ୟମାନଙ୍କର ଘେରାବନ୍ଦି ହୋଇଥାଏ । କିନ୍ତୁ ଯୋଗକୁ ଗୋଟିଏ ଦିନ ଅନ୍ଧକାର ରାତ୍ରୀରେ ମୁଷଳଧାରାରେ ବର୍ଷାହେଲା । ଏହି ରାତ୍ରୀରେ ପହ୍ଲାଲଗଡରୁ ଏକ ନକଲି ଶିବାଜୀଙ୍କୁ ପାଲିଙ୍କିରେ ବସାଇ ତିରିଶ ଜଣ ସୈନ୍ୟଙ୍କ ସହ ତଳକୁ ପଠାଇ ଦିଆଗଲା । ଆଦିଲ ଶାହାର ସୈନ୍ୟମାନେ ତାକୁ ଅସଲି ଶିବାଜୀ ଭାବି ଗିରଫ କରି ସଦ୍ଧି ଜୋହର ପାଖକୁ ନେଇଗଲେ ଓ ଆନନ୍ଦରେ ମତୁଆଲା ହୋଇ ଉଠିଲେ । ଏହି ମଉକାରେ ଶିବାଜୀ ତାଙ୍କର ଛଅଶହ ସୈନ୍ୟଧରି ପହ୍ଲାଲଗଡ ଛାଡି ବିଶାଳଗଡ ଅଭିମୁଖେ ଚାଲିଲେ । ଅନ୍ଦାର ରାତି ଓ ମୁଷଳ ବର୍ଷା ତାଙ୍କୁ ଏଥିରେ ସାହାର୍ଯ୍ୟ କଲା । ଏପଟେ ନକଲି ଶିବାଜୀଙ୍କୁ ନେଲାପରେ ସିଦ୍ଧି ଜୋହର ଜାଣିଲା ଯେ ସେ ଧୋକା ଖାଇ ଯାଇଛି । ତେଣୁ ସେ ସୈନ୍ୟମାନଙ୍କୁ ଶିବାଜୀଙ୍କୁ ଅନୁଧାବନ କରିବା ପାଇଁ ଆଦେଶ ଦେଲା । ବିଶାଗଡ ଦୁର୍ଗତଳେ ଏମାନେ ଶିବାଳୀଙ୍କ ସୈନ୍ୟମାନଙ୍କୁ ଆକ୍ରମଣ କଲେ । ଏହି ସମୟରେ ଶିବାଜୀ କିଛି ସୈନ୍ୟଧରି ଉପରକୁ ଉଠିଗଲେ । ତଳେ ତାଙ୍କର ସେନାପତି ବାଜୀପ୍ରଭୂ ଦେଶପାଣ୍ଡେ କିଛି ସୈନ୍ୟଧରି ସିଦ୍ଧି ଜୋହର ସୈନ୍ୟମାନଙ୍କୁ ଅବରୋଧ କରେ । ଏକ ଅଣ ଓସାରିଆ ରାସ୍ତାରେ ଭୀଷଣ ଲଢେଇ ହେଲା । ବାଜୀପ୍ରଭୁ ଦେଶପାଣ୍ଡେ ବୀରବିକ୍ରମରେ ଲଢେ଼ଇ କରି ଧରାଶାୟୀ ହେଲେ । ଏହା ପୂର୍ବରୁ ସିଦ୍ଧିଜୋହର ସୈନ୍ୟମାନେ ବହୁତ କ୍ଷତ ବିକ୍ଷତ ହେଲେ । ଗଡ ଉପରେ ଶିବାଜୀଙ୍କ ସୈନ୍ୟମାନେ ବଡ ବଡ ପଥର ଗଡେଇ ଶତୃ ସୈନ୍ୟମାନଙ୍କୁ ପାଇଲା କରିଦେଲେ । ଶେଷରେ ଶିବାଜୀ ଦୂର୍ଗ ଉପରେ ଯାଇ ତୋପ ଫୁଟାଇଲେ । ସେ ନିରାପଦରେ ପହଁଚିବା ଜାଣି ବାକିପ୍ରଭୂ ଦେଶପାଣ୍ଡେ ଆନନ୍ଦରେ ଶେଷ ନିଶ୍ୱାସ ତ୍ୟାଗକଲେ । ଆଇ ସିଦ୍ଧି ଜୋହରର କ୍ଷତାକ୍ତ ସୈନ୍ୟମାନେ ମୁହଁ ଲୁଚାଇ ଅପମାନରେ ଫେରିଗଲେ । ଏସବୁ ଦେଖି ଆଦିଲଶାହା ବ୍ୟତିବ୍ୟସ୍ତ ହୋଇପଢିଲା । ସେ ଆଉରଙ୍ଗଜେବଙ୍କୁ ଚିଠି ଲେଖିଲା । ଶିବାଜୀ ନେତୃତ୍ୱରେ ଦାକ୍ଷିଣାତ୍ୟରେ କାଫେର ରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଆପଣ ଗୋଟେ କିଛି କରନ୍ତୁ ।” ଏହି ଚିଠି ପାଇ ଆଉରଙ୍ଗଜେବ ଶାୟସ୍ତଖାଁ କୁ ଏକ ଲକ୍ଷ ସୈନ୍ୟଦେଇ ପୁନା ପଠାଇଲେ ଓ ଶିବାଜୀଙ୍କ ଦୁର୍ଗ ସବୁକୁ ମାଟିରେ ମିଶାଇ ଦେବାପାଇଁ ଆଦେଶ ଦେଲେ । ଶାୟସ୍ଥ ଖାଁ ପୂନାର ଲାଲମହଲ ଦୁର୍ଗରେ ଅବସ୍ଥାନ କଲା । ସେ କାରତଲବ ଖାଁକୁ ୩୦ ହଜଲା ସୈନ୍ୟ ଦେଇ ଶିବାଜୀଙ୍କୁ କୌଣସିମତେ ଧରିବା ପାଇଁ ପଠାଇଲା ।ବାଟରେ ପଡିଲା ଅଗନା ଅଗନି ବନସ୍ତ ତୁଙ୍ଗାରଣ୍ୟ । ସେହି ଜଙ୍ଗଲରେ ଚାଲିଚାଲି ହାଲିଆ ହୋଇ ତାହାର ସୈନ୍ୟମାନେ ବିଶ୍ରାମ ନେଉଥିଲେ । ଏହି ଘଞ୍ଚ ଜଙ୍ଗଲରେ ଦିନରେ ମଧ୍ୟ ଆଲୁଅ ପଡେ ନାହିଁ । ଏହି ସୁଯୋଗରେ ଶିବାଜୀଙ୍କ ସୈନ୍ୟମାନ ଗରିଲା କୌଶଳରେ ଖାଁ ର ସୈନ୍ୟମାନଙ୍କୁ ଘେରିଗଲେ । ଆସନ୍ନ ମୃତ୍ୟୁ ଭୟରେ କାରତଲବ ଖାଁ ଶିବାଜୀଙ୍କ ଶରଣ ପଶିଲା ଓ ତା ସୈନ୍ୟମାନଙ୍କୁ ଧରି ପଳାୟନ କଲା । ଏହାପରେ ଶିବାଜୀ ତାଙ୍କର ୧୫/୧୬ କଣ ବଛା ବଛା ସୈନ୍ୟଧରି ପୁନାର ଉପକଣ୍ଠରେ ପହଁଟିଲେ । ସେମାନେ ଶାୟସ୍ତ ଖାଁର ସୈନ୍ୟମାନଙ୍କର ପହରାଦାର ବେଶରେ ପୁନା ଭିତରେ ପ୍ରବେଶକରି ଲାଲମହଲ ଦୁର୍ଗ ଆଡେ ଚାରିଲେ । ସେମାନେ ଦୁର୍ଗର ରୋଷେଇଶାଳା ଦେଇ ଭିତରେ ପସିଲେ ଓ ଶାୟସ୍ଥ ଖାଁକୁ ଅଚାନକ ଆକ୍ରମଣ କଲେ । ଶାୟସ୍ଥ ଖାଁକୁ ରକ୍ଷା କରିବାକୁ ଯାଇ ତାର ସ୍ତ୍ରୀ ଓ ପୁତ୍ର ମିଳେ । ଶାୟସ୍ଥ ଖାଁର ମଧ୍ୟ କେତୋଟି ଆଙ୍ଗୁଳି କଟିଗଲା କିନ୍ତୁ ସେ ଖସି ପଳାଇଗଲା । ଏହାପରେ ଶିବାଜୀଙ୍କ ସୈନ୍ୟମାନେ ବାହାରକୁ ଆସି ନିଜକୁ ଶାୟସ୍ଥ ଖାଁ’ର ସୈନ୍ୟଭାବେ ପରିଚୟ ଦେଇ “ପକଡୋ ପକଡୋ -କାଟୋକାଟା” କହି ହୋ ହାଲ୍ଲା କରି ଖସି ପଳାଇ ଆସିଲେ । ଶାୟସ୍ଥ ଖାଁର ସୈନ୍ୟମାନେ ଅପଦସ୍ଥ ହୋଇ ଦିଲ୍ଲୀ ଫେରିଗଲେ । ଏସବୁ କଥା ଶୁଣି ଆଉରଙ୍ଗଜେବ ହତବାକ୍ ହୋଇଗଲେ ସତ, କିନ୍ତୁ ଶିବାଜୀଙ୍କୁ ଜବତ କରିବା ନିଶା ଛାଡିଲେ ନାହିଁ । ସେ ପୁଣି ତାଙ୍କର ରାଜପୁତ ସେନାପତି ଜୟସିଂହ କୁ ଏକ ଲକ୍ଷ ସୈନ୍ୟ ଦେଇ ଶିବାଜୀଙ୍କୁ ଧରିବା ପାଇଁ ଦାକ୍ଷିଣାତ୍ୟ ପଠାଇଲେ । ଜୟସିଂହଙ୍କ ସହିତ ତାଙ୍କର ବିଶ୍ୱସ୍ତ ସେନାପତି ଦିଲେଇ ଖାଁ କୁ ମଧ୍ୟ ପଠାଇଲେ । ସେ ଦୁଇ ଜଣ ଆସି ନର୍ମଦା ନଦୀ କୂଳରେ ଡେରା ପକାଇଲେ। ସମସ୍ତେ ଖାଲ ପିଲ ରାତିରେ ଶୋଇଲେ । ଏହି ରାତ୍ରୀଟି କିନ୍ତୁ ଦିଲ୍ମର ଖାଁ ପାଇଁ କାଳରାତ୍ରୀ ଥିଲା । ହଠାତ୍ ରାତି ଅଧରେ କିଛି ଯୁବକ ଦିଲ୍ମର ଖାଁ ଶିବିରରେ ପଶି ଆକ୍ରମଣ କରି ଛିନଛତ୍ର କରିଦେଇ ଘୋଡାରେ ଝପଟି କୁଆଡେ ପଳାଇଗଲେ । ତ୍ରିପଣ୍ଡ କଳା ଲୋକ ଗୁଡାକ କଳା ଘୋଡାରେ ଆସି ରାତ୍ରୀର ଅମା ଅନ୍ଧକାରରେ ଏପରି ଲୁଚି ଚାଲିଗଲେ ଯେ, ସେମାନଙ୍କୁ କେହି ଧରିପାରିଲେ ନାହିଁ । ଦିଲେଲ ଖାଁର ହଂସା ଉଡିଗଲା । ସେ ଯାଇ ଜୟସିଂହଙ୍କୁ ସବୁ କହିଲା । ସେମାନେ ଜାଣିଲେ ଏହା ଶିବାଜୀଙ୍କର କାମ । ରାତି ପାହିଲା ସିନା ଶଙ୍କା ଗଲା ନାହିଁ । ସେମାନେ ଶଙ୍କାଗ୍ରସ୍ଥ ମନରେ ଆକ୍ରମଣ ଆରମ୍ଭ କଲେ । ଏହି ସୁଯୋଗରେ ଶିବାଜୀ ସନ୍ଧି ପ୍ରସ୍ତାବ ଦେଲେ । ଜୟସିଂ’ ସନ୍ଧି ପ୍ରସ୍ତାବ ଆଉରଙ୍ଗଜେବଙ୍କୁ ଦେବାକୁ ସେ ତୁରନ୍ତ ରାଜି ହୋଇ ଶିବାଜୀଙ୍କୁ କଥାବାର୍ତ୍ତା ପାଇଁ ଆଗ୍ରା ଡକାଇଲେ । ଶିବାଜୀ ଓ ତାଙ୍କ ପୁଅ ଆଗ୍ରା ପହଁଚିବା ପରେ ଆଉରଙ୍ଗଜେବ ଛଳନାକରି ଉଭୟଙ୍କୁ ଗିରଫକରି ଆଗ୍ରା ଜେଲରେ ରଖିଲେ । ଶିବାଜୀ ଛଳନାର ଚକ୍ରବ୍ୟୁହରେ ପଶିଗଲେ ସତ କିନ୍ତୁ ଏତେ ସହଜରେ ହାର ମାନିବା ଲୋକ ନୁହଁନ୍ତି । ସେ ମଧ୍ୟ କିଛି ଦିନପରେ ରୋଗାକ୍ଳାନ୍ତ ହୋଇ ଶଯ୍ୟାଶାୟୀ ହେବାର ଛଳନା କଲେ । ଏବଂ ଶେଷ ଅବସ୍ଥାରେ ପୂଣ୍ୟ କରିବା ପାଇଁ ଗରିବ ମାନଙ୍କୁ ମିଠା ବାଂଟିବା ଚାହାଁନ୍ତି ବୋଲି ଆଉରଙ୍ଗଜେବଙ୍କୁ ପ୍ରସ୍ତାବ ଦେଲେ । ଆଉରଙ୍ଗଜେବ ଏହି ପ୍ରସ୍ତାବରେ ରାଜି ହୋଇଗଲେ । କିଛି ଦିନ ମିଠାଇ ବଂଟାହେବାପରେ ଦିନେ ମିଠାଇ ଟୋକେଇରେ ଶିବାଳୀ ଓ ତାଙ୍କ ପୁଅ ଖସି ପଳାଇଗଲେ । ସେଠାରୁ ଆସିବାପରେ ସେମାନେ ଆଗ୍ରା ସହର ଉପକଣ୍ଠରେ ଥିବା ତାଙ୍କର ବିଶ୍ୱସ୍ତ ବନ୍ଧୁ ନୀରୋଜୀ ପନ୍ଥ ଓ ଦତୋଜୀ ପନ୍ଥଙ୍କ ଘରେ ପହଁଚିଲେ । ସେଠି ବେଶ ବଦଳାଇ ରାତ୍ରୀର ଘନ ଅନ୍ଧକାରରେ ଘୋଡାରେ ବସି ମଥୁରା ପଳାଇଗଲେ । ସେଠାରେ ତାଙ୍କର ଅନ୍ୟତମ ବିଶ୍ୱସ୍ତ ବନ୍ଧୁ କୃଷ୍ଣାଜୀଙ୍କ ଘରେ ପୁଅ ଶମ୍ଭୁଳୀଙ୍କୁ ନିରାପଦରେ ଛାଡି ସନ୍ୟାସୀ ବେଶରେ ତାଙ୍କ ସାଥୀମାନଙ୍କ ସହ ଭଜନ କରି କରି ଯାଇ ନିଜ ଜାଗା ରାଜଗଡରେ ପହଁଚିଲେ । କିଛି ଦିନର ହୋହାଲା ବନ୍ଦ ହେବାପରେ ସେ ପୁଅ ଶମ୍ଭୁଳୀଙ୍କୁ ମଧ୍ୟ ନେଇ ଯିବାର ବନ୍ଦୋବସ୍ତ କଲେ । ଏହି ଘଟଣାପରେ ସମଗ୍ର ଦାକ୍ଷିଣାତ୍ୟରେ ଶିବାଜୀଙ୍କର ସମ୍ମାନ ଓ ପ୍ରତିପତି ବଢିଗଲା । ଶିବାଜୀ ଆଉ କାଳ ବିଳମ୍ବ ନକରି ନିଜକୁ ସ୍ୱାଧୀନରାଜା ବୋଲି ଘୋଷଣାକରି ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ହେଲେ । କାଶ୍ମୀର ବିଶିଷ୍ଟ ପଣ୍ଡିତ ଗାଗା ଭଟଙ୍କ ପରାମର୍ଶ ଅନୁଯାୟୀ ୧୬୭୪ ମସିହା ଜ୍ୟେଷ୍ଠମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଦିନ ମୋ ବକ୍ଷରେ ଏହି ଉତ୍ସବ ଅନୁଷ୍ଠିତ ହେଲା । ମୋ ନାଁ ରାୟଗତ ଦୁର୍ଗ ବୋଲି ଆଗରୁ କହିଛି । ମାତ୍ରା ଜିଜାବାଇ ଆଶୀର୍ବାଦ ଦେବାପାଇଁ ସୁବର୍ଣ ପାଲିଙ୍କିଲେ ଆସି ପହଁଟିଲେ । ସମସ୍ତ ନଦୀ ଓ ତୀର୍ଥର ଜଳ ସିଂଚନ କରାଗଲା । ମୋରପନ୍ଥ ପେଶୱା ଓ ଅଷ୍ଠପ୍ରଧାନ ଘୃତପୂର୍ଣ୍ଣ କଳସ ଓ ଅଭିଷେକ ବସ୍ତ୍ରଧରି ଠିଆ ହୋଇ ଥାଆନ୍ତି । ଶଙ୍ଖ ଘଂଟ, ବାଦ୍ୟ, ତୁରୀ ଓ ତୋପଧ୍ୱନି ସହିତ ମହାରାଜା ସିଂହାସନ ଆଗେ।ହଣ କଲେ । ସମସ୍ତ ରାଜା, ମହାରାଜା, ବାଦଶାହା, ଶିବାଜୀଙ୍କୁ ସ୍ୱାଧୀନ ରାଜା ଭାବେ ସ୍ୱୀକାର କରି ସେମାନଙ୍କର ଦୂତ ମାଧ୍ୟମରେ ଉପହାରମାନ ପଠାଇଥାନ୍ତି । ଶେଷକୁ ଆଉରଙ୍ଗଜେବ ବାଧ୍ୟ ହୋଇ ତାଙ୍କୁ ସ୍ୱାଧୀନ ରାଜା ଭାବେ ସ୍ୱୀକାର କଲେ । ଏପରିକି ଇଂଲଣ୍ଡର ରାଜା ମଧ୍ୟ ଶିବାଜୀଙ୍କ ପାଖଟୁ ତାଙ୍କ ଦୂତ ହେନେରୀ ଆକ୍ସିଡେନ ମାଧ୍ୟମରେ ଏକ ହିରାମୁଦି ଭେଟି ଦେବାପାଇଁ ପଠାଇଥିଲେ । ଏହି ଦିନଠାରୁ ମହାରାଜାଙ୍କ ଆଦେଶରେ ତାଙ୍କ ରାଜ୍ୟରେ ସଂସ୍କୃତ ରାଜଭାଷା ରୂପେ ସ୍ୱୀକୃତ ହେଲା । ମୁଁ ରାୟଗଡ ମୋକଥାଟିକୁ ଶେଷକଲି । ଏହି ବର୍ଷ ମହାରାଜାଙ୍କର ଏହି ରାଜ୍ୟାଭିିଷେକ ତିଥି ଜୁନ୍ ମାସ ୧୧ ତାରିଖରେ ପଡୁଛି । ମୁଁ ଆପଣମାନଙ୍କୁ ଏହି ଅବସରରେ ମୋ ପାଖକୁ ଆସି ମୋର ଏହି ଐତିହାସିକ ଭୂମିକୁ ସ୍ପର୍ଶ କରିବା ପାଇଁ ନିମନ୍ତ୍ରଣ କରୁଛି । ଆଶା ମୋ ନିମନ୍ତ୍ରଣ ନିଶ୍ଚୟ ରକ୍ଷା କରିବେ ।