ଗୋରୁ ବୋଝେଇ ପିପ୍ ଜବତ

ଗୋରୁ ବୋଝେଇ ପିପ୍ ଜବତ
ସୋର,- ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ନିକଟରୁ ଏକ ବେଆଇନ ଗୋରୁ ବୋଝେଇ ପିକଅପ୍‌ ସୋର ପୁଲିସ ଜବତ କରିଛି। ଏହାସହ ୮ଟି ଗାଈଙ୍କୁ ଉଦ୍ଧାର କରି ମଇତାପୁର ଗୋଶାଳାରେ ଛାଡ଼ିଛି। ମଙ୍ଗଳବାର ଭୋର ସମୟରେ ସୋର ଥାନା ଏଏସ୍‌ଆଇ ସମୀର ବେହେରା ଓ କୈଳାଶ ପାତ୍ର ଏହି ସ୍ଥାନରେ ପେଟ୍ରୋଲିଙ୍ଗ କରୁଥିବାବେଳେ ପିକଅପକୁ ଅଟକାଇଥିଲେ। ଏହି ସମୟରେ ପିକଅପ୍ ଚାଳକ ଗାଡ଼ିକୁ ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୁଲିସ ଗାଡ଼ିକୁ ଯାଞ୍ଚ କରିଥିଲା । ଯାଞ୍ଚ ପରେ ସେଥିରେ ଗାଈ ଚାଲାଣ ହେଉଥିବା ଜାଣିପାରି ପିକଅପ୍ ଜବତ କରି ଥାନାକୁ ଆଣିବା ସହ ଗାଈଙ୍କୁ ଉଦ୍ଧାର କରି ମଇତାପୁର ଗୋଶାଳାରେ ଛାଡ଼ିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *