ପାକିସ୍ତାନରୁ ପହଞ୍ଚିଲା ୪୦୦ ହିନ୍ଦୁଙ୍କ ଅସ୍ଥି

ପାକିସ୍ତାନରୁ ପହଞ୍ଚିଲା ୪୦୦ ହିନ୍ଦୁଙ୍କ ଅସ୍ଥି
ପାକିସ୍ତାନରୁ ୪୦୦ ହିନ୍ଦୁ ମୃତକଙ୍କର ଅସ୍ଥି ସୋମବାର ଅମୃତସରର ୱାଘା- ଅଟରୀ ସୀମା ଦେଇ ଭାରତ ପହଞ୍ଚିଛି। କରାଚୀର ପୁରୁଣା ଗୋଲିମାର ଅଞ୍ଚଳରେ ଥିବା ହିନ୍ଦୁ ଶ୍ମଶାନ ଘାଟରେ ପ୍ରାୟ ୮ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଏହି ଅସ୍ଥିସବୁ ମୋକ୍ଷ ପ୍ରାପ୍ତିର ଅପେକ୍ଷାରେ ଥିଲେ। ପରିଜନ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବାକୁ ଚାହୁଁଥିବାବେଳେ ସେଥିଲାଗି ଭିସା ମିଳୁନଥିଲା । ମହାକୁମ୍ଭ ଅବସରରେ କରାଚୀର ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ସମିତିର ଅଧ୍ୟକ୍ଷ ଶ୍ରୀରାମ ନଥ ମିଶ୍ର ମହାରାଜ ଭାରତୀୟ ଭିସା ପାଇଥିବାବେଳେ ମୃତକଙ୍କ ଅସ୍ଥିକୁ ସାଙ୍ଗରେ ନେବାକୁ ତାଙ୍କୁ ଅନୁମତି ବି ମିଳିଥିଲା। ଏହାପରେ ଅସ୍ଥିସବୁ ଗଙ୍ଗାରେ ବିସର୍ଜିତ ହେବାର ଯୋଗ ଫିଟିଥିଲା। ଭିସା ମିଳିବା ପରେ ରବିବାର ଗୋଲିମର ଅଞ୍ଚଳରେ ଥିବା ହିନ୍ଦୁ ଶ୍ମଶାନ ଘାଟ ଓ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଶେଷ ପ୍ରାର୍ଥନା ସଭା ହୋଇଥିଲା। ପରିଜନମାନେ ଅସ୍ଥିକୁ ଅନ୍ତିମ ବିଦାୟ ଜଣାଇଥିଲେ । ଏହାପରେ କ୍ୟାଣ୍ଟନମେଣ୍ଟ ରେଳଷ୍ଟେସନ୍ ଯାଏ ଏକ ଶୋଭାଯତ୍ରାରେ ଅସ୍ଥିସବୁକୁ ଅଣାଯାଇଥିଲା। ସେଠାରୁ ଟ୍ରେନ୍ ଯେଗେ ଲାହୋର ଓ ପରେ ୱାଘା ସୀମାକୁ ଅଣଯାଇଥିଲା। ଏହାପରେ ମିଶ୍ର ଅସ୍ଥି ନେଇ ହରିଦ୍ଵାର ଅଭିମୁଖେ ବାହାରି ଯାଇଛନ୍ତି।
ଶ୍ରୀରାମ ନାଥ ମିଶ୍ର ମହାରାଜ ପୂର୍ବରୁ ବି ଅସ୍ଥି ବିସର୍ଜନ ଲାଗି ଭାରତ ଆସିଥିଲେ। ସେ କହିଛନ୍ତି, ପୂର୍ବରୁ ୨୦୧୧ରେ ୧୩୫ଟି ଓ ୨୦୧୬ରେ ୧୬୦ଟି ଅସ୍ଥି କଳସକୁ ହରିଦ୍ଵାର ପହଞ୍ଚାଇଥିଲେ । ଏଥରକ ୪୦୦ ଅସ୍ଥି ନେଇ ଭାରତ ଆସିଛନ୍ତି। ଲମ୍ବା ଯାତ୍ରାକୁ ଦୃଷ୍ଟିରେ ରଖି ମାଟିର ପାରମ୍ପରିକ କଳସ ବଦଳରେ ଧଳା ପ୍ଲାଷ୍ଟିକ ଜାର୍ ଉପଯୋଗ କରାଯାଇଥିଲା। ସେଥିରେ ଲାଲ୍ ରଙ୍ଗର ଢାଙ୍କୁଣୀ ଲଗାଯାଇଥିଲା। ଭଗବାନ ତାଙ୍କୁ ଏତେ ମୃତ ଆତ୍ମାର ଶାନ୍ତି ଲାଗି ଏହି ମହାନ କାର୍ଯ୍ୟ କରିବାର ଅବସର ଦେଇଥିବାରୁ ପ୍ରକାଶ କରିଛନ୍ତି। ମହାକୁମ୍ଭ ମେଳାର
ସେ ନିଜକୁ ସୌଭାଗ୍ୟଶାଳୀ ଅନୁଭବ କରୁଥିବା ସମାପନ ଯାଏ ସେ ହରିଦ୍ଵାରରେ ରହି ମୃତକଙ୍କ ଆତ୍ମାର ଶାନ୍ତି ଲାଗି ବିଶେଷ ପ୍ରାର୍ଥନା କରିବେ । ଶେଷରେ ଗଙ୍ଗାରେ ଅସ୍ଥିକୁ ବିସର୍ଜନ କରି ଫେରିଯିବେ ବୋଲି ସୂଚନା ମିଳିଛି।
ସେହିପରି ଯେଉଁ ୪୦୦ ହିନ୍ଦୁ ମୃତକଙ୍କର ଅସ୍ଥି ଗଙ୍ଗାରେ ବିସର୍ଜିତ ହେବା ଲାଗି ପାକିସ୍ତାନରୁ ଆସିଛି ସେଥିମଧ୍ୟରେ କରାଚୀ ନିବାସୀ ସୁରେଶ କୁମାରଙ୍କ ମା’ ସିଲ ବାଇଙ୍କ ଅସ୍ଥି ବି ସାମିଲ । ୨୦୨୧ ମାର୍ଚ୍ଚ ୧୭ରେ ସିଲ ବାଇଙ୍କର ମୃତ୍ୟୁ ଘଟିଥିଲା। ଗଙ୍ଗାରେ ଅସ୍ଥି ବିସର୍ଜନ ପ୍ରାଥମିକତା ହୋଇଥିବାରୁ ପରିବାର ଲୋକେ ସେତେବେଳେ ଭାରତୀୟ ଭିସା ଲାଗି ଆବେଦନ କରିଥିଲେ। କିନ୍ତୁ ମଞ୍ଜୁରି ମିଳିବାରେ ବହୁ ବିଳମ୍ବ ଘଟିଥିଲା। ଏହାପରେ ସେମାନେ ମହାକୁମ୍ଭକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସିଲ ବାଇଙ୍କ ଆତ୍ମା ମୋକ୍ଷ ଲାଭ କରିବ ବୋଲି ସୁରେଶ କୁମାର ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *