ଦନ୍ତ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ-ୟୁଜି ଓ ପିଜି ପାଠ୍ୟକ୍ରମ ଖୋଲାଯିବ

ଦନ୍ତ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ
ୟୁଜି ଓ ପିଜି ପାଠ୍ୟକ୍ରମ ଖୋଲାଯିବ
କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ର ଦନ୍ତ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପାଳିତ
ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ୨୦୧୯-୨୦୨୪ ବ୍ୟାଚର ହାଉସ ସର୍ଜନ ଡାକ୍ତରଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଏସସିବିର ନୂଆ ଅଡିଟୋରିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ କହିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ଡିଗ୍ରୀ ହାସଲ କରିବା ପରେ ସମାଜର କାର୍ଯ୍ୟ ଲାଗି ପ୍ରେରଣା ଦେଇଥାଏ। ଏହି ଡିଗ୍ରୀ ମଧ୍ୟରେ ଦନ୍ତ ବିଭାଗର ଡିଗ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ଥାଏ। ଡ଼ିଗ୍ରୀହାସଲ କରୁଥିବା ଛାତ୍ରୀଛାତ୍ର ମେଡିକାଲ ନୀତି ଓ ଆଦର୍ଶ ଉପରେ ବିଶେଷ ଗୁରୁତ୍ଵ ଦେବା ଜରୁରୀ। ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଛି । ରାଜ୍ୟରେ ଅଧୂକ ନୂଆ ଦନ୍ତ ମହାବିଦ୍ୟାଳୟ ଖୋଲାଯିବାକୁ ସରକାର ବିଚାର କରୁଛନ୍ତି। ଏସସିବିରେ ଦନ୍ତ ମହାବିଦ୍ୟାଳୟର ସଂପ୍ରସାରଣ ସହିତ ପିଜି ସିଟ ବୃଦ୍ଧି, ଅଧିକ ସଂଖ୍ୟକ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଭିତ୍ତିଭୂମିର ବିକାଶ ସହ ଅତ୍ୟାଧୁନିକ ଉପକରଣ ବ୍ୟବସ୍ଥା ଉପରେ ବିଚାର କରାଯାଉଛି । ଦନ୍ତ ମହାବିଦ୍ୟାଳୟ ଓ
ଓ ଚିକିତ୍ସାଳୟର ସମ୍ପ୍ରସାରଣ କରାଯିବ। ୟୁଜି ଓ ପିଜି ପାଠ୍ୟକ୍ରମ ଯୋଡ଼ାଯିବା ସହ ଡାକ୍ତର ନିଯୁକ୍ତି ଦିଗରେ ଗୁରୁତ୍ବ ଦିଆଯାଉଛି।
ରାଜ୍ୟରେ ୨ହଜାର ଦନ୍ତ ଚିକିତ୍ସକ ପଦ ଖାଲି ପଡିଥିବା ବେଳେ ଏଦିଗରେ ତୁରନ୍ତ ନିଯୁକ୍ତି ଦିଆଯିବ। ମୁଖ୍ୟବକ୍ତା ଭାବେ ଆରଏସଏସର ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡଙ୍ଗା , ଏସସିବି ଅଧ୍ୟକ୍ଷ ପ୍ରଫେସର ଡା. ଲୁସି ଦାସ, ଦନ୍ତ ମହାବିଦ୍ୟାଳୟର ଅଧ୍ଯକ୍ଷ ଦାୟିତ୍ବରେ ଥିବା ପ୍ରଫେସର ଡା. ତପନ ପାତ୍ର, ରାଜ୍ଯ ଦନ୍ତ ପରିଷଦର ସଂପାଦକ ଡା. ସୁବାସ ଚନ୍ଦ୍ର ରାଜ, ପ୍ରଫେସର ଡା. ଫକୀର ମୋହନ ଦେବତା, ପ୍ରଫେସର ଡା. ସୂର୍ଯ୍ୟକାନ୍ତ ଦାସ, ପ୍ରଫେସର ଡା. ହେମାମାଳିନୀ ରଥ, ପ୍ରଫେସର ଡା. ସୂର୍ଯ୍ୟ ନାରାୟଣ ଦାସ, ପ୍ରଫେସର ଡା. ରତ୍ନାରେଣୁ ବଳିୟାରସିଂହ, ପ୍ରଫେସର ଡା. ପ୍ରିୟଙ୍କା ଷଡ଼ଙ୍ଗୀ, ଦନ୍ତ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ମଞ୍ଚାସୀନ ଥିଲେ।
ଏହା ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଦନ୍ତ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ମାଢି ରୋଗ ବିଭାଗ ଠାରେ ମାଇକ୍ରୋ ସର୍ଜରୀର ଇମପ୍ଲାଣ୍ଟ ୟୁନିଟର ଉଦଘାଟନ କରିଥିଲେ। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *