Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ମାସରେ ୫୦ ମାଓବାଦୀ ନିପାତ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ମାସରେ ୫୦ ମାଓବାଦୀ ନିପାତ!

ମାଲକାନଗିରି : ୩ ମାସରେ ୫୦ ମାଓବାଦୀଙ୍କ ଜୀବନ ଯାଇଛି ।ଏହା ନିଜେ ସ୍ୱୀକାର କରିଛି ଲାଲବାହିନୀ । ପ୍ରେସ ବିଜ୍ଞପ୍ତି ମାଓ କେନ୍ଦ୍ରୀୟ କମିଟିର ମୁଖପାତ୍ରପ୍ରତାପ ଏହି ସୂଚନା ଦେଇଛନ୍ତି । ପ୍ରେସ ବିଜ୍ଞପ୍ତିରେ ସେ ସୂଚନା ଦେଇଛନ୍ତି ଯେ, ଗତ୨୦ ବର୍ଷରେ ୫ ହଜାରରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଲୋକଙ୍କ ପାଇଁ ଏବଂ ଦେଶକୁ ବଞ୍ଚାଇବା ପାଇଁ କମରେଡ୍‌ମାନେ ନିଜ ଜୀବନ ଦେଇଛନ୍ତି । କେବଳ ୩ ମାସରେ ୫୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଇଛି । ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ସହ ଏନ୍‌କାଉଣ୍ଟରବେଳେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦରେଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଓଡିଶା ସମେତ ୪ ରାଜ୍ୟରେ ସଂଗଠନ ବନ୍ଦ ଡାକରା ଦିଆଯାଇଛି । ସେପଟେ ମାଓବାଦୀଙ୍କ ବନ୍ଦ ଡାକରା ପରେ ସଜାଗ ହୋଇଛନ୍ତି ଯବାନ ଓ ପୋଲିସ । କମ୍ବିଂ ଅପରେସନ ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

Leave a Reply