Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଓବାଦୀଙ୍କ ଭୟରେ ବନ୍ଦ ଥିଲା ମନ୍ଦିର-ଦିନେ ମନ୍ଦିର ଖୋଲିବ ଏହା ବିଶ୍ୱାସ ଥିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଓବାଦୀଙ୍କ ଭୟରେ ବନ୍ଦ ଥିଲା ମନ୍ଦିର-ଦିନେ ମନ୍ଦିର ଖୋଲିବ ଏହା ବିଶ୍ୱାସ ଥିଲା

ସୁକମା: ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ମାଓ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲାଯିବା ସହ ସେଠାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ବାସିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି ଉଜଚୠ ଯବାନ । ୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ଶହୀଦ ହୋଇଥିଲେ । ୨୦୧୧ରେ ମଧ୍ୟ ଉକ୍ତ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ଏଠାରେ ମାଓବାଦୀଙ୍କ ଚେତାବନୀ କାରଣରୁ ଲୋକେ ଭୟରେ ମନ୍ଦିର ଯିବା ବନ୍ଦ କରିଦେଇଥିଲେ । ଏମିତି କି ମନ୍ଦିର ପାଖକୁ ଯିବାକୁ ବି ଡରୁଥିଲେ ସ୍ଥାନୀୟ ବାସିନ୍ଦା । ତଥାପି ଜଣେ ଗ୍ରାମବାସୀ ସବୁଦିନ ଲୁଚିଛପି ଯାଇ ମନ୍ଦିର ବାହାରେ ଦୀପଟିଏ ଜାଳୁଥିଲେ । ଦିନେ ନା ଦିନେ ମନ୍ଦିର ଖୋଲିବ ଏହା ତାଙ୍କର ବିଶ୍ୱାସ ଥିଲା । ଶଷରେ ସେହି ବିଶ୍ୱାସ ଜିତିଛି । ଦେବଦୂତ ଭଳି କମ୍ବିଂ ଅପରେସନ ପରେ ମନ୍ଦିରରେ ପହଞ୍ଚି ଦ୍ୱାର ଖୋଲିବା ସହ ପୂଜାର୍ଚ୍ଚନା କରିଛନ୍ତି ଉଜଚୠ ଯବାନ ।

Leave a Reply