Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଦିଗ୍ଧ ପାରା ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଦିଗ୍ଧ ପାରା ଉଦ୍ଧାର


ଢେଙ୍କାନାଳ:ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି । ଉକ୍ତ ପାରାର ଦୁଇ ଗୋଡ଼ରେ ବିଦେଶୀ ଭାଷାରେ ଲେଖାଥିବା ଜିପିଏସ୍ ଟ୍ରାକର ଭଳି ଚିପ୍ ଲାଗିଛି । ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ କରିଥିଲେ । ସେମାନେ ତାକୁ ଏକ ପଞ୍ଜୁରୀରେ ରଖି ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଷଡ଼ଙ୍ଗୀ ରେଞ୍ଜ୍ ବନ କର୍ମଚାରୀମାନେ ପହଞ୍ôଚ ପାରାଟିକୁ ଉଦ୍ଧାର କରିବା ସହ ନିହଲପ୍ରସାଦ ଥାନାକୁ ନେଇଥିଲେ । ପୋଲିସ ଅନୁଧ୍ୟାନ କରିବା ପରେ ତାହାକୁ ବନବିଭାଗକୁ ହସ୍ତାନ୍ତର କରିଛି । ପାରାଟି କେଉଁଠାରୁ ଆସିଛି ଓ ଦୁଇ ଗୋଡ଼ରେ ଲାଗିଥିବା ଚିପ୍ କେଉଁ ସଂସ୍ଥାର ଏବଂ ଏଥିରେ କେଉଁ ଦେଶର ଭାଷା ଲେଖାଯାଇଛି, ତାହା ଜଣାପଡିନାହିଁ । ତେବେ ଲେଖାଯିବା ଭାଷା ଚାଇନାର ବୋଲି ଆଲୋଚନା ହେଉଛି । ବନବିଭାଗ ପକ୍ଷରୁ ପାରାକୁ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ରେଞ୍ଜ୍ କାର୍ଯ୍ୟାଳୟରେ ରଖାଯାଇଛି ।

Leave a Reply