ପ୍ରାଚୀନ ଗଡ଼ର ସନ୍ଧାନ

ଗଙ୍ଗ ବଂଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଆକଳନ ପ୍ରାଚୀନ ଗଡ଼ର ସନ୍ଧାନ

ଗୋପ: ଗୋପ ବ୍ଲକ ଅର୍ନ୍ତଗତ ସୁତନ ପଞ୍ଚାୟତ ଖାଲକଟାପାଟଣାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି । ଯାହାକି ବିଲୁପ୍ତ ହୋଇଯାଇଥିବା କୀର୍ତ୍ତିରାଜିର ଅବସ୍ଥିତିକୁ ପ୍ରମାଣିତ କରିଛିା କୋଣାର୍କ- ପୁରୀ ବେଳାମାର୍ଗରେ ଅବସ୍ଥିତ ବାବା ଗରୁଡେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ଏହା ଦେଖିବାକୁ ମିଳିଛି । ପାରିପାଶ୍ୱିର୍କ ଅବସ୍ଥାକୁ ଲକ୍ଷ୍ୟ କଲେ ପୂର୍ବେ ଏଠାରେ ପ୍ରାଚୀନ ସଭ୍ୟତା ଥିବା ଅନୁମାନ କରାଯାଉଛିା ବିଭିନ୍ନ ସ୍ଥାନରେ ପଡିରହିଥିବା କାରୁକାର୍ଯ୍ୟର ପଥର, ମନ୍ଦିର କୀର୍ତ୍ତିରାଜି ଶିଳାଖଣ୍ଡ, ପୁରାତନ ଭଗ୍ନ ମୂର୍ତ୍ତି, ପଥର ସ୍ତମ୍ଭ, ବଡବଡ କୁଣ୍ଡା ପଥର, କିଛି ମାଟି ନିର୍ମିତ କୂଅ ନନ୍ଦ, ପୁରାତନ ଇଟା ଆଦିକୁ ଦେଖିଲେ ଏହା ଗଙ୍ଗ ବଂଶ ଶାସନ ସମୟର ଏକ ଗଡର ଭଗ୍ନାବଶେଷ ବୋଲି ଅନୁମାନ କରାଯାଉଛି । କୁଶଭଦ୍ରା ନଦୀ ମୁହାଣ ଠାରୁ ଅନତି ଦୂରରେ ଅବସ୍ଥିତ ଏହି ସ୍ଥାନରୁ ମିଳିଥିବା ଏହି ପୁରାତନ କୀର୍ତ୍ତିରାଜି ଅନେକ ଏ÷ତିହାସିକ ତଥ୍ୟ ଉନ୍ମୋଚନ କରୁଛି । ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚାରଲ ହେରିଟେକ୍ (ଇନଟାକ୍‌) କଟକ ଶାଖା ପକ୍ଷରୁ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ସମୟରେ ମିଳିଥିବା ଭଗ୍ନାବଶେଷ ଗଡର ଅବସ୍ଥିତିକୁ ପ୍ରମାଣିତ କରିଛି । ଇନଟାକ୍ କଟକ ଶାଖାର ସହ ଆବାହକ ଦୀପକ କୁମାର ନାୟକଙ୍କ ନେତୃତ୍ୱରେ ଆସିଥିବା ୫ ଜଣିଆ ଅନୁସନ୍ଧାନୀକାରୀ ଦଳ ଏଠାରେ ଅନୁସନ୍ଧାନ କରି ଫେରିଥିବା ବେଳେ ଏନେଇ ସହ ଆବାହାକ ଦୀପକ କୁମାର ନାୟକ କହିଛନ୍ତି କୁଶଭଦ୍ରା ନଦୀ ମୁହାଣ ସଂଲଗ୍ନ ଖାଲକଟାପାଟଣାରେ ୧୧ ଶହରୁ ୧୫ ଶହ ଶତାଦ୍ଧୀ ମଧ୍ୟରେ ଏକ ନୌବାଣିଜ୍ୟ ବନ୍ଦର ଥିବାର ପ୍ରମାଣ ପୂର୍ବରୁ ମିଳିସାରିଛି । ଏବେ ଏଠାରୁ ମିଳିଥିବା ସମସ୍ତ ଅଂଶ ବିଶେଷର ପ୍ରାଚୀନତା, କୀର୍ତ୍ତିରାଜି, ନିର୍ମାଣ କୌଶଳ ଗଡର ଅବସ୍ଥିତିଥିବା ନେଇ ସୁଚନା ଦେଉଛି ବୋଲି କହିବା ସହ ଏହି ସ୍ଥାନର ପ୍ରତ୍ନତାତ୍ତ୍ୱିକ ଖନନ ହେଲେ ଆହୁରି ଅନେକ ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସେ କହିଛନ୍ତି । ସେହିପରି ଇନଟାକ୍ ଓଡିଶାର ସହଆବାହକ ଅନୀଲ ଧିର କହିଛନ୍ତି ଖାଲକଟାପାଟଣାରେ ବନ୍ଦର ସଂମ୍ପର୍କିତ ଗବେଷଣା ପୂର୍ବରୁ କରାଯାଇଛି । ଅଶୀ ଦଶକରେ ଏହି ସ୍ଥାନରେ କିଛି ପ୍ରତ୍ନତ୍ୱତିକ ଖନନ ହୋଇଥିଲା । ନିକଟରେ ହୋଇଥିବା ଅନୁସନ୍ଧାନ ସମୟରେ ଗୁରୁତ୍ୱପୂର୍ଣ୍ଣ ଅବଶେଷ ମିଳଛି । ଏସବୁ କୁଶଭଦ୍ରା ନଦୀ ଓ ଓଡିଶାର ନୌବାଣିଜ୍ୟ ସଂପର୍କିତ ଗବେଷଣା ଦିଗରେ ସହାୟକ ହେବ । ମିଳିଥିବା ପୁରାତନ ପାତ୍ରର ଭଗ୍ନାଶଂ ବିଦେଶର ବୋଲି ଅନୁମାନ କରାଯାଉଛି । ଚୀନ, ଆଫ୍ରିକା, ରୋମାନ ସାମ୍ରାଜ୍ୟ, ଦକ୍ଷୀଣ ପୂର୍ବ ଦେଶ ସମୂହ ସହ ଓଡିଶାର ନୌବାଣିଜ୍ୟ ସଂପର୍କରେ ଏହା ସୁଚନା ଦେଉଛି । ନଦୀ କୂଳରୁ ଦୁଇଟି ନଙ୍ଗର ମିଳିଥିଲା । ସେଗୁଡିକ ଡଙ୍ଗା ବାନ୍ଧି ରଖିବା କାର୍ଯ୍ୟରେ ବିନିଯୋଗ କରାଯାଉଥିଲା ବୋଲି ସେ କହିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ସ୍ଥାନର ପୂର୍ବ ନାମ ଥିଲା ଡିହପାଟଣା । ଗଙ୍ଗ ବଂଶ ରାଜତ୍ୱ ସମୟରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ୧୬ ଟି ଗଡ ଗଢିଉଠିଥିଲା । ଡିହପାଟଣା ଥିଲା ଗଡରୁପାସ ଗଡର ଅଂଶବିଶେଷ । ଏଠାରେ ଥିବା ଗରୁଡେଶ୍ୱର ମହାଦେବଙ୍କ ଅନ୍ୟନାମ ଗଡଗଡେଶ୍ୱର । ଗଡଗଡେଶ୍ୱଥିଲେ ଗଡରୁପାସ ଗଡର ମୁଖ୍ୟ ଦେବତା । ଇନଟାକର ଇଞ୍ଜିନିୟର ଗୋପାଳକୃଷ୍ଣ ବେହେରା କହିଛନ୍ତି, ଗରୁଡେଶ୍ୱରଙ୍କ ନିକଟରେ ଥିବା ପୁରାତନ ଗଡର ପ୍ରତ୍ନତାତ୍ତ୍ୱିକ ଖନନ ପାଇଁ ଇନଟାକ୍ ପକ୍ଷରୁ ଖୁବ୍ ଶିଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଏହି ସ୍ଥାନର ପ୍ରତ୍ନତାତ୍ତ୍ୱିକ ଖନନ ହେଲେ ଆହୁରି ଅନେକ ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାର

Leave a Reply

Your email address will not be published. Required fields are marked *