ପୁରୀର ରଙ୍ଗଶାଳା ଅନୁଷ୍ଠାନ ରାମପ୍ରେମୀ ଦର୍ଶକମାନଙ୍କ ମନ ମୋହି ବିମୋହିତ କରିପାରିଛି

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ସାରା ଦେଶରୁ ଆସିଥିବା ରାମପ୍ରେମୀ ଦର୍ଶକମାନଙ୍କ ମନ ମୋହି ବିମୋହିତ କରିପାରିଛି ପୁରୀର ରଙ୍ଗଶାଳା ଅନୁଷ୍ଠାନ । ପୁରୀ ସାହିଯାତ୍ରା ଶୈଳୀରେ \”ରାମକଥା’ ନାଟକ ପ୍ରଦର୍ଶନ ଭିନ୍ନ ଢଙ୍ଗରେ କରି ରାମାୟଣ ଆଧାରରେ ବିଭିନ୍ନ ଦୃଶ୍ୟାବଳୀକୁ ଅତ୍ୟନ୍ତ ଚିତ୍ତାକର୍ଷକ ତଥା ମାର୍ମିକ ଭାବରେ ଉପସ୍ଥାପନା କରାଇ ବହୁ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇପାଇଛି ଏହି ଅନୁଷ୍ଠାନ । ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଓ ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ଉଦ୍ୟମରେ ବିଶିଷ୍ଟ ଅଭିନେତାମାନଙ୍କୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଗତ ୨୯ଜାନୁଆରୀରୁ ୧ଫେବୃଆରୀ ଯାଏଁ ଅଯୋଧ୍ୟାରେ ବିଭିନ୍ନ ରଙ୍ଗମଞ୍ଚରେ ରାମାୟଣର କଥାବସ୍ତୁ.. ସୀତା ହରଣ, ଜଟାୟୁ ବଧ, ଶବରୀ ପ୍ରସଙ୍ଗ, ରାମ-ହନୁମାନ ଭେଟ, ବାଳୀ-ସୁଗ୍ରୀବ ଯୁଦ୍ଧ, ସେତୁବନ୍ଧ ପ୍ରତିଷ୍ଠା, ରାବଣ ବଧପାଇଁ ଦେବୀପୂଜା, ଲଙ୍କାପୋଡି, ରାବଣ ବଧ ଭଳି ବିଷୟଗୁଡିକ ଭିନ୍ନ ନାଟକୀୟ ଢଙ୍ଗରେ ଅଭିନୀତ କରି ସମସ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ । ପୁରୀର ସାହିଯାତ ବେସ୍ ପ୍ରାଚୀନ । ଏହାକୁ ସର୍ବଭାରତୀୟ ସ୍ତରରେ ମଞ୍ଚରେ ପ୍ରଦର୍ଶନ କରାଇ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛ ପୁରୀର ରଙ୍ଗଶାଳା ଅନୁଷ୍ଠାନ । ପୂର୍ବାଞ୍ଚଳ ସଂସ୍କୃତିକେନ୍ଦ୍ର ପକ୍ଷରୁ ନଅଗୋଟି ରାଜ୍ୟରୁ ଆସିଥିବା ତିରିଶିଟି ରାମାୟଣ ମଣ୍ଡଳୀ ଏଥିରେ ଭାଗ ନେଇଥିଲେ । ଓଡିଶାର ରାମକଥା ନାଟକ, ସାହିଯାତ ପ୍ରହଲ୍ଲାଦ ନାଟକ ପ୍ରଦର୍ଶନ, ଲୋକ ନାଟକ ପରମ୍ପରାକୁ ଆଗକୁ ନେବାରେ ଶ୍ରୀ ବିକ୍ରମ ସାହୁଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ଉଦାହରଣୀୟ । ଏଥିରେ ଅଂଶଗ୍ରହଣ କରିଥିବା କଳାକାରଙ୍କ ମଧ୍ୟରେ କାଳୁଚରଣ ଦାଶ, ସଂଗ୍ରାମକେଶରୀ ଦାଶ, ରଞ୍ଜନ ପାଢ଼ୀ, ଗୋପୀନାଥ ପୂଜାପଣ୍ଡା, ଦେବୀପ୍ରସାଦ ମିଶ୍ର, ଯୁଧିଷ୍ଠିର ନାୟକ, ସରୋଜ କୁମାର ସାହୁ, ବିକ୍ରମ ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ଜୟପ୍ରକାଶ ବେହେରା, ଘନଶ୍ୟାମ ବେହେରା, ବିଶୁନ ଜେନା, କୁଶ ଜେନା, ରମେଶଚନ୍ଦ୍ର ସାହୁ, ସ୍ୱାତୀଶ୍ରୀ ପରିଡା, ମଧୁସ୍ମିତା ସାହୁ, ସୁଶ୍ରୀସଂଗୀତା ସାହୁ, ସୁକାନ୍ତି ସାହୁ, ପ୍ରଭୃତି ମନଛୁଆଁ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ।

Leave a Reply

Your email address will not be published. Required fields are marked *