Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଥମ ଦିନରେ ରାମ ମନ୍ଦିରକୁ ଦାନ ୩.୧୭କୋଟି ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଥମ ଦିନରେ ରାମ ମନ୍ଦିରକୁ ଦାନ ୩.୧୭କୋଟି ଟଙ୍କା

ଅଯୋଧ୍ୟା : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି । ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ରାମ ମନ୍ଦିରପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି । ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର ପ୍ରଦେଶରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଦ୍ୱାରା ବେପାର ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ପ୍ରାଣ ପ୍ରତିଷ୍ଠା ଦିନ ଭିତରେ ମନ୍ଦିରକୁ ୩.୧୭କୋଟି ଟଙ୍କାର ଦାନ ମିଳିଛି । ଏହିସବୁ ଉଦ୍‌ଘାଟନୀରେ ଆସିଥିବା ଅତିଥିମାନେ ଦେଇଛନ୍ତି । ଏହାବାଦ୍ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଲୋକ ମନ୍ଦିରକୁ ପ୍ରାୟ ୧୦ଲକ୍ଷ ଟଙ୍କାର ନୈବେଦ୍ୟ ଚଢାଇଛନ୍ତି । ନିକଟରେ ଏସବିଆଇ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ରିପୋର୍ଟନୁସାରେ ରାମ ମନ୍ଦିର ଓ ଅନ୍ୟ ପର୍ଯ୍ୟଟନ ଯୋଗୁ ୟୁପିରେ ୨୦୨୪-୨୫ରେ ୨୫ହଜାର କୋଟି ଟଙ୍କାର ଟିକସ ଆଦାୟ ହେବାର ଅନୁମାନ କରାଯାଉଛି । ଏଥିରେ ଅଯୋଧ୍ୟା ସବୁଠୁ ବଡ କାରଣ ହୋଇଛି । ତେବେ ଦୁନିଆରେ ଥିବା ଅନ୍ୟ ଲୋକପ୍ରିୟ ଧାର୍ମିକ ସ୍ଥଳରେ ପର୍ଯ୍ୟଟକ ଆସିବା ଯୋଗୁ କେତେ ଆୟ ହେଉଛି ଆସନ୍ତୁ ଜାଣିବା । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରକୁ ବର୍ଷକୁ ପ୍ରାୟ ୨.୫କୋଟି ଲୋକ ଆସୁଥିବାବେଳେ ବାର୍ଷିକ ୧୨୦୦କୋଟି ଆୟ ହୋଇଥାଏ । ଜମ୍ମୁ କଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିରକୁ ୮୦ଲକ୍ଷ ଲୋକ ଆସୁଥିବାବେଳେ ପର୍ଯ୍ୟଟକଙ୍କ ଯୋଗୁ ୫୦୦କୋଟି ଟଙ୍କା ଆୟ ହୋଇଥାଏ । ୟୁପି ଆଗ୍ରାର ତାଜ ମହଲକୁ ଦେଖିବାକୁ ୭୦ଲକ୍ଷ ଲୋକ ଆସୁଥିବାବେଳେ ୧୦୦କୋଟି ଟଙ୍କା ଆୟ ହୋଇଥାଏ । ଭାଟିକାନ ସିଟିକୁ ୯୦ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ୩୧୫ ମିଲିୟନ ଡଲାର ଆୟ ହୋଇଥାଏ । ସାଉଦି ଆରବର ମକ୍କାକୁ ୨କୋଟି ଲୋକ ଆସୁଥିବାବେଳେ ୧୨ବିଲିୟନ ଡଲାର ଆୟ ହୋଇଥାଏ ।

May be an image of one or more people, temple, the Charminar, crowd and text

Leave a Reply