ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିରରେ ଯୁବ ସମ୍ମିଳନୀ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିରରେ ଯୁବ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର – ୯/୧୧-ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ରେ ମୋଟ ୧୧୭୦ ଜଣ ଯୁବକ ଯୋଗ ଦେଇଥିଲେ I ରାଷ୍ଟ୍ର ହିତ ପାଇଁ ଯୁବ ସମାଜ ର ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରା ଯାଇଥିଲା I ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କାର୍ଯ୍ୟ ପଦ୍ଧତି, ବିଭିନ୍ନ ସେବା କାର୍ଯ୍ୟ,ସ୍ୱ ବୋଧ, ଶତୃ ବୋଧ, ସାମାଜିକ ସମରସତା ତଥା ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ କୁ କିପରି ସମାଜ ମଧ୍ୟ ରେ ଜାଗୃତ କରା ଯାଇ ପାରିବ ତାହା ଉପରେ ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଅଖିଳ ଭାରତୀୟ ସଦ୍ଭାବନା ପ୍ରମୁଖ ଡ. ଗୋପାଳ ପ୍ରସାଦ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ସଂଘ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନ ରେ ସଂଘ ର ଲକ୍ଷ୍ୟ ଉପରେ ସହ ଜିଲ୍ଲା କାର୍ଯ୍ୟବାହ ଶିଶିର ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ I ଉଦଘାଟନ କାର୍ଯ୍ୟକ୍ରମ ରେ ଭାରତ ବର୍ଷର ସ୍ଵର୍ଣ୍ଣିମ ଅତୀତ ଇତିହାସ ଉପରେ ବିଭାଗ ବୌଦ୍ଧିକ ପ୍ରମୂଖ ରବିନ୍ଦ୍ର ନାଥ ପାତ୍ର ଉପସ୍ଥିତ ଯୁବକକୁ ଧାରଣା ଦେଇଥିଲେ I କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ସଂଘ ଚାଳକ ଡାଃ ପ୍ରଶାନ୍ତ ପତି ସଭାପତିତ୍ବ କରିଥିଲେ I ବିଭିନ୍ନ ମହାପୁଋଷ ଙ୍କ ଜୀବନୀ ଉପରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥ଼ିଲା I ନଗର ର ଅନ୍ୟ ଶିଶୁ ମନ୍ଦିର ମାନଙ୍କ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାହୁ, ଏଙ୍କିଡି ଭେଙ୍କଟ ରାଓ, ଦୀପକ କୁମାର, ରଶ୍ମି ରଞ୍ଜନ ମହାକୁଡ଼, ବିଜୟ ସାମଲ, ମାଧବ ନାୟକ, ଧର୍ମେନ୍ଦ୍ର ଦୋରା, ଦୀପକ କୁମାର, ବାବୁଲା ଦୋରା, ସୁରେଶ ବିଶୋୟୀ, ଅଶ୍ଵିନି ପାତ୍ର, ଶିବ ପ୍ରସାଦ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *