ପ୍ରାଣ ପ୍ରତିଷ୍ଠା ସମୟର ଅନୁଭୂତି ବଖାଣିଲେ ପୂଜକ

ନୂଆଦିଲ୍ଲୀ : ରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ଭଗବାନଙ୍କ ୫ ବର୍ଷର ପ୍ରତିମା \”ବାଲକ୍ ରାମ\’ ନାମରେ ଜଣାଯିବେ । ଏନେଇ ସୂଚନା ଦେଇଛନ୍ତି ପ୍ରାଣ ପ୍ରତିଷ୍ଠା ସମାରୋହରେ ଜଡ଼ିତ ଥିବା ପୂଜକ ଅରୁଣ ଦୀକ୍ଷିତ । ସେ କହିଛନ୍ତି ଯେହେତୁ ପ୍ରତିମା ଜଣେ ଛୋଟ ଶିଶୁ ସମାନ ଏଥିପାଇଁ ତାଙ୍କୁ ବାଲକ୍ ରାମ ବୋଲି କୁହାଯିବ । ଏହା ସହ ସେ ପ୍ରାଣ ପ୍ରତିଷ୍ଠାକୁ ନେଇ ନିଜର ଅନୁଭବ ମଧ୍ୟ ବଖାଣିଛନ୍ତି । ସେ କହିଛନ୍ତି \”\”ଯେତେବେଳେ ମୁଁ ପ୍ରଥମ ଥର ଭଗବାନଙ୍କ ପ୍ରତିମାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲି । ମୋ ଆଖିରେ ଲୁହ ଆସିଯାଇଥିଲା । ସେହି ସମୟର ଅନୁଭବ ପ୍ରକାଶ କରିବା ସମ୍ଭବ ନୁହେଁୟ ପ୍ରାଣ ପ୍ରତିଷ୍ଠା ହେଉଛି ମୋ ଜୀବନର ସବୁଠୁ ଦିବ୍ୟ ଏବଂ ସର୍ବୋଚ୍ଚ ଅନୁଭବ ।\’\’ ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଛି । ସେହି ୮୪ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା । ଏହା ପୂର୍ବରୁ ବିଭିନ୍ନ ରୀତି ନୀତି ମଧ୍ୟ କରାଯାଇଥିଲା ।

May be an image of 1 person and temple

Leave a Reply

Your email address will not be published. Required fields are marked *