ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ସମ୍ମିଳନୀ

ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ସମ୍ମିଳନୀ

https://www.facebook.com/viswasambadkendraodisha/posts/pfbid022fL9auTBiyVmymouZP5FopH562itiRfx5MJs4WgfAE9iqhEihBtYRgY6CNf68iG7l

ସାଲେପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତବାର୍ଷିକ ପୂର୍ତ୍ତି ଉପଲକ୍ଷେ ରବିବାର ଦିନ ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ କଟକ ବିଭାଗ ସଂଘ ଚାଳକ ଡ. ଗୌତମ ମହାରଣା ଉଦ୍‌ଘାଟନ କରିଥିଲେ । କଟକ ବିଭାଗର ପ୍ରଚାର ପ୍ରମୁଖ ଅକ୍ଷୟ ପ୍ରସାଦ ବିଶ୍ଵାଳ ଯୋଗଦେଇ ଭାରତର ଗୌରବମୟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୀର୍ଘବର୍ଷ ପର୍ଯ୍ୟନ୍ତ ଭାରତ ଏକ ସ୍ବତନ୍ତ୍ର ରାଷ୍ଟ୍ର ଥିଲା କିନ୍ତୁ କେଉଁ ଭୂଲ କାରଣରୁ ଭାରତ ପରାଧୀନ ହେଲା ଏବଂ ପଞ୍ଚ ପରିବର୍ତ୍ତନ ହେଲେ ଭାରତର ପୂର୍ଣ୍ଣ ସ୍ୱାଧୀନତାରୁ ସ୍ଵତନ୍ତ୍ର ରହି ପାରିବ ସେ ସଂପର୍କରେ ମାର୍ଗଦର୍ଶନ କରିଥିଲେ। ଏହି ସମ୍ମିଳନରେ ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ୍‌ର ବହୁ କାର୍ଯ୍ୟକର୍ତ୍ତା ଏବଂ ଶତାଧିକ ଯୁବକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *