Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଭାରତରେ ବଢୁଛି ଗରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଭାରତରେ ବଢୁଛି ଗରମ

ନୂଆଦିଲ୍ଲୀ: ଜାତିସଂଘର ଜଳବାୟୁ ସମ୍ମିଳନୀ (କୋପ-୨୮)ରେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁଏମଓ) ଭାରତ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଛି । ଏହି ରିପୋର୍ଟରେ ବଦଳୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୧୧ରୁ ୨୦୨୦ ଦଶନ୍ଧିକୁ ହାରାହାରିଠାରୁ ଅଧିକ ଗରମ ଓ ସର୍ବାଧିକ ବର୍ଷା ହୋଇଥିବା ସମୟ କୁହାଯାଇଛି । ରିପୋଟରେ ଭୟଭୀତ କଲା ପରି ତଥ୍ୟ ଦିଆଯାଇଛି । ଏହି ଅବଧିରେ ଜଳବାୟୁ ପରିବର୍ତ୍ତନ ହାର ଚିନ୍ତାଜନକ ରୂପେ ବଢିଛି ଯାହା ରେକର୍ଡରେ ସବୁଠୁ ଅଧିକ ରହିଛି । ପାଣିପାଗ, ଜଳବାୟୁ ଓ ଜଳ ସଂସାଧନ ଉପରେ ଡବ୍ଲୁଏମଓ ଏହି ଅଧ୍ୟୟନକରିଛି । ରିପୋର୍ଟ ଅନୁସାରେ ୨୦୧୦- ୨୦ ଦଶନ୍ଧି ଉତ୍ତର-ପଶ୍ଚିମ ଭାରତ, ପାକିସ୍ତାନ ଓ ଚୀନ ଏବଂ ମଧ୍ୟ ପ୍ରାଚ୍ୟର ଦକ୍ଷିଣ ଉପକୂଳ ପାଇଁ ସବୁଠୁ ଗରମ ସମୟ ରହିଛି । ଅନ୍ୟପଟେ ଶୀତ ଦିନ ସଂଖ୍ୟାଲଗାତାର ହ୍ରାସ ପାଇବାରେ ଲାଗିଛି । ଗତ ୧୯୬୧-୧୯୯୦ ଦଶନ୍ଧି ତୁଳନାରେ ଶୀତ ଦିନ ୪୦ ପ୍ରତିଶତ କମିଛି । ଭାରତରେ ବନ୍ୟା ସମସ୍ୟା ମଧ୍ୟ ବଢିଛି । ୨୦୧୩ ଜୁନରେ ପ୍ରବଳ ବର୍ଷା, ପାହାଡରୁବରଫ ତରଳିବା ଓ ଗ୍ଲାସିୟର ତରଳିବା କାରଣରୁ ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ଘଟଣା ବଢିଛି । ଏଥିରେ କୁହାଯାଇଛି ଯେ କେରଳ ୨୦୧୮ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିଲା । ଏବଂ ୨୦୧୯, ୨୦୨୦ରେ ଗତ ୨୫ ବର୍ଷରେ ଭାରତରେ ଦୁଇ ସବୁଠୁ ଗରମ ଋତୁରେ ତ୍ରୀବ ଓ ବ୍ୟାପକ ବନ୍ୟା ଦେଖିବାକୁ ମିଳିଛି । ଭାରତ ଓ ପଡୋଶୀ ଦେଶରେ ବନ୍ୟା ଯୋଗୁଁ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ୨୦୧୧-୨୦ ଶଦନ୍ଧିରେ ମରୁଡିରେ ଅଧିକ ସାମାଜିକ-ଆର୍ôଥକ ଓ ମାନବୀୟ ପ୍ରଭାବ ପଡ଼ିଛି । ଭାରତର ୨୮ ରାଜ୍ୟ ମଧ୍ୟରୁ ୧୧ରେ ମରୁଡି ଘୋଷଣା ହୋଇଛି । ପାଣି ଉପଲବ୍ଧତାଏବଂ ଏହା ଯୋଗାଣରେ ଅସମାନତା କାରଣରୁସ୍ଥିତି ଅଧିକ ଜଟିଳ ହୋଇଥିଲା । ଡବ୍ଲୁଏମଓରିପୋର୍ଟରେ କୁହାଯାଇଛି ଯେ ସାରା ଦୁନିଆରେଗ୍ଲାସିୟର ପ୍ରତିବର୍ଷ ପ୍ରାୟ ୧ ମିଟରତରଳିବାରେ ଲାଗିଛି । ଲକ୍ଷାଧିକ ଲୋକଙ୍କପାଇଁ ଜଳ ଉପଲବ୍ଧତା ଉପରେ ଯାହାରୀର୍ଘକାଳୀନ ପ୍ରଭାବ ପଡ଼ିବ । ଏଥିରେକୁହାଯାଇଛି ଯେ ଅଣ୍ଟର୍କଟିକା ମହାଦ୍ୱୀପରେହିମ ଚାଦରରେ ୨୦୦୧-୧୦ ତୁଳନାରେ୨୦୧୧-୨୦ ମଧ୍ୟରେ ପ୍ରାୟ ୭୫ପ୍ରତିଶତରୁ ଅଧିକ ବରଫ କମ ହୋଇଛି ।ଯାହାର ପରିଣାମ ସ୍ୱରୁପ ସମୁଦ୍ର ସ୍ତରରେ ବୃଦ୍ଧିଭବିଷ୍ୟତରେ ଉପକୂଳୀୟ ଅଞ୍ଚଳ ଓ ରାଜ୍ୟରଅସ୍ତିତ୍ୱ ଉପରେ ପଡ଼ିବ ।

Leave a Reply