Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାକୃତିକ ଉପାୟରେ ମଧୁମେହ ନିୟନ୍ତ୍ରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାକୃତିକ ଉପାୟରେ ମଧୁମେହ ନିୟନ୍ତ୍ରଣ

ମଧୁମେହ ଏଭଳି ଏକ ରୋଗ, ଯାହା ବ୍ୟକ୍ତିର ଖାଦ୍ୟତାଲିକା ପରିବର୍ତ୍ତନ କରିଦିଏ । ନିଜର ପସନ୍ଦିତ ପ୍ରିୟ ଖାଦ୍ୟଠାରୁ ଦୂରେଇ ରହିବା ସହ ବିଭିନ୍ନ ପ୍ରକାର ଔଷଧ ସେବନ କରିବାକୁ ପଡ଼େ । କିନ୍ତୁ ଔଷଧ ବଦଳରେ ଚାହିଁଲେ କଛି ପ୍ରାକୃତିକ ଉପାୟ ଆପଣାଇ ଏହାକୁ ନିୟନ୍ତ୍ରଣରେ ରଖିପାରିବେ । ତମ୍ବା ପାତ୍ରରେ ପାଣି : ଆୟୁର୍ବେଦ ଅନୁସାରେ, ତ ମ୍ବା ପାତ୍ରରେ ରହିଥିବା ପାଣିକୁ ପିଇଲେ ଶରୀରରୁ ବାତ, ପିତ୍ତ ଏବଂ କଫ ସମସ୍ୟା ଦୂର ହୋଇଥାଏ । ରାତିସାରା ତ ମ୍ବା ପାତ୍ରରେ ପାଣି ରଖି ସକାଳୁ ଏହାକୁ ପିଇବା ଦ୍ୱାରା ଶରୀରରୁ ବିଭିନ୍ନ ରୋଗ ଆପଣାଛାଏଁ ଦୂରେଇଯାଏ । ତନ୍ମଧ୍ୟରୁ ମଧୁମେହ ଗୋଟିଏ । ଏହି ଣି ମଧୁମେହକୁ ନିୟନ୍ତ୍ରଣରେ ରଖିବାରେବେଶ୍ ସହାୟକ ହୋଇଥାଏ । କାର୍ବୋହାଇଡ୍ରେଟ୍ ଖାଦ୍ୟଠୁ ଦୂରତା : ମଧୁୂମେହ ରୋଗୀଙ୍କୁ ନିଜ ଡାଏଟ୍‌ର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ଏମାନେ ଏଭଳି ଭୋଜନ ଗ୍ରହଣ କରିବା ଉଚିତ୍‌, ଯେଉଁଥିରେ କାର୍ବୋହାଇଡ୍ରେଟ୍‌ର ମାତ୍ରା କମ୍ ଥାଏ । କାରଣ ଏହା ଶରୀରରେ ସୁଗାର୍ ସ୍ତରକୁ ବୃଦ୍ଧି କରିଥାଏ । ସୁସ୍ଥ ଡାଏଟ ୍ : ନିଜ ଡାଏଟ୍‌ରେ ଫାଇବର୍ ଯୁକ୍ତ ଖାଦ୍ୟ ଏବଂ ତାଜା ପନିପରିବା ସାମିଲ କରିବା ଉଚିତ୍ । ଏହାଛଡ଼ା ଗ୍ରେପ୍‌ଫ୍ରୁଟ୍‌, ଅଳସୀ, ବ୍ରୋକୋଲି, ଅଣ୍ଡା, ପିଜୁଳି ଏବଂ ବିଭିନ୍ନ ପ୍ରକାର ଡାଲିର ସେବନ କରିବା ଉଚିତ୍ । ଏହି ଡାଏଟ୍ ମଧୁମେହକୁ ନିୟନ୍ତ୍ରଣ କରେ । ଭରପୂର୍ ପାଣି ପିଅନ୍ତ ୁ : ସୁଗାର ସ୍ତରକୁ ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରିବା ପାଇଁ ସବୁଠୁ ଉତ୍ତମ ଉପାୟ ହେଉଛି ଭରପୂର୍ ମାତ୍ରାରେ ପାଣି ପିଇବା । ଗବେଷଣାରୁ ଜଣାଯାଏ, ଯେଉଁମାନେ ସଠିକ୍ ମାତ୍ରାରେ ପାଣି ପିଇଥାନ୍ତି, ସେମାନଙ୍କ ମଧ୍ୟରେ ମଧୁମେହ ଆଶଙ୍କା ବହୁତ କମ୍ ଥାଏ । ରୁହନ୍ତୁ ଅବସାଦମୁୂକ୍ତ :ମଧୁମେହ ରୋଗୀଙ୍କୁ ସର୍ବଦା ଅବସାଦମୁକ୍ତ ରହିବା ଜରୁରୀ । କାରଣ ଏହା ସେମାନଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଅବସାଦ ଶରୀରରେ ଷ୍ଟ୍ରେସ୍ ହର୍ମୋନ୍ ଗ୍ଲୁଗନ୍ ଏବଂ କୋର୍ଟିସୋଲ୍ ତିଆରି କରିଥାଏ । ଏହାଦ୍ୱାରା ସୁଗାର୍ ସ୍ତର ବୃଦ୍ଧି ପାଇଥାଏ । ଦୈନନ୍ଦିନ ବ୍ୟାୟାମ୍ ଏବଂ ଯୋଗ ମାଧ୍ୟମରେ ଅବସାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ୍ । ସୁନିଦ୍ରା : ଯଦି ଠିକ୍ ଭାବେ ଶୋଇପାରୁ ନାହାନ୍ତି, ତେବେ ଏହାର ଗଭୀର ପ୍ରଭାବ ଶର୍କରା ସ୍ତର ଉପରେ ପଡ଼ିଥାଏ । ଏହାଦ୍ୱାରା ଓଜନ ବି ବୃଦ୍ଧିପାଏ ଏବଂ ମଧୁୂମେହ ରୋଗୀଙ୍କ ଜୀବନ ବିପଦକୁ ଚାଲିଆସେ । ତେଣୁ ସୁନିଦ୍ରା ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ।

Leave a Reply