Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ପ୍ରେମମୟ ସ୍ୱାମୀ ଅସୀମାନନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରେମମୟ ସ୍ୱାମୀ ଅସୀମାନନ୍ଦ

ଦେବଦତ୍ତ ବିଶ୍ୱାଳ

ତେଲଲୁଣ ସଂସାର ଭିତରେ ଈଶ୍ୱରଙ୍କ ଦିବ୍ୟସତ୍ତା ଉପଲବ୍ଧି କରିବା ସତରେ ଏ ସମୟ ପାଇଁ ନିଶ୍ଚିତ ଭାବରେ ବିରାଟ ବଡ଼ ବିସ୍ମୟ ! ଧାଁଧଉଡ଼, ବ୍ୟସ୍ତବହୁଳ ଜୀବନ ତା’ଭିତରେ ପିଲାଛୁଆଙ୍କ ଠାରୁ ବାପାମା’ଙ୍କ ଦାୟିତ୍ୱ ଏହି ଚିର ବ୍ୟସ୍ତତା ଭିତରେ ଆମ୍ଭେମାନେ ଜଣଙ୍କୁ କିନ୍ତୁ ଭୁଲିଯାଉ । ସେ ହେଉଛନ୍ତି ପରମ ପ୍ରେମମୟ, ସର୍ବଶକ୍ତିମାନ, ସର୍ବଜ୍ଞାତା ଓ ସର୍ବବିଦ୍ୟମାନ ଭଗବାନ । ପୁଣି ପ୍ରଶ୍ନ ଉଠିବ ସତରେ ଏ ଦୁନିଆରେ କ’ଣ ଭଗବାନ ଅଛନ୍ତି ? ହଁ, ସେ ନିଶ୍ଚୟ ଅଛନ୍ତି । ଆମ ଆଖପାଖରେ ରହି ସଦାସର୍ବଦା ଆମ ଦୋଷତ୍ରୁଟିକୁ ସୁଧାରି ଦିବ୍ୟପଥର ଯାତ୍ରୀ ହେବାପାଇଁ ମାର୍ଗ ଦେଖାଉଛନ୍ତି । କିନ୍ତୁ ଆମକୁ ସେ ମାର୍ଗରେ ଚାଲିବା ପାଇଁ ଭଲ ଲାଗିବା ନ ଲାଗିବା ତ ଦୂରର କଥା ବିଭିନ୍ନ ବାହାନା ଓ ବିଭିନ୍ନ ପ୍ରସଙ୍ଗ ଉଠାଇ ନିଜ ଦୁଃଖର ରାସ୍ତାର ପଥିକ ହେଉଛେ । ସମାଜରେ ସଂସ୍କାର ଆଣିବା ପାଇଁ ସମସ୍ତଙ୍କୁ ଦିବ୍ୟପଥର ଆଲୋକ ଦେଖାଇବା ପାଇଁ ଆମ୍ଭମାନଙ୍କ ସହିତ ରକ୍ତମାଂସର ଶରୀର ଧାରଣ କରିଥିବା ଜଣେ ସିଧାସାଧା ଦିବ୍ୟଲୋକ ଅଛନ୍ତି । ଯାହାଙ୍କୁ କେହି ସ୍ୱାମୀଜୀ କୁହନ୍ତି, କେହି କେହି ସନ୍ଥ, କେହି କେହି ଆଧ୍ୟତ୍ମିକ ପୁରୁଷ, ପ୍ରବଚକ ଭାବରେ ଜାଣନ୍ତି । ସେ ହେଉଛନ୍ତି ପୁଣ୍ୟାତ୍ମା ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ । ଆଜିକୁ ତିନି ଦିନ ତଳୁ ତାଙ୍କ ରାମନିଗମେଶ୍ୱର ମନ୍ଦିରର ଧ୍ୟାନ ପ୍ରକୋଷ୍ଠରେ ବ୍ରହ୍ମଲୀନ ହୋଇଛନ୍ତି । ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ନିଜର ଆଧ୍ୟାତ୍ମିକ ପ୍ରତିଭାକୁ ପ୍ରତିଭାତ କରିବା ପୂର୍ବରୁ ସାଧାରଣରେ ବୈକୁଣ୍ଠନାଥ ବିଶ୍ୱାଳ ଭାବରେ ପରିଚିତ ଥିଲେ । ସ୍ୱାମୀ ଅଚୁ୍ୟତାନନ୍ଦ ସରସ୍ୱତୀଙ୍କ ଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରି ଏହି ଦିବ୍ୟ ମଣିଷ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ଭାବରେ ଭକ୍ତଜନଙ୍କ ପାଖରେ ପରିଚିତ ହେଲେ । ଦୀର୍ଘକାୟ ଚେହେରାର ସୌମ୍ୟ, ସୁନ୍ଦର ମୁଖମଣ୍ଡଳ ସଦାସର୍ବଦା ହସହସ ବଦନରେ କେବଳ ନିଜର ଆଶି୍ରତଜନ ନୁହଁନ୍ତି ବରଂ ସମଗ୍ର ସମାଜର କଲ୍ୟାଣ ପାଇଁ ସେ ସଦାସର୍ବଦା ଜାଗ୍ରତ, ପ୍ରଚେଷ୍ଟିତ । କୁହାଯାଏ ଓଡ଼ିଶାରେ ଏପରି ଘର ନଥିବ ଯେଉଁଠି ନିର୍ମାଲ୍ୟ କଣିକାଟିଏ ନଥିବ । ତେବେ ଅନେକ କୁହନ୍ତି ସତରେ ଏ ଓଡ଼ିଶା ମାଟିରେ ଏପରିବି କେହି ଲୋକନଥିବେ ଯିଏ କି ସ୍ୱାମୀଜୀଙ୍କ ଦିବ୍ୟକୃପା ହେଉ କିମ୍ବା ଅଲୌକିକ ଦର୍ଶନ, କୌଣସି ଲୀଳା ପ୍ରତ୍ୟକ୍ଷତା କରିବା ହେଉ ବା ତାଙ୍କ ପ୍ରେମପୂର୍ଣ୍ଣ ଦିବ୍ୟ ସମ୍ଭାଷଣ ଶୁଣି ନଥିଲେ ବି ତାଙ୍କ ଦିବ୍ୟନାମ ନିଶ୍ଚୟତା ତା କାନରେ ପଡ଼ିଥିବ । କିନ୍ତୁ ଏ ସବୁଠାରୁ ଯଥେଷ୍ଟ ଦୂରରେ ରୁହନ୍ତି ସ୍ୱାମୀଜୀ । ଏକଦା କଟକର ମହାନଦୀ କୂଳରେ ଥିବା ବଣଜଙ୍ଗଲ ସରୀସୃପ ପରିବେଷ୍ଟିତ ଚହଟାଘାଟ ଠାରେ ନିଜ ଗୁରୁ ସ୍ୱାମୀ ଶ୍ରୀ ଶ୍ରୀ ନିଗମାନନ୍ଦ ଠାକୁରଙ୍କୁ ଏକ ଛୋଟିଆ କୁଟୀରରେ ରଖି ଧ୍ୟାନସ୍ଥ ରହୁଥିଲେ । ଯେଉଁଠି ଏବେ ଜଗତର କଲ୍ୟାଣ ପାଇଁ ତଥା ମୁମୁକ୍ଷୁ୍ୟ ଆର୍ଯ୍ୟଜନମାନଙ୍କୁ ଆଧ୍ୟାତ୍ମିକତାର ପଥ ଦେଖାଇବା ପାଇଁ ମୁଣ୍ଡ ଟେକିଛି ରାମନିଗମେଶ୍ୱର ମନ୍ଦିର । ସ୍ୱାମୀଜୀଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟ ଯେତିକି ସରଳ ସେତିକି ବିସ୍ମୟକର ଥିଲା । ସଦାସର୍ବଦା ଚୁପ୍ଚାପ ରହିବା ପାଇଁ ଚିରଶାନ୍ତ, ପ୍ରେମମୟ ସ୍ୱାମୀଜୀ ପ୍ରାୟତଃ ଧ୍ୟାନସ୍ଥ ରହିବା ପାଇଁ ପ୍ରଚେଷ୍ଟିତ ଥାଆନ୍ତି । କୌଣସି ଆଶ୍ରିତଜନ ଗଲେ ଜଣେ ଯେତିକି ଆବଶ୍ୟକ ମନେ କରନ୍ତି ତା’ର ସମସ୍ୟା ଦୁଃଖ, ଦୈନ୍ୟ ଦୂର ପାଇଁ ଶୁଣିଥାନ୍ତି । ପ୍ରତିକାରର ରାସ୍ତା ବି ଦେଖାଇନ୍ତି । ତାଙ୍କ ପ୍ରତିଷ୍ଠିତ ଆଶ୍ରମ ପରିସରରେ କେହି ଜଣେ କେବେ ଅଭୁକ୍ତ ରହିନାହିଁ । କାରଣ ତାହା ହେଉଛି ଅର୍ଣ୍ଣପୂର୍ଣ୍ଣାଙ୍କ କ୍ଷେତ୍ର । ସ୍ୱାମୀଜୀ ସଦାସର୍ବଦା ଆଶ୍ରମ ନିବାସୀ ମାନଙ୍କୁ ନୁହଁନ୍ତି ଯେ କୌଣସି ବାହାର ଲୋକଟି ଗଲେ ତା’ ଭଲମନ୍ଦ ବୁଝିବାଠାରୁ, ଖାଇବା ପିଇବା ବି ନିଜେ ବୁଝଥାନ୍ତି । ଯେକୌଣସି ଆଶ୍ରିତ ଲୋକଟିର ଦୁଃଖଯନ୍ତ୍ରଣା ସମୟରେ କାହା ପାଇଁ ଆଶୀର୍ବାଦ ପଠାଇଥାନ୍ତି ତ କାହାର ଭାଗ୍ୟ ଥିଲେ ତା’ଘରେ ବି ପାଦ ଦେଇଥାନ୍ତି । ସେପରି ଭାଗ୍ୟବାନମାନେ ବିସ୍ମୟରେ ସ୍ୱାମୀଜୀଙ୍କ ଦିବ୍ୟସତ୍ତା ଓ ଉପଲବ୍ଧି ସମ୍ପର୍କରେ ଯାହା କୁହନ୍ତି ତାହାତ ଏକ ପୋଥିର କାହାଣୀ ପାଲଟିବ । ବ୍ୟକ୍ତିଗତ ଅନୁଭୂତିଟି ଲେଖୁଛି – ପ୍ରାୟତଃ ଆଶ୍ରମକୁ ନିୟମିତ ଆସୁଥିବା ଜଣେ ଯୁବକ ଗତ ବର୍ଷ ଏକ ଦୁର୍ଘଟଣାରେ ଗୁରୁତର ହୋଇଗଲେ । ସ୍ୱାମୀଜୀ ତତ୍କ୍ଷଣାତ୍ ଆମ୍ଭମାନଙ୍କୁ ସେ ଯୁବକଙ୍କ ପାଖକୁ ତୁରନ୍ତ ପଠାଇବା ସହ ନିୟମିତ ଭାବରେ ତାଙ୍କ ପାଖରେ ପହଞ୍ଚôବା ପାଇଁ ସେବ୍ୟସ୍ତ ହୋଇପଡ଼ୁଥାନ୍ତି । କେବଳ ସେତିକି ନୁହେଁ ସେ ଯୁବକ ଜଣକ ଚିକିତ୍ସାଳୟରୁ ତାଙ୍କ ଘରକୁ ଆସିବା ମାତ୍ରେ ସ୍ୱାମୀଜୀ ତାଙ୍କ ପାଖରେ ପହଞ୍ଚô ଯାଇଥିଲେ । ଇଏ ହେଉଛି ଭାତ ହାଣ୍ଡିରୁ ଗୋଟିଏ । ସେ ତାଙ୍କ ସାଧନା ଦ୍ୱାରା ବହୁତ କିଛି ଜାଣି ପାରୁଥିଲେ ମଧ୍ୟ ଯେଉଁଥିରେ ଜଗତର କଲ୍ୟାଣ ଥାଏ ତାହାକୁ ସେ ଖୁବ୍ ସଂକ୍ଷିପ୍ତରେ ପ୍ରକାଶ କରନ୍ତି । ସ୍ୱାମୀଜୀ ଓଡ଼ିଶାର ଯେକୌଣସି ଧର୍ମାନୁଷ୍ଠାନ ହେଉ ବା ସେବାନୁଷ୍ଠାନ, ଶିକ୍ଷାନୁଷ୍ଠାନ ହେଉ ବା ଜଣେ ଯେ କୌଣସି ଠାକୁରଙ୍କ ଆଶ୍ରିତ ହେଉନ ନା କାହିଁକି ଯିଏବି ସ୍ୱାମୀଜୀଙ୍କୁ ପ୍ରେମରସହ ଚାହିଁଛି ସେଠାରେ ସେ ପହଞ୍ଚôଛନ୍ତି । ସଦା ବିଳାସମୟ ଜୀବନକୁ ପସନ୍ଦ କରୁନଥିବା ସ୍ୱାମୀଜୀଙ୍କ ନିରାଡ଼ମ୍ବର ସରଳ ଜୀବନ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ । ରାମ ଜନ୍ମ ଭୂମି ବିବାଦ ସମୟରେ ଦିବ୍ୟ ସଂକଳ୍ପରେ ସ୍ୱାମୀଜୀ ପାଦ ଦେଇଥିଲେ ଅଯୋଧ୍ୟାରେ । ଆଉ ତାଙ୍କ ସଂକଳ୍ପ ବି ଫଳବତୀ ହୋଇଥିଲା । ପରବର୍ତ୍ତୀ ସମୟରେ ଚହଟାଘାଟରେ ନିର୍ମାଣ ହୋଇଥିଲା ଶ୍ରୀ ରାମନିଗମେଶ୍ୱର ମନ୍ଦିର । “ଅସୀମାନନ୍ଦ ମିଶନ୍’ ନାମରେ ତାଙ୍କର କିଛି ଆଶ୍ରିତମାନେ ଆଧ୍ୟାତ୍ମିକ ଅନୁଷ୍ଠାନ ଗଢ଼ି ସ୍ୱାମୀଜୀଙ୍କ ମାର୍ଗ ଦର୍ଶନରେ ଜଗତ କଲ୍ୟାଣ ପାଇଁ ବିଭିନ୍ନ ଧର୍ମୀୟ,ସେବା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସମ୍ପ୍ରତି ସବୁକ୍ଷେତ୍ରର ମାନବୀୟ ମୂଲ୍ୟବୋଧ ଅପସୃୟମାଣ ହୋଇପଡ଼ୁଥିବା ବେଳେ ଜଗତ୍ଜନଙ୍କ ଦିବ୍ୟ ରାସ୍ତା ଦେଖାଇବାକୁ ତାଙ୍କରି ସମ୍ପାଦନାରେ “ଅସୀମାଲୋକ’ ପ୍ରକାଶିତ ହେଉଛି । କେବଳ ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଥିବା ସ୍ୱାମୀଜୀଙ୍କ ଅଗଣିତ ଆଶ୍ରିତମାନେ ସ୍ୱାମୀଜୀଙ୍କ ଅଲୌକିକତାକୁ ପ୍ରତ୍ୟକ୍ଷତା କରୁଥିଲେ ବି ସ୍ୱାମୀଜୀ କିନ୍ତୁ ସ୍ମିତହାସ୍ୟ ବଦନରେ ନୀରବ ରହୁଥିଲେ । ଯିଏ ସବୁ ଜାଣେ ତାଙ୍କ ପାଖରେ ବାକ୍ଚାତୁରୀର କି ବା ପ୍ରୟୋଜନ ଥାଏ ? ସମସ୍ତଙ୍କ ଭିତରେ ଭଗବାନଙ୍କ ସତ୍ତା ଅନୁଭବ କର । ଆଉ ସମସ୍ତେ ସଦାସର୍ବଦା ଭଗବାନଙ୍କ ଦିବ୍ୟନାମ ସ୍ମରଣ କରି ତାଙ୍କରି ଦିବ୍ୟପଥର ଯାତ୍ରୀ ହେବା ପାଇଁ ପ୍ରଚେଷ୍ଟିତ ହୁଅନ୍ତୁ । ସ୍ୱାମୀଜୀ ଦେହ ଛାଡ଼ିଛନ୍ତି ସେ ଯେଉଁ ବୈକୁଣ୍ଠ ଧାମରେ ପହଞ୍ଚôଛନ୍ତି ସେହିଠାରୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆମେ ତାଙ୍କୁ ସର୍ବତ୍ର ଅନୁଭବ କରୁଛୁ । ରାମନିଗମେଶ୍ୱର ମନ୍ଦିର, ଚହଟା, କଟକ, ଦୂରଭାଷ : ୯୮୬୧୯୪୪୫୯୪

Leave a Reply