Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜ୍ଞାନସମ୍ମତ କାଳଗଣନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜ୍ଞାନସମ୍ମତ କାଳଗଣନା


ସର୍ବେଶ୍ୱର ବେହେରା

ଇତିହାସର ଶତତ କାଳ ପ୍ରବାହ ହୋଇଥାଏ । ପରନ୍ତୁ ବିଦେଶୀ ଇତିହାସକାରମାନେ ଭାରତର ସ୍ୱାଭାବିକ କାଳ ପ୍ରବାହକୁ ମନଇଚ୍ଛା ବିକୃତ କରିଛନ୍ତି । ସେମାନେ ଭାରତର କାଳ ବିଭାଜନ ମନଗଢ଼ା, ତଥ୍ୟହୀନ, ଧୃଷ୍ଟତାପୂର୍ଣ୍ଣ ଓ ସୁନିୟୋଜିତ ଢ଼ଙ୍ଗରେ କରିଛନ୍ତି । ୟୁରୋପୀୟାନ ମଡ଼େଲର ଆଧାରରେ ଭାରତୀୟ ଇତିହାସକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ଏହାର ଜନକ ବିଦେଶୀ ଇତିହାସକାର ଜେମସ ମିଲ (୧୭୭୩-୧୮୩୬) ଥିଲା । ନିଜର ପୁସ୍ତକ ହିଷ୍ଟ୍ରି ଅଫ ବ୍ରିଟିଶ ଇଣ୍ଡିଆ (୧୮୧୭)ରେ ତିନୋଟି କାଳ- ହିନ୍ଦୁ କାଳ, ମୁସଲମାନ କାଳ ଓ ବ୍ରିଟିଶ କାଳ ରୂପେ ବିଭାଜିତ କରିଥିଲା । ତୃତୀୟ କାଳକୁ ବ୍ରିଟିଶ କାଳ ରୂପେ ବର୍ଣ୍ଣନା କରିବା ପଛରେ ଏକ ଷଡ଼ଯନ୍ତ୍ର ଥିଲା, ଯାହାକି ସମସ୍ତ ଖ୍ରୀଷ୍ଟିଆନ ଜଗତର ସହାନୁଭୂତି ମିଳିପାରିବ ଯଦ୍ଦ୍ୱାରା ଭାରତକୁ ଏକ ଖ୍ରୀଷ୍ଟିୟାନ ଦେଶରେ ପରିଣତ କରାଯାଇ ପାରିବ ।
ଏଠାରେ ଉଲ୍ଲେଖନୀୟ ଯେ ଜେମ୍ସ ମିଲ ଭାରତର ଇତିହାସ ଜାଣିବା ପାଇଁ ନିଜର ଜୀବଦ୍ଦଶା ମଧ୍ୟରେ କଦାପି ସେ ଭାରତକୁ ଆସିନଥିଲା, କିମ୍ବା କୌଣସି ଭାରତୀୟଙ୍କୁ ସେ ସାକ୍ଷାତ କରିଥିଲା କିମ୍ବା ଭାରତର କୌଣସି ଭାଷା ସହିତ ପରିଚିତ ଥିଲା । ଏହି ଅଜ୍ଞାନତାକୁ ସେ ନିଜର ବରଦାନ ବୋଲି ସ୍ୱୀକାର କରୁଥିଲା । ନିରପେକ୍ଷ ବୋଲି ନିଜକୁ ପ୍ରମାଣିତ କରୁଥିଲା । ସେ ଭାରତର କୌଣସି ଗ୍ରନ୍ଥକୁ ଅଧ୍ୟୟନ ମଧ୍ୟ କରିନଥିଲା । ସେ ଭାରତର ଏହି କାଳ୍ପନିକ କାଳବିଭାଜନକୁ ଉପଯୋଗିତାର ସିଦ୍ଧାନ୍ତ (ଚକ୍ସସଦ୍ଭମସକ୍ଟ୍ରକ୍ଷର କ୍ଟଲ ଟଗ୍ଧସକ୍ଷସଗ୍ଧବକ୍ସବଜ୍ଞସଗ୍ଦଜ୍ଞ) ଆଧାରରେ ସଠିକ ବୋଲି କହିଥିଲା । ଏହି ଆଧାରରେ ସେ ଭାରତରେ ଇଂରେଜ ଶାସନର ବୈଧତାକୁ ସ୍ୱୀକାର କରୁଥିଲା । ଇତିହାସକୁ ଏପରି ଢ଼ଙ୍ଗରେ ସେ ପ୍ରସ୍ତୁତ କରୁଥିଲା ଯେପରି ଭାରତୀୟମାନଙ୍କ ମଧ୍ୟରେ ଇଂରେଜ ଏକ ଶ୍ରେଷ୍ଠ ଜାତି ରୂପେ ପ୍ରତିପାଦନ ହୋଇପାରିବ । ସେ ବିଶ୍ୱର ସର୍ବୋଚ୍ଚ ସଭ୍ୟତାମାନଙ୍କ ମଧ୍ୟରେ ପ୍ରାଚୀନ ୟୁନାନ ତଥା ଆଧୁନିକ ୟୁରୋପ ବୋଲି ପ୍ରତିପାଦିତ କରିଥିଲା । ସେ ନିଜର ପୁସ୍ତକରେ ହିନ୍ଦୁମାନଙ୍କୁ ହୀନ ସିଦ୍ଧ କରିବା ପାଇଁ ଅସଭ୍ୟ ଭାଷାରେ ଗାଳି ଦେଇଥିଲା । ସେ ହିନ୍ଦୁମାନଙ୍କ ସଂସ୍କୃତି ଓ ସଭ୍ୟତାକୁ ବିଶ୍ୱର ନିକୃଷ୍ଟତମ ସଭ୍ୟତା ତଥା ସଂସ୍କୃତି ବୋଲି ଉଲ୍ଲେଖ କରିଥିଲା । ହିନ୍ଦୁମାନଙ୍କୁ ବର୍ବରତା ଓ ନିରଙ୍କୁଶ ବୋଲି କହିଥିଲା । ତା’ର ଚିନ୍ତନ ଭବିଷ୍ୟତର ବ୍ରିଟିଶ ଶାସକ ଓ ବିଦ୍ୱାନମାନଙ୍କ ପାଇଁ ମାର୍ଗଦର୍ଶକ ହୋଇଥିଲା । ହିନ୍ଦୁମାନଙ୍କ ପ୍ରତି ଏହି ନିକୃଷ୍ଟ ବିଚାର ଇଂରେଜମାନଙ୍କ ମଧ୍ୟରେ ଉଦୟ ହୋଇଥିଲା । ସେ ଭାରତର ବର୍ତ୍ତମାନ କାଳକୁ ମଧ୍ୟୟୁରୋପର ମଧ୍ୟକାଳ (୫୦୦-୧୫୦୦) ଖ୍ରୀଷ୍ଟାବ୍ଦର ଭାଗ ରୂପେ ବର୍ଣ୍ଣନା କରିଥିଲା । ଭାରତ ଇତିହାସର ଏହି ବିକୃତପୂର୍ଣ୍ଣ, ତର୍କହୀନ, ଅସଙ୍ଗତ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ, କ୍ଷମତା ଓ ଅହଙ୍କାରର ପରିଚାୟକ ଥିଲା ।
ଦେଶ ବିଦେଶର ଅନେକ ବିଦ୍ୱାନମାନେ ଜେମ୍ସ ମିଲଙ୍କ ମନଗଢ଼ା କାଳବିଭାଜନକୁ କଟୁ ସମାଲୋଚନା କରିଥିଲେ । ଫେଡ଼େରିକ ଜନ (୧୭୯୯-୧୮୩୭) ଏହାକୁ ‘ଘୃଣ୍ୟ’ ଓ ‘ଭୟଙ୍କର’ ବୋଲି କହିଥିଲେ । ପ୍ରଫେସର ବି.ରାଘବାଚାର୍ଯ୍ୟ ଏହାକୁ ଧୃଷ୍ଟତାପୂର୍ଣ୍ଣ ବିସଙ୍ଗତି, ଭାରତକୁ ବିଭାଜିତ କରିବା ପାଇଁ ସୁନିୟୋଜିତ ପ୍ରଚେଷ୍ଟା ବୋଲି କହିଥିଲେ । ପ୍ରସିଦ୍ଧ ଚିନ୍ତକ ପ୍ରତାପ ସୁନ୍ଦର ଏହି ବିଭାଜନ ଐତିହାସିକ ଓ ତଥ୍ୟ ଆଧାରିତ ନୁହେଁ ।
ଇତିହାସର ଏହି କୃତ୍ରିମ ବିଭାଜନରେ କେତେ ପ୍ରଶ୍ନ ମନ ମଧ୍ୟରେ ଦେଖାଦେଇଥିଲା । ଏହା ଠିକ୍ ନୁହେଁ ଯେ ହିନ୍ଦୁ କାଳ ମଧ୍ୟରେ ଦେଶର ସମସ୍ତ ଶାସକ ହିନ୍ଦୁ ଥିଲେ । ଉଦାହରଣତଃ କୁଷାଣ ଶାସକ ଏପରି ଥିଲେ ଯେ, ପ୍ରଥମତଃ ହିନ୍ଦୁ ନଥିଲେ, ପରେ ସେମାନେ ବୌଦ୍ଧ ଧର୍ମ ଅବଲମ୍ବନ କରିଥିଲେ । ହର୍ଷବର୍ଦ୍ଧନଙ୍କ ପରେ ଯାହାକୁ ‘ମୁସଲମାନ କାଳ’ କୁହାଯାଉଛି ସେଥିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତର ତଥା ଦକ୍ଷିଣ ଭାରତରେ ରାଜପୁତମାନଙ୍କର ବିଶାଳ ସାମ୍ରାଜ୍ୟ ଥିଲା । ବାବରର ଆସିବା ସମୟରେ ମହାରାଣା ସାଙ୍ଗା ତଥା ମହାରାଜା କୃଷ୍ଣଦେବରାୟ ସାମ୍ରାଜ୍ୟ କ’ଣ ନଥିଲା ? ଏହିପରି ଆଧୁନିକ କାଳର କ’ଣ ବୈଶିଷ୍ଟ୍ୟ ରହିଛି ? ତା’ ସହିତ ଏହା ମଧ୍ୟ ବିଚାରଣୀୟ ଯେ ଗୋଟିଏ କାଳରୁ ଅନ୍ୟ ଏକ କାଳକୁ ଲମ୍ଫ ପ୍ରଦାନ କରିବାରେ କୌଣସି ବୈଜ୍ଞାନିକ ଓ ସନ୍ତୁଳିତ ଆଧାର ଅଛି । କେଉଁ ତିଥି-କାଳର ପରିବର୍ତ୍ତନ ଏହାର ଆଧାର ହୋଇଛି ? ବ୍ରିଟିଶ ଇତିହାସକାରମାନଙ୍କ ଦ୍ୱାରା ରାଜନୈତିକ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ଏପରି କାଳ ବିଭାଜନ କରିବା କେତେଦୂର ଯଥାର୍ଥ ? ଜେମ୍ସ ମିଲର ଏପରି କୃତ୍ରିମ ଓ ମୂର୍ଖତାପୂର୍ଣ୍ଣ କାଳ ବିଭାଜନ ସମଗ୍ର ଊନବିଂଶ ଶତାବ୍ଦୀର ପାଠ୍ୟକ୍ରମରେ ସାମିଲ ହୋଇଯାଇଥିଲା । ମାଉଣ୍ଟ ଷ୍ଟୁଆର୍ଷ୍ଟ ଏଲିଫିନ୍ସନ ନିଜର ଦୁଇଟି ରଚନା ଏହି ଆଧାରରେ ଉଲ୍ଲେଖ କରିଥିଲେ । ବି.ଏ.ସ୍ମିଥ ଏହାକୁ ଐତିହାସିକ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ । ଏଚ.ଏଚ.ସ୍ମିଥ ଏହାକୁ ଐତିହାସିକ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ । ଏଚ.ଏଚ.ଡାଡୱେଲ ନାମକ ଐତିହାସିକ ମଧ୍ୟ ଏହି କ୍ରମକୁ ଗ୍ରହଣ କରିଥିଲେ । ଭାରତର ସ୍ୱାଧୀନତା ପରେ ମଧ୍ୟ ଇତିହାସ ପୁସ୍ତକରେ ଏହି କାଳ ବିଭାଜନ ଦେଖିବାକୁ ମିଳିଛି । ଶରୀର ପରିବର୍ତ୍ତନ ହେଲା, କିନ୍ତୁ ଆତ୍ମା ଯଥାବତ ହୋଇ ରହିଗଲା । ଭାରତର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସ୍କୁଲ ଆଦି ଇତିହାସ ପାଠ୍ୟପୁସ୍ତକରେ ଆଜି ମଧ୍ୟ ଏପରି କାଳ ବିଭାଜନ ଉଲ୍ଲେଖ ରହିଛି ।
କୌଣସି ଦେଶର ଇତିହାସ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଲିଖିତ ହୋଇପାରିବ ନାହିଁ । ଭାରତର ଇତିହାସ ଏଠାକାର ହିନ୍ଦୁମାନଙ୍କର ଜୟ ପରାଜୟର ଇତିହାସ । ସଂସ୍କୃତିପ୍ରଧାନ ଦେଶ ହେବା ଯୋଗୁଁ ଏହାର କାଳ ବିଭାଜନ ସାଂସ୍କୃତିକ ରାଷ୍ଟ୍ରବାଦର ପରିବର୍ତ୍ତନର ଆଧାରରେ ହେବା ଆବଶ୍ୟକ । ବ୍ରିଟିଶ ରାଜନୈତିକ ରାଷ୍ଟ୍ରବାଦ ଧାରାରେ ହୋଇଥିବା କାଳବିଭାଜନକୁ ପରିବର୍ତ୍ତନ କରିବା ଆବଶ୍ୟକ । ଭାରତ ରାଷ୍ଟ୍ରର ଉନ୍ନତି ପାଇଁ ଇଂରେଜମାନଙ୍କ ଦ୍ୱାରା ଲିଖିତ ଇତିହାସକୁ ପରିବର୍ତ୍ତନ କରିବାର ସମୟ ଅଛି ।
ଆଡ଼ଭୋକେଟ, ଖଟବିନସାହି, କଟକ
ମୋ-୮୨୪୯୩୯୩୫୯୧
-ଠ-

Leave a Reply