Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ୟେସ୍ ପାକିସ୍ଥାନ ଓ ଏଚ୍ଡିଏଫ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୟେସ୍ ପାକିସ୍ଥାନ ଓ ଏଚ୍ଡିଏଫ୍


ସୌମେନ୍ଦ୍ର ଜେନା

ପାକିସ୍ଥାନର ୫୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ୧୯୯୭ରେ ହୁ୍ୟମାନ ଡେଭେଲପମେଣ୍ଟ ଫାଉଣ୍ଡେସନ ଅଫ୍ ନର୍ଥ ଆମେରିକା (ଏଚ୍ଡିଏଫ୍ଏନ୍ଏ) ନାମରେ ଏକ ସଂଗଠନ ଆରମ୍ଭ କରାଯାଇଥିଲା,ଯାହାର ସଂପର୍କ ୟେସ୍ ପାକିସ୍ଥାନ ସହ ରହିଥିଲା । ଜଷ୍ଟିସ ଫର୍ ଅଲ୍ ପରି ୟେସ୍ ପାକିସ୍ଥାନ ନିଜର ୱେବସାଇଟରେ କାଶ୍ମୀରକୁ ନେଇ ନିର୍ମିତ ଟୁଲକିଟକୁ ବ୍ୟବହାର କରିଥାଏ ।  
ଆମେରିକାର ରାଜ୍ୟ ଦି ଇଲିନୋଇସ ଜେନେରାଲ ନଟ ଫର୍ ପ୍ରଫିଟ କର୍ପୋରେସନ ଆକ୍ଟ ଅଫ୍ ୧୯୮୬ ଅନୁଯାୟୀ ଏଚ୍ଡିଏଫ୍ଏନ୍ଏ ସଂସ୍ଥା ପଞ୍ଜିକୃତ ହୋଇଛି । ଏହାର ପରି·ଳନା ମଣ୍ଡଳୀରେ ମହମ୍ମଦ ଖାଲିଦ ରିୟାଜ, ନସିମ ଅସ୍ରଫ ଏବଂ ଅକ୍ରମ େ·÷÷ଧୁରୀ ରହିଛନ୍ତି । ଏଚ୍ଡିଏଫ୍ର ଅନ୍ୟାନ୍ୟ ଉଦେ୍ଦଶ୍ୟ ମଧ୍ୟରେ ପ୍ରମୁଖ ବିଷୟ ହେଉଛି ପାକ୍ -ଆମେରିକାନ୍ ଓ ମୁସଲମାନ (ଆମେରିକାବାସୀ)ଙ୍କୁ ଏକତ୍ରିତ କରି ପାକ୍ର ନୀତିନିର୍ଦ୍ଧାରକଙ୍କ ଅନୁଯାୟୀ ସମ୍ମୁଖରେ ରହି କାର୍ଯ୍ୟ କରିବା । 
ହୁ୍ୟମାନ୍ ଡେଭଲପମେଣ୍ଟ ଫାଉଣ୍ଡେସନ ପାକିସ୍ଥାନ ୧ ଜୁନ୍ ୧୯୯୯ରେ ଆରମ୍ଭ ହୋଇଥିଲା ଏହି ସମାନ ନାମରେ, ଯାହା ପରେ କେବଳ ଏଚ୍ଡିଏଫ୍ ରହିଥିଲା । ଏଚ୍ଡିଏଫ୍୍ ପାକିସ୍ଥାନର ରାଷ୍ଟ୍ରୀୟ କାର୍ଯ୍ୟାଳୟ ରାୱଲପିଣ୍ଡିରେ  ଖୋଲିଥିଲା ଏବଂ ଖାଲିଦ ରିୟାଜ ପ୍ରଥମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାର ପରି·ଳନା ମଣ୍ଡଳୀରେ ପାକ୍ ସେନାନିବୃତ୍ତ ଅଧିକାରୀମାନେ ମଧ୍ୟ ରହିଥିଲେ । ସଂସ୍ଥାର ଉପାଧ୍ୟକ୍ଷ ଥିଲେ ପାକ୍ସେନାରେ ୩୬ବର୍ଷ ଧରି କାର୍ଯ୍ୟ କରିଥିବା ଏବଂ ପାକ୍ର ସର୍ବୋଚ୍ଚ ସେନା ମେଡାଲ ପାଇଥିବା ଅଧିକାରୀ ଲେଫନାଣ୍ଟ ଜେନେରାଲ ଅନିସ ଅହମ୍ମଦ ଅବ୍ବାସୀ । ଅନ୍ୟ ଜଣେ ସଦସ୍ୟ ଥିଲେ ଏୟାର ମାର୍ଶାଲ ରିୟାଜୁଦ୍ଦୀନ ଶେଖ । ସେ ପାକ୍ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ବେନଜିର ଭୁଟ୍ଟୋ ସହିଦ ହୁ୍ୟମାନ ରିସୋର୍ସେସ ଏଣ୍ଡ ସ୍କିଲ୍ ଡେଭଲପମେଣ୍ଟ ବୋର୍ଡର ସେ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ସିନ୍ଧ୍ ପ୍ରଦେଶର ବେନଜିର ହାଉସିଂ ସ୍କିମ୍ ଷ୍ଟିଅରିଂ କମିିଟିର ସେ ପୂର୍ବତନ ନିଦେ୍ର୍ଦଶ ମଣ୍ଡଳୀ ସଦସ୍ୟ ରହିଥିଲେ । ଏଚ୍ଡିଏଫ୍ର ପରି·ଳନା ମଣ୍ଡଳୀରେ ଅନ୍ୟ ଜଣେ ସଦସ୍ୟ ହେଲେ ମେଜର ଜେନେରାଲ ଡକ୍ଟର ଫାରୁଖ ସେୟିର । ପାକ୍ସେନାର ଡାକ୍ତରଖାନା ପାଇଁ ଶିକ୍ଷା ଦେଉଥିବା ସଂସ୍ଥାର ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ରହିଥିଲେ । ୧୯୯୭ରେ ଆମେରିକାର ତିନୋଟି ପ୍ରମୁଖ ସଂଗଠନର ପ୍ରୋତ୍ସାହନକ୍ରମେ  ଏଚ୍ଡିଏଫ୍ ଗଠନ ହୋଇଥିଲା । ସେଗୁଡିକ ହେଲେ ଦି ଆସୋସିଏସନ୍ ଅଫ୍ ପାକିସ୍ଥାନୀ ଫିଜିସିଆନ୍ସ ଅଫ୍ ନର୍ଥ ଆମେରିକା (ଏପିପିଏନ୍ଏ), ଦି ସୋସାଇଟି ଫର୍ ଇଣ୍ଟରନେସନାଲ ହେଲ୍ଥ, ଏଜୁକେଶନ ଏଣ୍ଡ୍ ଲିଟେରାସୀ ପ୍ରୋଗ୍ରାମ (ଏସ୍ଆଇଏଚ୍) ଏବଂ ଦି ନୁର ଫାଉଣ୍ଡେସନ । 
ଆମେରିକାର ବସବାସ କରୁଥିବା ପାକ୍ ମୂଳର ଲୋକେ ଦି ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ପାକିସ୍ଥାନୀ ଡିସେଣ୍ଟ ଅଫ୍ ନର୍ଥ ଆମେରିକା (ଏପିପିଏନ୍ଓ) ବୋଲି ସଂଗଠନ ଗଢିଥିଲେ ଯାହା ପାକ୍ ବାହାରେ ପାକିସ୍ଥାନୀ ଲୋକଙ୍କ ପାଇଁ ଏକ ବଡ ସଂଗଠନ ହୋଇଛି । ଏହି ସଂଗଠନ ୧୯୭୭ରେ ଆରମ୍ଭ ହେବା ପରଠାରୁ ଅନେକ କାର୍ଯ୍ୟକ୍ରମ  ଓ ଅନେକ ପରିଚୟ ସୃଷ୍ଟି କରିଛି । ଏହାର ପ୍ରମୁଖ ବ୍ୟକ୍ତି ମଧ୍ୟରୁ ମହମ୍ମଦ ରିୟାଜ ଅନ୍ୟତମ, ଯିଏକି ୧୯୯୭ରେ ଏଚ୍ଡିଏଫ୍ର ତିନି ସଂସ୍ଥାପକଙ୍କ ମଧ୍ୟରୁ ଜଣେ ଥିଲେ । 
ପାକ୍ର ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍ ମୁସାରଫ୍ ହୁ୍ୟମାନ ଡେଭେଲପମେଣ୍ଟ ନିମନ୍ତେ ଯେଉଁ ଟାସ୍କ ଫୋର୍ସ ଗଠନ କରିଥିଲେ ସେଥିରେ ଏଚ୍ଡିଏଫ୍ର ତିନି ସଂସ୍ଥାପକ ନସିମ ଅସ୍ରଫ, ଖାଲିଦ ରିୟାଜ ଏବଂ ମୁସାଦିକ ମାଲିକ ରହିଥିଲେ । ଖାଲିଦ ରିୟାଜ  ଏପିପିଏନ୍ଏର ପୂର୍ବତନ ଅଧ୍ୟକ୍ଷ ଏବଂ ପାକ୍ ପିଏସିର ପ୍ରତିଷ୍ଠାତା, ଯାହାକି ପାକ୍ ସ୍ୱାର୍ଥରେ ଆମେରିକାରେ ଲବି କରିଥାଏ ।  ଭାରତରୁ  କାଶ୍ମୀରକୁ ବିଚ୍ଛିନ୍ନ କରିବାକୁ ଆଲୋଚନା ଚକ୍ର, ସଭା ସମିତିମାନ ସଂଗଠନ ଆୟୋଜନ କରିଥାଏ । ସେମିତି ନସିମ ଅସ୍ରଫ ହେଉଛି ପାକ୍ କ୍ରିକେଟ ବୋର୍ଡ (ପିସିବି)ର ପୂର୍ବତନ ଅଧ୍ୟକ୍ଷ (୨୦୦୬-୦୮) ଏବଂ ଜଣେ କ୍ରିକେଟ ଖେଳାଳି । ସେ ପାକ୍ର ରାଜଧାନୀ ଇସଲାମାବାଦରେ ରହିଥାନ୍ତି । ପାକ୍ ଗ୍ରାମାଞ୍ଚଳର ମଦ୍ରାସାଗୁଡିକର ସଂସ୍କାର ନିମନ୍ତେ ପରଭେଜ୍ ମୁସାରଫଙ୍କ ସମୟରେ ଗଠିତ ସଂସ୍କାର କମିଟିର ସେ ସଦସ୍ୟ ଥିଲେ । ମୁସାଦିକ ମାଲିକ ଏଚ୍ଡିଏଫ୍ର ସମ୍ପାଦକ (୧୯୯୭-୨୦୦୩) । ସେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଶାସନ ସମୟରେ (୨୦୧୪-୧୭ ମଧ୍ୟରେ ପ୍ରବକ୍ତା ରହିଥିଲେ । ପାକ୍ର କାମଚଳା ପ୍ରଧାନମନ୍ତ୍ରୀ ମୀର ହାଜାର ଖାଁ ଖୋସୋଙ୍କ ଶାସନ କାଳରେ (୨୦୧୩)ସେ ସିନେଟର ସଦସ୍ୟ ରହିବା ସହ ଜଳ ଓ ଶକ୍ତି ମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଥିଲେ । 
ନିଉୟର୍କରେ କାର୍ଯ୍ୟ କରୁଥିବା ଅନ୍ୟ ଏକ ସଂଗଠନ ସୋସାଇଟୀ ଫର୍ ଇଣ୍ଟରନେସନାଲ ହେଲ୍ପ ହେଉଛି ପାକ୍ରେ କାର୍ଯ୍ୟକରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ତମୀର-ଇ-ମିଲ୍ଲତ  ଫାଉଣ୍ଡେସନର ସହଯୋଗୀ ସଂଗଠନ, ଯାହା ୧୯୮୭ରେ ଆରମ୍ଭ ହୋଇଥିଲା । ଏହି ଦୁଇଟି ସଂଗଠନ ପାକ୍ ନାଗରିକ ସ୍ୱର୍ଗତ ଡାକ୍ତର ଜାହିର ଅହମ୍ମଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।  ସେ ଇସଲାମାବାଦସ୍ଥିତ ସିଫା ଇଣ୍ଟରନେସନାଲ ହସ୍ପିଟାଲ, ସିଫା କଲେଜ ଅଫ୍ ମେଡିସିନ୍, ସିଫା ଫାଉଣ୍ଡେସନ (୧୯୯୨) ସିଫା କଲେଜ ଅଫ୍ ନର୍ସିଂ , ସିଫା ତମୀର-ଇ-ମିଲ୍ଲତ ୟୁନିଭରସିଟୀ ଆରମ୍ଭ କରିଥିଲେ । ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ଫେଡେରାଲ ବୁ୍ୟରୋ ଅଫ୍ ଇନ୍ଭେଷ୍ଟିଗେସନର ସନେ୍ଦହକୁ ଜାହିର ଅହମ୍ମଦଙ୍କ ନାମ ଅତୀତରେ ଆସିଥିଲା,ଯେତେବେଳେ ଆଇଏସ୍ଆଇ ସଂପର୍କରେ ଥିବା ଘୁଲାମ ନବି ଫାୟି ୩.୫ ମିଲିଅନ ଡଲାର ·ଲାଣ କରିବା ଅଭିଯୋଗରେ ଧରାପଡି ଗିରଫ  ହୋଇଥିଲା, ସେ ଏହି ପରିମାଣର ଅର୍ଥ ଆଇଏସ୍ଆଇଠାରୁ ୧୯୯୦ -୨୦୧୧ ମଧ୍ୟରେ ଗ୍ରହଣ କରିଥିଲା । ସେହି ମାମଲାରେ ଜାହିର ଦ୍ୱିତୀୟ ଅଭିଯୁକ୍ତ ଥିଲେ । କାରଣ ପାକ୍ର ଆଇଏମ୍ଆଇ ଅଧିକାରୀଙ୍କ ସଂପର୍କରେ ରହି ଆମେରିକାରେ କାର୍ଯ୍ୟ କରୁଥିବା ଫାୟିର ସଂଗଠନ କାଶ୍ମୀରୀ ଆମେରିକାନ୍ କାଉନସିଲକୁ ଏହି ଅର୍ଥ ଜାଲିଦାତାଙ୍କ ନାମରେ ପଠାଇଥିଲେ ।  ସେହି ଅର୍ଥ ଆମେରିକାର ସାଂସଦମାନଙ୍କୁ କାଶ୍ମୀର ମାମଲା ଭାରତକୁ ବିରୋଧ କରିବାକୁ ପ୍ରଭାବିତ କରିବାଲାଗି  ଖର୍ଚ୍ଚ କରାଯାଇଥିଲା । ସେହି ମାମଲାରେ ଫାୟିକୁ ଜେଲ ଦଣ୍ଡ ହୋଇଥିଲା, ହେଲେ ଅହମଦ ପାକ୍ରେ ରହିବା ସହ କାର୍ଯ୍ୟାନୁଷ୍ଠାନର ବାହାରେ ଥିଲେ । 
ଆମେରିକାରେ ବିଶ୍ୱବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣର ଠିକ୍ ଏକମାସ ପୂର୍ବରୁ ଓସାମା ବିନ୍ ଲାଡେନକୁ ଅହମ୍ମଦ ସାକ୍ଷାତ କରିଥିଲେ । ପାକ୍ ଆଣବିକ ଶକ୍ତି ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ସୁଲତାନ ବସିରୁଦ୍ଦୀନ ମହମୁଦଙ୍କ ଉପସ୍ଥିତିରେ ଉକ୍ତ ବୈ÷ଠକ ହୋଇଥିଲା । ଉକ୍ତ ବୈ÷ଠକରେ ଇଜିପଟର ଇସଲାମିକ ଜିହାଦର ମୁଖ୍ୟ ଅୟମନ ଅଲ୍ -ଜୱାହିରୀ ଏବଂ ପାକ୍ ଆଣବିକ ଶକ୍ତିମନ୍ତ୍ରୀ େ·÷÷ଧୁରୀ ଅବଦୁଲ ମଜିଦ୍ ମଧ୍ୟ ଉପସ୍ଥିତ ଥିଲେ ।  ତାଲିବାନ ପକ୍ଷରୁ ଆୟୋଜିତ ସେହି ବୈ÷ଠକରେ ଓସାମା ବିନ୍ ଲାଡେନ ଅତିଥି ଭାବେ ଯୋଗଦେଇ ଆଣବିକ ଅସ୍ତ୍ର ପାଇବା ଲାଗି ଆଲୋଚନା କରିଥିଲା । ଆମେରିକାରେ ଆକ୍ରମଣ ହେବାପରେ ବସିରୁଦ୍ଦୀନ ମହମୁଦକୁ ପାକ୍ ସରକାର ଗୃହବନ୍ଦୀ କରିଥିଲେ ।
ସୋସାଇଟୀ ଫର ଇଣ୍ଟରନେସନାଲ ହେଲ୍ପର ତତ୍କାଳୀନ କୋଷାଧ୍ୟକ୍ଷ ଦାୟିତ୍ୱରେ ଥିବା ଶେଖ ଜାଭେଦ ରେହମତଙ୍କୁ ସଂସ୍ଥାର ଖର୍ଚ୍ଚର ଜାଲ ଘୋଷଣାକୁ କେନ୍ଦ୍ରକରି ୧୮ଜୁଲାଇ ୨୦୧୪ରେ ପାଞ୍ଚବର୍ଷ ପାଇଁ ଜେଲ ହୋଇଥିଲା । ୟାସିନ ଅଲ୍-କାଦିଙ୍କ କମ୍ପାନୀ ମୁୱାଫାକ୍  ଲିମିଟେଡ୍ର ୮ ମିଲିଅନ ଡଲାର ମୂଲ୍ୟର ସେୟାରକୁ କିଣି ସେଥିରୁ ୩.୩୩ ମିଲିଅନ ଡଲାର ଅର୍ଥ ପାକ୍ର ଏକ ସଂସ୍ଥାକୁ ଦେଇଥିବା ସ୍ୱୀକାର କରିଥିଲେ । ସାଉଦି ଆରବର ବ୍ୟବସାୟୀ ଅଲ୍-କାଦିର ସଂପର୍କ ସନ୍ତ୍ରାସବାଦ ସହ ରହିଥିଲା । ୨୦୦୧ରେ ଆମେରିକାର ଟ୍ରେଜେରୀ ଡିପାର୍ଟମେଣ୍ଟ ତାକୁ ବିଶ୍ୱ ସନ୍ତ୍ରାସବାଦୀ ଘୋଷଣା କରିଥିଲା । ୨୦୦୧ରେ ମୁୱାଫାକ୍ ଲିମିଟେଡରେ ନାମ ଅଲ୍ କାୟଦାକୁ ଆର୍ଥôକ ସହାୟତା ଯୋଗାଇବା ଅଭିଯୋଗରେ ଚର୍ଚ୍ଚାକୁ ଆସିଥିଲା । ଅଲ୍ -କାଦି ସନ୍ତ୍ରାସବାଦୀ ସଂଗଠନ ସହ ସଂପର୍କ ରହିଥିବା ଅଭିଯୋଗକୁ କେବେହେଲେ ସ୍ୱୀକାର କରିନଥିଲେ । ତେବେ ଆମେରିକାରେ ଅଧିକାରୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଫାୟି ଏବଂ ଜାହିର ଅହମଦଙ୍କ ନାମ ଆସିବାର ଦୁଇମାସ ପରେ ୭ ଅକ୍ଟୋବର ୨୦୧୧ରେ ଜାହିରଙ୍କର ପାକିସ୍ଥାନରେ ମସ୍ତିଷ୍କାଘାତରେ ମୃତୁ୍ୟ ହୋଇଥିଲା । ତାଙ୍କ ଶବ ଶୋଭାଯାତ୍ରା ଜମାତେ ଇସଲାମୀର ପୂର୍ବତନ ମୁଖ୍ୟ କାଜି ହୁସେନ ଅହମଦ ଏବଂ ଅନ୍ୟ ନେତାମାନଙ୍କ ନେତୃତ୍ୱରେ ବାହାରିଥିଲା  । ଏଥିରୁ ଜାଣିହେବ ଯେ କିପରି ଇମାନା ପରି ସଂଗଠନ କୋରୋନା କାଳରେ ଲକ୍ଷ ଲକ୍ଷ ଭାରତୀୟଙ୍କଠାରୁ ଅର୍ଥ ସଂଗ୍ରହ କରିବାବେଳେ ଜାହିର ଅହମଦର ପାକ୍ରେ ଥିବା ଅଲ୍ ସିଫା ଡାକ୍ତରଖାନା ସହ ମିଶି କାର୍ଯ୍ୟ କରୁଥିଲା । ଏଥିରୁ ସଇତାନୀ ସଂଗଠନଗୁଡିକରେ ଚେର କେତେଦୂର  ଲମ୍ବିଛି ତାହା ଜଣାପଡେ । ତେଣୁ ଦାନ ଦେବା ବେଳେ ଦାତାମାନେ ପାଞ୍ଚଥର ଚିନ୍ତା କରିବା ଦରକାର, ତାହା ସେବାକାରୀକୁ ଦେଉଛନ୍ତି ନା ସଇତାନଙ୍କୁ ଦେଉଛନ୍ତି । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply