କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣକୁ ଗତ ୧୧ ବର୍ଷର ପ୍ରଗତି, ବର୍ତ୍ତମାନର ଶକ୍ତି ଏବଂ ଏକ ସମୃଦ୍ଧ ଭାରତ ପାଇଁ ରଣକୌଶଳର ଏକ ରୋଡମ୍ୟାପ୍ ବୋଲି କହିଛନ୍ତି। ‘ଏକ୍ସ’ ରେ ଏକାଧିକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ‘‘ଅପରେସନ ସିନ୍ଦୁର” ଜରିଆରେ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ହେଉ, ‘‘ମିଶନ ସୁଦର୍ଶନ ଚକ୍ର” ଜରିଆରେ ଦେଶର ଭିତ୍ତିଭୂମିକୁ ସୁରକ୍ଷିତ କରିବାର ଯୋଜନା ହେଉ, କିମ୍ବା ‘‘ହାଇ ପାୱାର୍ଡ ଡେମୋଗ୍ରାଫି ମିଶନ” ଜରିଆରେ ଅନୁପ୍ରବେଶକାରୀ ମୁକ୍ତ ଭାରତ ଗଠନ କରିବାର ସଂକଳ୍ପ ହେଉ, ମୋଦୀ ସରକାର ଦେଶକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ। କୃଷକଙ୍କ ସ୍ୱାର୍ଥ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ମହାକାଶ କ୍ଷେତ୍ର ଏବଂ ଜେଟ୍ ଇଞ୍ଜିନରେ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ କରିଥିଲେ। ଏହାବାଦ୍ ଆଗାମୀ ଦୀପାବଳି ଅବସରରେ ‘‘ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା” ର ଘୋଷଣା ଏବଂ ଗୁରୁତ୍ୱପୂର୍ଣ୍ଣ ଜିଏସଟି ରିହାତି ପଦକ୍ଷେପ ନାଗରିକଙ୍କ ଜୀବନକୁ ସହଜ କରିବ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା” କାର୍ଯ୍ୟକାରୀ କରିବା ଲାଗି ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରି ଦେଶର ଯୁବକମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ଯୋଜନା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଥର କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ମିଳିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ପଦକ୍ଷେପ ଦ୍ୱାରା ପାଖାପାଖି ସାଢ଼େ ତିନି କୋଟି ଯୁବକ ଉପକୃତ ହେବେ, ଯାହା ଭାରତୀୟ ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଯାତ୍ରାକୁ ସୁଦୃଢ଼ କରିବ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସଶକ୍ତ କରି ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି। ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଦୀପାବଳି ଉପହାର ସ୍ୱରୂପ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଘୋଷଣା କରିଛନ୍ତି। ଏହି ସଂସ୍କାରଗୁଡ଼ିକ ଦ୍ୱାରା କେବଳ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ବିଶେଷ ଭାବେ ଲାଭାନ୍ୱିତ ହେବେ ନାହିଁ, ବରଂ ନିତିଦିନିଆ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ସୁଲଭ ହେବ, ଯାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଗତି ପ୍ରଦାନ କରିବ। ଏହି ପ୍ରୟାସ ଭାରତର ଆର୍ଥିକ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବ ଏବଂ ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ମିଶନ ସୁଦର୍ଶନ ଚକ୍ର” ର ଶୁଭାରମ୍ଭ କରି ଏକ ଐତିହାସିକ ଘୋଷଣା କରିଛନ୍ତି। ଏହି ଅଭିଯାନ ଅଧୀନରେ ୨୦୩୫ ମସିହା ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ଥଳଗୁଡ଼ିକୁ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀରେ ସଜ୍ଜିତ କରାଯିବ। ଏହି ଅଭିଯାନର ଉଦ୍ଦେଶ୍ୟ କେବଳ ଶତ୍ରୁ ଆକ୍ରମଣକୁ ନିଷ୍କ୍ରିୟ କରିବା ନୁହେଁ, ବରଂ ସୁଦର୍ଶନ ଚକ୍ର ଭଳି ପ୍ରଭାବଶାଳୀ ପ୍ରତିଆକ୍ରମଣ କରିବା । ଏହି ପଦକ୍ଷେପ ଜାତୀୟ ସୁରକ୍ଷାକୁ ଅଭେଦ୍ୟ କରିବା ଏବଂ ଶତ୍ରୁମାନଙ୍କ ବିରୋଧରେ ଲକ୍ଷ୍ୟବଦ୍ଧ ଆକ୍ରମଣକୁ ସକ୍ଷମ କରିବାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଐତିହାସିକ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ନିର୍ମାଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ର ୧୦୦ ବର୍ଷର ସମୃଦ୍ଧ ଇତିହାସ ଏବଂ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ଦେଶର ୧୦୦ ବର୍ଷର ପ୍ରଗତି ଯାତ୍ରାରେ ଅତୁଳନୀୟ ଯୋଗଦାନ ଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଗତ ଶତାବ୍ଦୀ ଧରି, ଆରଏସ୍ଏସ୍ ସେବା, ସମର୍ପଣ, ସଂଗଠନ ଏବଂ ଶୃଙ୍ଖଳା ସହିତ ବ୍ୟକ୍ତିଗତ ବିକାଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ପୂରଣ କରିଛି।
Author: Contributor
ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି
ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ, ଆତ୍ମନିର୍ଭର ଭାରତକୁ…
ବିକଶିତ ଭାରତ ୨୦୪୭ ପାଇଁ ଏକ ଦୂରଦୃଷ୍ଟି
୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ତାଙ୍କର ଦୀର୍ଘତମ ଏବଂ ନିର୍ଣ୍ଣାୟକ ଅଭିଭାଷଣ ପ୍ରଦାନ କରିଥିଲେ, ଯାହା ୧୦୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୪୭ ମସିହା ସୁଦ୍ଧା ଏକ ସମୃଦ୍ଧ ଭାରତ ପାଇଁ ଏକ ସାହସିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲା। ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରାଷ୍ଟ୍ରରୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସୀ, ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଦେଶ ଭାବେ ଭାରତର ଯାତ୍ରା ଉପରେ ଆଲୋକପାତ କରିଥିଲେ। ପ୍ରମୁଖ ବିଶେଷତ୍ୱ ଏବଂ ଘୋଷଣା : ୧. କୌଣସି ବ୍ଲାକମେଲ ନାହିଁ, କୌଣସି ଆପୋଷ ବୁଝାମଣା ନାହିଁ : ପହଲଗାମ ଆକ୍ରମଣ ପରେ କରାଯାଇଥିବା ଅପରେସନ ସିନ୍ଦୁରକୁ ଭାରତର ରଣନୈତିକ ସ୍ୱାୟତ୍ତତାର ପ୍ରଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହି ଅପରେସନ ଆତଙ୍କବାଦୀ ନେଟୱାର୍କ ଏବଂ ପାକିସ୍ତାନରେ ଥିବା ସେମାନଙ୍କର ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା, ଯାହା ଏକ ନୂତନ ଯୁଗର ସଙ୍କେତ ଦେଇଥିଲା ଯେଉଁଠାରେ ଭାରତ ଆଉ ଆଣବିକ ବ୍ଲାକମେଲ୍ କିମ୍ବା ବିଦେଶୀ ସର୍ତ୍ତାବଳୀ ଉପରେ ଧମକ ଗ୍ରହଣ କରିବ ନାହିଁ। ୨. ଆତ୍ମନିର୍ଭର ଭାରତ, ପ୍ରଯୁକ୍ତିବିଦ୍ୟା, ଶିଳ୍ପକୁ ସୁଦୃଢ଼ କରିଛି : ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ଏକ ରାଷ୍ଟ୍ରର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥାଏ। ଏହା ଦୁର୍ଭାଗ୍ୟଜନକ ଯେତେବେଳେ ନିର୍ଭରଶୀଳତା ଏକ ବିପଜ୍ଜନକ ଅଭ୍ୟାସରେ ପରିଣତ ହୁଏ। ସେଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବା ପାଇଁ ସଚେତନ ଏବଂ ପ୍ରତିବଦ୍ଧ ରହିବା ଆବଶ୍ୟକ। ଆତ୍ମନିର୍ଭରଶୀଳତା କେବଳ ରପ୍ତାନି, ଆମଦାନୀ, ଟଙ୍କା କିମ୍ବା ଡଲାର ବିଷୟରେ ନୁହେଁ। ଏହା ଆମର ସାମର୍ଥ୍ୟ, ନିଜସ୍ୱ ଭାବରେ ଠିଆ ହେବା ପାଇଁ ଆମର ଶକ୍ତି ବିଷୟରେ । “ ୩. “ବିଶ୍ୱର ଔଷଧ କ୍ଷେତ୍ର” ଭାବେ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଔଷଧ ଏବଂ ନବସୃଜନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲାଗି ଦେଶକୁ ଅନୁରୋଧ କରିଥିଲେ। ସେ ପଚାରିଥିଲେ, “ଆମେ ମାନବତାର କଲ୍ୟାଣ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ଶସ୍ତା ଔଷଧ ଯୋଗାଇବା ଉଚିତ୍ ନୁହେଁ କି?” ୪. ମିଶନ ସୁଦର୍ଶନ ଚକ୍ର, ରଣନୈତିକ ପ୍ରତିରକ୍ଷା ବୃଦ୍ଧି : ଭାରତର ଆକ୍ରମଣାତ୍ମକ ଏବଂ ପ୍ରତିରୋଧ କ୍ଷମତାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ପୌରାଣିକ ଐତିହ୍ୟରୁ ପ୍ରେରଣା ନେଇ ମିଶନ ସୁଦର୍ଶନ ଚକ୍ରର ଶୁଭାରମ୍ଭ କରିଥିଲେ। ସେ କହିଥିଲେ,…
ଚାଷୀମାନେ ଭାରତର ମେରୁଦଣ୍ଡ
79ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ…
Bharat lives to bring happiness and peace in the world – Dr. Mohan Bhagwat Ji
Bhubaneswar, 15 August. Today on the occasion of Independence Day, RSS Sarsanghchalak Dr. Mohan Bhagwat Ji…
स्व के आधार पर तंत्र चलता है, तब स्वतंत्रता आती है – डॉ. मोहन भागवत जी
भुवनेश्वर, 15 अगस्त। आज स्वतंत्रता दिवस के अवसर पर राष्ट्रीय स्वयंसेवक संघ के सरसंघचालक डॉ. मोहन…
୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର! ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି। ସ୍ୱାଧୀନତା ଦିବସ…
୧୫ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ
ଆଜି ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି ।…
ଆମେ କୃଷି କ୍ଷେତ୍ର ଏବଂ ଦେଶର ସ୍ୱାର୍ଥକୁ ପ୍ରଭାବିତ ହେବାକୁ ଦେବୁ ନାହିଁ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀରେ ବିଭିନ୍ନ…