ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଘୋଷଣା କରିଥିବା ହୁମାୟୁନ କବୀର ଟିଏମସିରୁ ନିଲମ୍ବିତ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ଭରତପୁର ବିଧାନସଭା ଆସନର ବିଧାୟକ ଅଛନ୍ତି ହୁମାୟୁନ୍‌ କବୀର । ସେ ଡିସେମ୍ବର ୬ତାରିଖରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ସେ ମୁର୍ଶିଦାବାଦର ବେଲଡାଙ୍ଗାରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ତୃଣମୂଳ କଂଗ୍ରେସ ଦଳ ଛାଡିବେ ଏବଂ ସହିଦ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, କିନ୍ତୁ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ନିର୍ମାଣ ପାଇଁ ଦେଶବ୍ୟାପୀ ମୁସଲିମ ସମ୍ପ୍ରଦାୟରୁ ପାଣ୍ଠି ସଂଗ୍ରହ କରିବେ । ଏ ଘଟଣା ପାଇଁ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀରଙ୍କୁ ଦଳରୁ ନିଲମ୍ବିତ କରିଛି । ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଫିରହାଦ ହାକିମ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।ସେହିପରି ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ପ୍ରତିରୋଧକ ଗିରଫଦାରୀ ନିର୍ଦ୍ଦେଶ ଜାରି କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *