ସଂଘ ସମାଜରେ ସ୍ୱାଭିମାନ, ଏକତା ଏବଂ ରାଷ୍ଟ୍ରୀୟ ଚେତନାର ପ୍ରସାର ଉପରେ ଗୁରୁତ୍ୱ ଦିଏ

ସଂଘ ସମାଜରେ ସ୍ୱାଭିମାନ, ଏକତା ଏବଂ ରାଷ୍ଟ୍ରୀୟ ଚେତନାର ପ୍ରସାର ଉପରେ ଗୁରୁତ୍ୱ ଦିଏ
ଜୟପୁର ସୱାଇ ମାନସିଂହ ଇନଡୋର ଷ୍ଟାଡିୟମରେ ଡିସେମ୍ବର ୧୪ ତାରିଖ ଦିନ “ଭାରତ ବୋଧ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର କହିଛନ୍ତି ଯେ ସମାଜକୁ ରାଷ୍ଟ୍ର ନିର୍ମାଣ ସହିତ ଯୋଡ଼ିବା ଲକ୍ଷ୍ୟରେ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ଦ୍ୱାରା ଆରଏସଏସ ପ୍ରତିଷ୍ଠା କରାଯାଇଥିଲା ଏବଂ ଗତ ୧୦୦ ବର୍ଷ ଧରି ଆରଏସଏସ ଏହି ଦୃଷ୍ଟିକୋଣ ସହିତ ନିରନ୍ତର କାର୍ଯ୍ୟ କରିଆସୁଛି। ଏହାର ଶାଖା ମାଧ୍ୟମରେ ଅନୁଶାସନ, ଦେଶଭକ୍ତି ଏବଂ ସେବା ମନୋଭାବ ବିକଶିତ ହୋଇଥିଲା, ଯାହାଦ୍ୱାରା ସମାଜରେ ରାଷ୍ଟ୍ରୀୟ ଚେତନାର ପ୍ରସାର ହୋଇଥିଲା। ସ୍ୱାଧୀନତା ଆନ୍ଦୋଳନ, ଦେଶ ବିଭାଜନ, ଜରୁରୀକାଳୀନ ପରିସ୍ଥିତି ଏବଂ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ସମୟରେ ଆରଏସଏସର ସ୍ୱୟଂସେବକମାନେ ସକ୍ରିୟ ଏବଂ ସକାରାତ୍ମକ ଭୂମିକା ଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ସଂଘର ପ୍ରତିଷ୍ଠାତା ଡକ୍ଟର ହେଡଗେୱା ଦୁଇଥର କାରାବରଣ କରିଥିଲା। ସଂଘ ରାଷ୍ଟ୍ରକୁ ଏକ ରାଜନୈତିକ ସତ୍ତା ନୁହେଁ ବରଂ ଏକ ସାଂସ୍କୃତିକ ସତ୍ତା ବୋଲି ବିବେଚନା କରେ ଏବଂ ସମାଜରେ ସ୍ୱାଭିମାନ, ଏକତା ଏବଂ ରାଷ୍ଟ୍ରୀୟ ଚେତନାର ପ୍ରସାର ଉପରେ ଗୁରୁତ୍ୱ ଦିଏ।

Leave a Reply

Your email address will not be published. Required fields are marked *