ରାଜନାରାୟଣ ବୋଷ, ସ୍ୱାମୀ ଶ୍ରଦ୍ଧାନନ୍ଦ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ତିନୋଟି ବକ୍ତବ୍ୟ ଜାରି କରିବେ ସରକାର୍ଯ୍ୟବାହ
ଇନ୍ଦୋର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଡେଲି କଲେଜର ସନ୍ଥ ଶ୍ରୀ ରବିଦାସ ସଭାଗୃହରେ ଆରମ୍ଭ ହୋଇଛି। ପରମ ପୂଜନୀୟ ସରସଂଘଚାଳକ ଡ. ମୋହନ ଭାଗବତ ଏବଂ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ଭାରତମାତାଙ୍କ ଚିତ୍ରପଟରେ ପୁଷ୍ପାର୍ଚ୍ଚନ କରି ବୈଠକର ଶୁଭାରମ୍ଭ କରିଥିଲେ।
ଏହି ବୈଠକରେ ସରସଂଘଚାଳକ, ସରକାର୍ଯ୍ୟବାହ, ସମସ୍ତ ସହ-ସରକାର୍ଯ୍ୟବାହ, ଅଖିଳ ଭାରତୀୟ ପଦାଧିକାରୀ, କ୍ଷେତ୍ର ସଂଘଚାଳକ, କ୍ଷେତ୍ର କାର୍ଯ୍ୟବାହ ଓ ପ୍ରଚାରକ, ପ୍ରାନ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ ଓ ପ୍ରଚାରକଙ୍କ ସମେତ ସଂଘ ପ୍ରେରିତ ବିଭିନ୍ନ ସଂଗଠନର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀମାନେ ଯୋଗଦେଇଛନ୍ତି।
ବୈଠକର ପ୍ରାରମ୍ଭରେ ସରକାର୍ଯ୍ୟବାହ ଗତ କିଛି ମାସ ମଧ୍ୟରେ ଦିବଙ୍ଗତ ହୋଇଥିବା ସମାଜର ବିଶିଷ୍ଟ ବ୍ୟକ୍ତିତ୍ୱ ଓ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରଦ୍ଧାଞ୍ଜଳି ଜଣାଯାଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଚଳଚ୍ଚିତ୍ର ଅଭିନେତା ନାନା ପାଟେକର, ଆଶା ଭୋସଲେ, ପୂଜ୍ୟ ସନ୍ଥ ପଦ୍ମଶ୍ରୀ ରମେଶ ବାବା, ବିବେକାନନ୍ଦ କେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ବାଲକୃଷ୍ଣନ, ବଳବୀର ପୁଞ୍ଜ, ଏସ୍. ବେଦାନ୍ତମ୍ (ଚେନ୍ନାଇ), ସାମ୍ବାଦିକ ବିରାଗ ପାଚପୋର, ପରାଗ ବେଦିକ (ମୁମ୍ବାଇ), ପୂର୍ବତନ କୁଳପତି ଦେବେନ୍ଦ୍ର ପ୍ରତାପ ସିଂହ ଓ ସଚ୍ଚିଦାନନ୍ଦ ମହାନ୍ତି, ପ୍ରସିଦ୍ଧ ଗାୟିକା ଏସ୍. ଜାନକୀ ଓ ସୁମନ କଲ୍ୟାଣପୁରୀକର ଏବଂ ସଂଘର ବରିଷ୍ଠ ପ୍ରଚାରକ ବିନୋଦ କୁମାର ପ୍ରମୁଖ ସାମିଲ ଅଛନ୍ତି।
ଏହି ଅବସରରେ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ତିନୋଟି ବିଶେଷ ବକ୍ତବ୍ୟ ଜାରି କରିବେ। ରାଷ୍ଟ୍ରୀୟ ଚେତନାର ପିତାମହ ଭାବେ ପରିଚିତ ଶ୍ରୀ ରାଜନାରାୟଣ ବୋଷଙ୍କ ୨୦୦ତମ ଜୟନ୍ତୀ ଅବସରରେ ପ୍ରଥମ ବକ୍ତବ୍ୟ ଜାରି ହେବ। ସେହିପରି ଶୁଦ୍ଧିକରଣ ଆନ୍ଦୋଳନର ପୁରୋଧା ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ବଳିଦାନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଦ୍ୱିତୀୟ ବକ୍ତବ୍ୟ ପ୍ରକାଶ ପାଇବ।
ତୃତୀୟ ବକ୍ତବ୍ୟଟି ଓଡ଼ିଶାର କନ୍ଧମାଳ ଜନଜାତି ଅଞ୍ଚଳରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଧର୍ମର ଜାଗରଣ ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିବା ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଜାରି କରାଯିବ।
ଏହି ବୈଠକରେ ସଂଘର ସାଂଗଠନିକ କାର୍ଯ୍ୟକଳାପ ସହିତ ଶତାବ୍ଦୀ ବର୍ଷରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା ହେବ
राष्ट्रीय स्वयंसेवक संघ की वार्षिक अखिल भारतीय कार्यकारी मंडल की बैठक इन्दौर में डेली कॉलेज के संत श्री रविदास सभागार में आरंभ हुई। बैठक का शुभारंभ पूजनीय सरसंघचालक डॉ. मोहन भागवत जी और माननीय सरकार्यवाह श्री दत्तात्रेय होसबाले जी ने भारत माता के चित्र पर पुष्पार्चन करके किया। बैठक में सरसंघचालक, सरकार्यवाह, सभी सह सरकार्यवाह, अखिल भारतीय पदाधिकारी, क्षेत्र संघचालक, कार्यवाह तथा प्रचारक, प्रांत संघचालक, कार्यवाह, प्रचारक तथा संघ प्रेरित कुछ विविध संगठनों के अखिल भारतीय संगठन मंत्री उपस्थित हैं। बैठक के प्रारम्भ में सरकार्यवाह जी ने गत कुछ माह में दिवंगत हुए समाज की प्रमुख हस्तियों, कार्यकर्ताओं को श्रद्धांजलि अर्पित की। जिनमें प्रमुख हैं – फ़िल्म अभिनेता श्री नाना पाटेकर, श्रीमति आशा भोंसले, पूज्य संत पद्मश्री रमेश बाबा, विवेकानन्द केन्द्र के पूर्व अध्यक्ष श्री बालकृष्णन जी, श्री बलवीर पुंज, श्री एस. वेदांतम् – चेन्नई, पत्रकार श्री विराग पाचपोर, पराग वेदिक – मुंबई, भूतपूर्व कुलपति श्री देवेंद्र प्रताप सिंह एवं श्री सच्चिदानन्द महंती, प्रसिद्ध गायिका एस. जानकी एवं सुमन कल्याणपुरीकर, संघ के वरिष्ठ प्रचारक रहे श्री विनोद कुमार आदि।
बैठक में मा. सरकार्यवाह द्वारा तीन वक्तव्य जारी किए जाएँगे –
- राष्ट्रीय चेतना के पितामह श्री राजनारायण बोस की 200 वीं जयंती के अवसर पर।
- शुद्धिकरण आंदोलन के पुरोधा स्वामी श्रद्धानंद जी के बलिदान के 100 वर्ष के अवसर पर।
- उड़ीसा के कंधमाल जनजाति क्षेत्र में स्वाभिमान -स्वावलंबन -स्वधर्म की जागृति के लिए कार्य करने वाले वेदांत केसरी स्वामी लक्ष्मणानंद सरस्वती के जन्म के 100वर्ष के अवसर पर।