ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ। ଜୀବନ ଅବଧି ଶେଷ (ଇଓଏଲ୍‌) ହୋଇଥିବା ଗାଡି, ଅର୍ଥାତ୍‌ ୧୦ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡିଗୁଡିକୁ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକରେ ଇନ୍ଧନ ଭରିବାକୁ ଅନୁମତି ଦିଆଯିବ ନାହିଁ। ଏହି ବର୍ଗର ପୁରୁଣା ଗାଡିଗୁଡିକ ଯେଉଁ ରାଜ୍ୟରେ ପଞ୍ଜୀକୃତ ହୋଇଥାଉନା କାହିଁକି ସେଗୁଡିକ ଦିଲ୍ଲୀରେ ଇନ୍ଧନ ଭରିପାରିବେ ନାହିଁ। ଏ ସମ୍ପର୍କରେ ଦିଲ୍ଲୀ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ନିର୍ଦେଶନାମା ଜାରି କରିଛନ୍ତି। ସିଏକ୍ୟୁଏମ୍ ଦିଲ୍ଲୀର ସମସ୍ତ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକୁ ଏହି ନିର୍ଦେଶ ଦେଇଛନ୍ତି। ଯାହା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

Leave a Reply