‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ବର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ପ୍ରତାପ ନଗରୀସ୍ଥିତ ଧାକୁଲେଇ ପୀଠ ଠାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଏହି ଶିବିରରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଯୋଗ ଗୁରୁ କବିତା ସାମନ୍ତରାୟ ଏବଂ ଭାରତୀୟ ଯୋଗ ସଂସ୍ଥାନର ପ୍ରାନ୍ତ ଅଧିକାରୀ ସଂଯୁକ୍ତା ବେହେରା ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ, ମାନସିକ, ଭାବନାଗତ ବିକାଶ ଏବଂ ସାମଗ୍ରିକ ସୁସ୍ଥତା ସମେତ ମାନବ କଲ୍ୟାଣ ଉପରେ ଯୋଗର ସର୍ବୋଚ୍ଚ ପ୍ରଭାବ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଚଳିତ ବର୍ଷର ଯୋଗ ଦିବସର ବାର୍ତ୍ତା – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଅନୁରୂପ ପରିବେଶ ସଂରକ୍ଷଣ ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଯୋଗାଭ୍ୟାସ ନିମନ୍ତେ ଶପଥପାଠ କରିଥିଲେ । ଯୋଗ ଶିବିରରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ମନମୋହନ ପାଢ଼ୀ, ନିର୍ମାଲ୍ୟ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *