୨୨,୦୦୦ ଆଦିବାସୀ ଛାତ୍ର ଏକସଙ୍ଗେ ଗୋଟିଏ ସ୍ଥାନରେ ୧୦୮ ମିନିଟ୍‌ରେ ୧୦୮ ସୂର୍ଯ୍ୟ ନମସ୍କାର

ବିଶାଖାପାଟନମ: ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ  କହିଛନ୍ତି, ରାଜ୍ୟ ଆଜି ୨ଟି ଗିନିସ୍‌ ବିଶ୍ବ ରେକର୍ଡ ହାସଲ କରିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଯୋଗ କରିବା ପରେ ନାଇଡ଼ୁ ଗଣମା‌ଧ୍ୟମକୁ  କହିଛନ୍ତି, ୩.୦୩ ଲକ୍ଷ ଲୋକ ଏଠାରେ ଏକାଠି ହୋଇ ଯୋଗ ଅଭ୍ୟାସ କରିଛନ୍ତି।  ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଏକାଠି ହୋଇ ଯୋଗ କରିବା ଏକ ବିଶ୍ବ ରେକର୍ଡ ସୃଷ୍ଟି କରିଛି  । ମୁଖ୍ୟମନ୍ତ୍ରୀ  କହିଛନ୍ତି,  ପ୍ରାୟ ୨୨,୦୦୦ ଆଦିବାସୀ ଛାତ୍ର ଏକସଙ୍ଗେ ଗୋଟିଏ ସ୍ଥାନରେ ୧୦୮ ମିନିଟ୍‌ରେ ୧୦୮ ସୂର୍ଯ୍ୟ ନମସ୍କାର କରିବା ମଧ୍ୟ ଅନ୍ୟ ଏକ ଗିନିସ୍‌ ବିଶ୍ବ ରେକର୍ଡ।

Leave a Reply

Your email address will not be published. Required fields are marked *