ପୁଣି ଥରେ ସ୍ଥଗିତ ରଖାଯାଇଛି ଆକ୍ସିଅମ୍ ମିଶନ-୪

ନୂଆଦିଲ୍ଲୀ ୨୦।୦୬; ଆକ୍ସିଅମ୍ ମିଶନ-୪ର ପୁଣି ଥରେ ସ୍ଥଗିତ ରଖାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଗାତାର ସ୍ଥଗିତ ରଖାଯାଇଥିବା ଏହି ମିଶନ୍ ଜୁନ୍ ୨୨ ତାରିଖ ଅର୍ଥାତ୍‌ ରବିବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଅଭିମୁଖେ ଯିବାର ଥିଲା। କିନ୍ତୁ ଏବେ ଏହାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଆକ୍ସିଅମ୍ -୪ ମିଶନ୍ ପ୍ରଥମେ ୨୯ ମେ’ରେ ଉତ୍ କ୍ଷେପଣ ହେବାର ଥିଲା। ଏହାକୁ ପ୍ରଥମେ ୮ ଜୁନ୍ ଏବଂ ପରେ ୧୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ୧୦ ଜୁନ୍ ରେ ଉଡ଼ାଣ ପଥରେ ଖରାପ ପାଗ ଯୋଗୁଁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ୧୧ ଜୁନ୍ ରେ ରକେଟ୍‌ରେ ତ୍ରୁଟି ଯୋଗୁଁ ଚତୁର୍ଥ ଥର ପାଇଁ ଏହାକୁ ଘୁଞ୍ଚାଗଲା। ପରବର୍ତ୍ତୀ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଭାରତୀୟ ଶୁଭାଂଶୁ ଶୁକ୍ଳା ମଧ୍ୟ ISS ଯାଉଥିବା ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରେ ଅଛନ୍ତି। ISS ଦ୍ୱାରା X ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି ଯେ ନାସା, ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସ ନିରନ୍ତର ମିଶନ୍ ପାଇଁ ଉପଯୁକ୍ତ ସମୟ ସମୀକ୍ଷା କରୁଛନ୍ତି। ନାସା ରବିବାର ପାଇଁ ନିର୍ଦ୍ଧାରିତ ଲଞ୍ଚରୁ ହଟି ଯାଇଛି। ଆଗାମୀ ଦିନରେ ନୂଆ ଲଞ୍ଚ ତାରିଖ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *