ଭାରତର ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତିକୁ ପୁଣିଥରେ ସ୍ୱୀକାର କଲା ପାକିସ୍ତାନ।

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତିକୁ ପୁଣିଥରେ ସ୍ୱୀକାର କଲା ପାକିସ୍ତାନ। ଭାରତୀୟ ସେନା ପାକିସ୍ତାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି- ରାୱଲପିଣ୍ଡିର ନୁର ଖାନ ବାୟୁସେନା ଘାଟି ଏବଂ ଶୋରକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ବୋଲି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର ସ୍ପଷ୍ଟ କରିଛନ୍ତି। ପାକିସ୍ତାନର ଜିଓ ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ଡାର୍ ଏହା କହିଛନ୍ତି। ତେବେ ଏହା ପୂର୍ବରୁ ଭାରତ ଆକ୍ରମଣରେ ପାକିସ୍ତାନରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ବାରମ୍ବାର ଅସ୍ୱୀକାର କରିଥିଲେ ପାକିସ୍ତାନୀ ସରକାର ଓ ଏହାର ସେନା। ହେଲେ ଏବେ ସ୍ୱୀକାର କରିଛନ୍ତି ଖୋଦ୍ ଉପପ୍ରଧାନମନ୍ତ୍ରୀ। 

ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କିଛି ଦିନ ପରେ, ଭାରତ ମେ ୭ ତାରିଖରେ ପାକିସ୍ତାନର ଏହି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏଥିରୁ ଦୁଇଟି ଏୟାର ବେସ୍‌ରେ ବହୁତ କ୍ଷତି ହୋଇଥିଲା। ଜିଓ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଡାର କହିଛନ୍ତି ଯେ ପାକିସ୍ତାନ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ଆକ୍ରମଣ କରିଥିଲା। ଅର୍ଥାତ୍ ଭାରତ ଖୁବ୍‌ଶୀଘ୍ର ଆକ୍ସନ ନେଇଥିଲା। 

Leave a Reply

Your email address will not be published. Required fields are marked *