ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା 

ନୂଆଦିଲ୍ଲୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଶନିବାର ଅନୁକମ୍ପା ରାଶି ଘୋଷଣା କରିଛି। ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ X’ରେ ପୋଷ୍ଟରେ ପୋଷ୍ଟ କରି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ସହ ଏୟାର ଇଣ୍ଡିଆ ଛିଡା ହୋଇଛି । ଏଭଳି ଦୁଃଖଦ ସମୟରେ ଏୟାର ଇଣ୍ଡିଆ ଟିମ୍‌ ଗ୍ରାଉଣ୍ଡରେ ରହି ଯଥା ସମ୍ଭବ ଯତ୍ନ ଓ ସାହାଯ୍ୟ ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଟାଟା ସନ୍ସ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲା

ଏୟାର ଇଣ୍ଡିଆର ବୋଇଂ 787-8 ବିମାନ ଦୁର୍ଘଟଣାକୁ ଆଜକୁ ବିତିଛି ୨ ଦିନ। ୧୨ ଜୁନ ୧ଟା ୩୮ ମିନିଟରେ ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଟେକ-ଅଫ୍‌ର ମାତ୍ର ୫ ମିନିଟରେ ବିମାନ କ୍ରାସ ହୋଇଯାଇଥିଲା । ବିମାନରେ ୨୩୦ଜଣ ଯାତ୍ରୀଙ୍କ ସହ ୧୨ଜଣ କ୍ରିଉ ମେମ୍ବର ଥିଲେ। ବିମାନ ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *