ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି। ସେମାନଙ୍କୁ ନେଇ ମହାକାଶ ଯିବାକୁ ଥିବା ଫାଲ୍‌କନ୍‌-୯ ରକେଟରେ ତରଳ ଅକ୍ସିଜେନ୍‌ ଲିକ୍‌ କାରଣରୁ ଏହାର ଲଞ୍ଚତ୍ଂକୁ ଗତ ୮, ୧୦ ଏବଂ ୧୧ ତାରିଖରେ ସ୍ଥଗିତ ରଖାଯାଇଥିଲା। ସ୍ପେସ୍‌ଏକ୍ସ ଉକ୍ତ ସମସ୍ୟାର ସମାଧାନ କରିଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଶନିବାର ଘୋଷଣା କରିଛି।

ନାସାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ଗତ ୧୧ ତାରିଖରେ ଆକ୍ସିଅମ୍‌ ସ୍ପେସ୍‌ ମିଶନ୍‌ ଉତ୍‌କ୍ଷେପଣ ହେବାକୁ ଥିବାବେଳେ ଫାଲ୍‌କନ-୯ ରକେଟରେ ଇନ୍ଧନ ଲିକ୍‌ ଏବଂ ଆଇଏସ୍‌ଏସ୍‌ର ରୁଷିଆ ସେକ୍ସନରେ ଲିକ୍‌ ଯୋଗୁ ଏହାକୁ ବିଳମ୍ବିତ କରାଯାଇଥିଲା। ଏବେ ଆକ୍ସିଅମ୍‌ ସ୍ପେସ୍‌ ୧୯ ତାରିଖରେ ଲଞ୍ଚ୍‌ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଇସ୍ରୋ କହିଛି।

Leave a Reply

Your email address will not be published. Required fields are marked *