Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୋକର ଭୂଗୋଳ ଓ ଦାରିଦ୍ର୍ୟର ମାନଚିତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୋକର ଭୂଗୋଳ ଓ ଦାରିଦ୍ର୍ୟର ମାନଚିତ୍ର


ସୌମେନ୍ଦ୍ର ଜେନା

ବ୍ରାଜିଲର ରାଜଧାନୀ ରିଓ ଡେ ଜେନେରୋର ଆଧୁନିକ ଚିତ୍ରକଳା ସଂଗ୍ରହାଳୟଠାରେ ଜି ୨୦ ରାଷ୍ଟ୍ର ସମୂହର ନେତୃବୃନ୍ଦଙ୍କର ୧୯ଶ ବୈଠକ ନଭେମ୍ବର ୧୮-୧୯ ଦୁଇଦିନଧରି ନିକଟରେ ଅନୁଷ୍ଠିତ ହୋଇଯାଇଛି । ବ୍ରାଜିଲରେ ଜି ୨୦ ବୈଠକ ଆୟୋଜନ ହେବା ଏହା ପ୍ରଥମ ଥିଲା । ୨୦୨୩ରେ ଆଫ୍ରିକୀୟ ସଂଘକୁ ସାମିଲ କରାଯିବା ପରେ ଏହାର ସଦସ୍ୟତା ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲେ ମଧ୍ୟ ଗୋଷ୍ଠୀର ନାମ ପରିବର୍ତ୍ତନ କରାଯାଇନାହିଁ । ଚଳିତବର୍ଷର ଆଲୋଚନାରେ ଜି ୨୦ଗୋଷ୍ଠୀର ସଦସ୍ୟରାଷ୍ଟ୍ରମାନଙ୍କ ଛଡା ଆଙ୍ଗୋଲା, ମାଲି, ଇଜିପ୍‌ଟ, ମାଲେସିଆ, ଇରାନ ଓ ସିଙ୍ଗାପୁର ନିମନ୍ତ୍ରିତ ରାଷ୍ଟ୍ରଭାବେ ଯୋଗଦାନ କରିଥିଲେ । ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟରେ ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱ ବାଣିଜ୍ୟ ସଂଗଠନ, ଜାତିସଂଘ, ବିଶ୍ୱ ଶ୍ରମିକ ସଂଗଠନ ବିଶ୍ୱ ବିକାଶ ବ୍ୟାଙ୍କ, ବିଶ୍ୱ ମୁଦ୍ରା ପାଣ୍ଠି, ୟୁନେସ୍କୋ ସମେତ ଅନ୍ୟାନ୍ୟ ସଂସ୍ଥାର ୧୫ଜଣ ମୁଖ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍‌ଭା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । 
ଗତବର୍ଷ ୨୦୨୩ରେ ଭାରତର ନୂଆଦିଲ୍ଲୀଠାରେ ଜି୨୦ର ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ୧ ଡିସେମ୍ବର ୨୦୨୩ରେ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇନାସିଓ ଦା ସିଲ୍‌ଭା ବିଧିବଦ୍ଧ ଭାବେ ଗ୍ରହଣ କରିଥିଲେ । ନିରନ୍ତର ବିକାଶଶୀଳ ଜଗତ ନିର୍ମାଣ ଥିଲା ତାଙ୍କର ବିଚାର । ଯାହାକୁ ସେ ଆଗକୁ ନେବାକୁ ଯାଇ ‘ଭୋକର ଭୂଗୋଳ ଓ ଦାରିଦ୍ର‌୍ୟର ମାନଚିତ୍ର’ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି । ୨୦୨୪ର ଜି୨୦ ବୈଠକ ପାଇଁ ବ୍ରାଜିଲ ପକ୍ଷରୁ ତିନୋଟି ବିଷୟକୁ ରଖାଯାଇଥିଲା- (୧) ଅନାହାର ବିରୋଧୀ ସଂଗ୍ରାମରେ ସମାଜକୁ ସଂପୃକ୍ତ କରିବା, (୨) ଶକ୍ତିର ସଂକଟ ଓ ନିରନ୍ତର ସାମାଜିକ, ଆର୍ଥକ ଏବଂ ପରିବେଶଗତ ବିକାଶ, (୩) ଜାତିସଂଘ ପରି ବିଶ୍ୱ ସଂଗଠନ ଗୁଡିକରେ ସଂସ୍କାର ।
ବ୍ରାଜିଲ ରାଷ୍ଟ୍ରପତି ଲୁଲା ୧୦ ସେପ୍ଟେମ୍ବର ୨୦୨୩ରେ ଭାରତରେ ଜି୨୦ ରାଷ୍ଟ୍ରଗୋଷ୍ଠୀର ଆଲୋଚନାରେ ଅଂଶଗ୍ରହଣ କରି ଜଳବାୟୁ ପରିବର୍ତ୍ତନ ପାଇଁ ଆନ୍ତର୍ଜାତିକ ସ୍ତରରେ କାର୍ଯ୍ୟଗୋଷ୍ଠୀ ଗଠନ ଲାଗି ଆହ୍ୱାନ ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କ ମଧ୍ୟରେ ଅସମାନତା ହ୍ରାସ ପାଇଁ ପଦକ୍ଷେପ ନେବାକୁ ସେ କହିଥିଲେ । ଆନ୍ତର୍ଜାତିକ  ସ୍ତରର ସଂଗଠନଗୁଡିକର ସମନ୍ୱିତ ସଂସ୍କାର ଅଣାଯିବା ସଂକ୍ରାନ୍ତରେ ଲୁଲା ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବ୍ୟାଙ୍କ, ବିଶ୍ୱ ମୁଦ୍ରା ପାଣ୍ଠି, ବିଶ୍ୱ ବାଣିଜ୍ୟ ସଂଗଠନ, ଜାତିସଂଘର ସୁରକ୍ଷା ପଦିଷଦରେ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧି ସଂଖ୍ୟା ବୃଦ୍ଧି କରିବା, ବିଶ୍ୱ ପଟଳରେ ଦକ୍ଷିଣ ବିଶ୍ୱର ପ୍ରଭାବ ବୃଦ୍ଧି କରାଯିବା ଲାଗି ଉଲ୍ଲେଖ କରିଥିଲେ । ପ୍ରଥମ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ସିଭିଲ ସୋସାଇଟୀ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡିକୁୁ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଶିଖର ବୈଠକ ନିମିତ୍ତ ସେମାନଙ୍କ ପରାମର୍ଶ ପାଇଁ ଆହ୍ୱାନ ଦେଇଥିଲେ । ତଦନୁଯାୟୀ ୨୪ ଜୁଲାଇ ୨୦୨୪ରେ ବ୍ରାଜିଲ ସରକାରଙ୍କ ଦ୍ୱାରା କ୍ଷୁଧା ଓ ଦାରିଦ୍ର‌୍ୟ ବିରୋଧୀ ଆନ୍ତର୍ଜାତିକ ମେଣ୍ଟ ଗଠନ ନିମନ୍ତେ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ୨୦୨୪ନଭେମ୍ବର ଆଲୋଚନା କାଳରେ ସେହି ପ୍ରସ୍ତାବପତ୍ରରେ ସଂଶୋଧନ ଆଣିବାକୁ କୁହାଯାଇଥିଲା । ବ୍ରାଜିଲ ସରକାର ଜି୨୦ ବୈଠକକୁ ଦେଶର ୧୫ଟି ସହରରେ ପହଞ୍ଚାଇବା ସହ କାର୍ଯ୍ୟକ୍ରମ ଆୟୋଜନ ନିମିତ୍ତ ୬୦ ମିଲିଅନ ଡଲାର ପ୍ରଦାନ କରିଥିଲେ । ୨୧-୨୨ ଫେବୃଆରୀ ୨୦୨୪ରେ ଦେଶରେ ଅନୁଷ୍ଠିତ ଜି୨୦ ରାଷ୍ଟ୍ରସମୂହର ବୈଦେଶିକ ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମ ଲାଗି ସରକାର ପ୍ରାୟ ୧୨୦୦ ସେନା ଯବାନ ଓ ଅଧିକାରୀ, ପୋଲିସ ଅଧିକାରୀଙ୍କୁ ମୁତୟନ କରିଥିଲେ । ଆଲୋଚନାସ୍ଥଳୀ ଥିବା ଆଧୁନିକ କଳା ସଂଗ୍ରହାଳୟ (ରିଓ) ଠାରେ ଅଧିକ ନିର୍ମାଣ ପାଇଁ ପ୍ରାୟ ୭.୬ ମିଲିଅନ ଆମେରିକା ଡଲାର ଖର୍ଚ୍ଚ କରିଥିଲେ । ଏପ୍ରିଲ ମାସରେ ସୁରକ୍ଷା ପାଇଁ ମକଡ୍ରିଲ କରାଯାଇଥିଲା । ସାଣ୍ଟୋସ ଡୁମଣ୍ଟ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ବ୍ରାଜିଲର ବାୟୁସେନା ଆକାଶମାର୍ଗରୁ ସୁରକ୍ଷା ଦେବାକୁ ନିଯୁକ୍ତ ହେବେ ବୋଲି କୁହାଯାଇଥିଲା । ଆଲୋଚନା ପାଇଁ ସରକାର  ପ୍ରାୟ ୨୦ ହଜାର ସୁରକ୍ଷାକର୍ମୀ, ପୋଲିସ ଓ ଯବାନଙ୍କୁ ମୁତୟନ କରିଥିଲେ । ସେମାନେ ୮ଟି କେନ୍ଦ୍ରରେ ସୁରକ୍ଷା ଦେବା ପାଇଁ ନିଯୁକ୍ତ ଥିଲେ । ବିଷୟ ଦୃଷ୍ଟିରୁ ରୁଷିଆ- ୟୁକ୍ରେନ ଯୁଦ୍ଧ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଗିରଫ କରାଯିବାଲାଗି ଆନ୍ତର୍ଜାତିକ ଅଦାଲତ ଗିରଫ ପରୱାନା ଜାରି କରିଥିଲା । ୯ ସେପ୍ଟେମ୍ବର ୨୦୨୩ ଦିନ ଲୁଲା କହିଥିଲେ ଯେ ପରବର୍ତ୍ତୀ ବର୍ଷ ୨୦୨୪ରେ ପୁତିନ ରିଓଠାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକରେ ଯୋଗଦାନ କରିପାରିବେ । କିନ୍ତୁ ବସ୍ତୁସ୍ଥିିତି ସେପରି ନଥିଲା । ଡିସେମ୍ବର ୨୦୨୩ରେ ଲୁଲା କହିଲେ ଯେ ବ୍ରାଜିଲରେ ପୁତିନ ଗିରଫ ହୋଇପାରନ୍ତି, କିନ୍ତୁ ଏହାର ନିଷ୍ପତ୍ତି କେବଳ ବ୍ରାଜିଲର ସ୍ୱାଧୀନ ନ୍ୟାୟପାଳିକା ନେବ, ସରକାର ନୁହେଁ । ଫଳତଃ ୧୮ ଅକ୍ଟୋବର ୨୦୨୪ରେ ପୁତିନ ନିଜ ଆଡୁ କହିଲେ, “ମୋ ଗସ୍ତ ଗୋଷ୍ଠୀର କାର୍ଯ୍ୟକୁ ବାଧା ପହଞ୍ଚାଇବାର ସମ୍ଭାବନା ରହିଛି ।” ତେଣୁ ସେ ବୈଠକକୁ ନଆସିବାକୁ ନିଷ୍ପତ୍ତି ନେଇ ବିଦେଶ ମନ୍ତ୍ରୀ ଲାଭାରୋଭଙ୍କୁ ପଠାଇଲେ । 
ସଂପ୍ରତି ବିଶ୍ୱ ଏକ ସନ୍ଧିକ୍ଷଣ ସମୟ ଦେଇ ଗତି କରୁଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପରେ ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ ରିପବ୍ଲିକାନ ଦଳର ଟ୍ରମ୍ପ ସରକାର କ୍ଷମତା ଗ୍ରହଣ କରିବା ପୂର୍ବରୁ ଚତୁର୍ଦ୍ଦିଗରେ ବ୍ୟାପକ ଅସ୍ଥିରତା ସୃଷ୍ଟି କରିବା ଉଦ୍ୟମ ଆରମ୍ଭ କରିଛନ୍ତି । ୟୁକ୍ରେନକୁ ରୁଷିଆର ମସ୍କୋକୁ ରକେଟମାଡ କରିବାଲାଗି ବାଇଡେନ କ୍ଷେପଣାସ୍ତ୍ର ପ୍ରଦାନ କରିଛନ୍ତି । ଏଣେ ଭାରତ ବିରୋଧରେ ନୂତନ ମୋର୍ଚ୍ଚା ଖୋଲିବା ଲାଗି ନିଜ ଇକୋସିଷ୍ଟମକୁ ସକ୍ରୀୟ କରି ଦେଇଛନ୍ତି । ଯାହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ବାଇଡେନଙ୍କ ସିଷ୍ଟମ୍ସ ଭାବେ ଭାରତରେ କାର୍ଯ୍ୟରତ ରାହୁଲ ଗାନ୍ଧି ମଧ୍ୟ ଆମେରିକା ତାଳରେ ନାଚିବା ଆରମ୍ଭ କରିଦେଇଛନ୍ତି । ଆଦାନୀଙ୍କ ବିରୁଦ୍ଧରେ ଅତୀତରେ ଆମେରିକାରେ ଅଭିଯୋଗ ଉଠିଥିଲା, ଯାହାପରେ ମିଛ ବୋଲି ଜଣାପଡିଲା । ଏବେ ମଧ୍ୟ ଠିକ୍ ସେମିତି ନୂଆ ଅଭିଯୋଗ ଉଠିଛି । ଆଉ ସେମାନଙ୍କ ଦଳରେ ଭାରତର କଂଗ୍ରେସ ଦଳ ମଧ୍ୟ ଅଭିଯୋଗ ଆଣି ନାଚିବାରେ ଲାଗିଛି  ଲେଫ୍ଟ ଲିବରାଲ-ଇସଲାମିଷ୍ଟ ସିଷ୍ଟମ ଆମେରିକାରେ ଦୁର୍ବଳ ହେଲାପରି ଭାରତରେ ଏହି ସିଷ୍ଟମ୍ସ ଭାବେ ପରିଚିତ କଂଗ୍ରେସ ଦଳ ମଧ୍ୟ ସମାନ ଢଙ୍ଗରେ ଦୁର୍ବଳ ହେଲାବେଳେ ଦଙ୍ଗା, ଜଳାପୋଡା, ମିଛ ଅଭିଯୋଗ ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିବାକୁ ଲାଗିପଡିଛି । ତେଣୁ ଜି ୨୦ ବୈଠକରେ ଯୋଗ ଦେଇଥିବା ଭାରତ ମଧ୍ୟ ଆମେରିକାକ ଇକୋ ସିଷ୍ଟମ୍ସ ପ୍ରତି ସତର୍କ ରହି କାର୍ଯ୍ୟ କରୁଛି । ନିକଟରେ ବଙ୍ଗଳାଦେଶ କ୍ଷମତା ପରିବର୍ତ୍ତନରେ ସଫଳ ହୋଇଥିବା ବାଇଡେନ ପ୍ରଶାସନ ଭାରତରେ କ୍ଷମତା ପରିବର୍ତ୍ତନ କରିବାକୁ ଯଥେଷ୍ଟ ଉଦ୍ୟମ କରିଥିଲା । ସାହିନବାଗର ଦଙ୍ଗା, ସିଙ୍ଗୁ ସୀମାରେ କୃଷକଙ୍କ ଧାରଣା, ପଞ୍ଜାବରେ ଖାଲିସ୍ଥାନରେ ଅଭ୍ୟୁଦୟ, ତାମିଲନାଡୁ ଓ କର୍ଣ୍ଣାଟକରେ ଭାରତ ବିରୋଧୀ ଆଭିମୁଖ୍ୟ, କେରଳରେ ଦେଶ ବିରୋଧୀ ନୀତି ଗ୍ରହଣ ଆଦି ଏହାର କାରଣ । ତେଣୁ ଜି ୨୦ ବୈଠକ କାଳରେ ଭାରତ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିଛି । ଖାଲିସ୍ଥାନୀ ସନ୍ତ୍ରାସବାଦୀଙ୍କୁ ସମର୍ଥନ ଦେଉଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱ ଦେଇ ନଥିଲେ । ଅପରପକ୍ଷେ ସେ ବୈଠକର ସୁଯୋଗରେ ଅନେକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଅବସରରେ ବ୍ରାଜିଲ ଦ୍ୱାରା ଗଠିତ କ୍ଷୁଧା ଓ ଦାରିଦ୍ର‌୍ୟ ବିରୋଧୀ ବିଶ୍ୱ ମେଣ୍ଟରେ ୧୪୭ତମ ସଦସ୍ୟ ଭାବେ ଭାରତ ଯୋଗଦାନ କରିଥିଲା । ଦ୍ୱିପାକ୍ଷିକ ଆଲୋଚନା ବେଳେ ବ୍ରାଜିଲ ଭାରତକୁ ନିଜ ପ୍ରତିରକ୍ଷା ପରିବହନ ବିମାନ ଦେଇ ଭାରତରୁ ତେଜସ ଯୁଦ୍ଧ ବିମାନ ପାଇବାକୁ ଇଛାପ୍ରକାଶ କରିଥିଲା । ଏହା ବସ୍ତୁ ବଦଳରେ ବସ୍ତୁ ପ୍ରଦାନ ଢାଞ୍ଚାରେ ହେବ ବୋଲି କହିଥିଲା । ଭାରତ ପାଇଁ ଏହା ଏକ ଭଲ ସୁଯୋଗ ବୋଲି କହିବାକୁ ହେବ । କାରଣ ତେଜସ ଯୁଦ୍ଧ ବିମାନର ଅନେକ ପ୍ରଶଂସା ଅତୀତରେ ଶୁଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ଗ୍ରାହକ ପାଇବା କଷ୍ଟକର ହୋଇଛି । ବ୍ରାଜିଲ ଯଦି ତେଜସ ନେବାକୁ ସକ୍ଷମ ହୁଏ ତେବେ ସେ ଭାରତର ପ୍ରଥମ ଯୁଦ୍ଧବିମାନ ଗ୍ରାହକ ହେବ, ଯାହା ଚାହୁଁଛି । ଏହି ଶିଖର ଆଲୋଚନାରେ ଜି୨୦ର ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଜର୍ମାନୀ, ଫ୍ରାନ୍ସ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା, ବ୍ରାଜିଲ ଆଦି ରାଷ୍ଟ୍ରର ମୁଖ୍ୟ କିମ୍ବା ପ୍ରତିନିଧି ଯୋଗଦାନ କରିଥିଲେ । ତେବେ ଜି ୨୦ ବୈଠକକୁ ସଫଳ କରିବାଲାଗି ପ୍ରୟାସ ଗତବର୍ଷରୁ ଆରମ୍ଭ ହୋଇଥିଲା । ୧ ଡିସେମ୍ବର ୨୦୨୩ରେ ବ୍ରାଜିଲ ହାତକୁ ଏହାର ଅଧ୍ୟକ୍ଷତା ଆସିଲା ପରେ ଲୁଲା ଦା ସିଲଭା ଅତି ସଫଳତାର ସହ ପରିଚାଳନା କରିଥିଲେ । ୨୧-୨୨ ଫେବୃଆରୀ ୨୦୨୪ରେ ଜି୨୦ ବିଦେଶମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା । ୨୮-୨୯ଫେବୃଆରୀ ୨୦୨୪ରେ ସାଓ ପାଓଲୋ ସହରରେ ଜି ୨୦ ସଦସ୍ୟ ରାଷ୍ଟ୍ରଗୁଡିକର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ଏକ ବୈଠକ ହୋଇଥିଲା । ୧୩ମାର୍ଚ୍ଚ ୨୦୨୪ରେ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ସ୍ୱାସ୍ଥ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଆଭାସୀ ବ୍ୟବସ୍ଥାରେ ହୋଇଥିଲା । ନିସିଆ ତ୍ରିନିଦାଦେଙ୍କ ଅଧ୍ୟକ୍ଷତାରେ ଜି୨୦ ସ୍ୱାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀ ଆଲୋଚନା ହୋଇଥିଲା । ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଟେକ୍ନୋଲୋଜି ସବୁ ରାଷ୍ଟ୍ରଙ୍କୁ ଦେବା ଉପରେ ଜୋର ଦିଆଯାଇଥିଲା । ୨୨-୨୩ ଜୁଲାଇ ୨୦୨୪ରେ ରିଓ ଡି ଜେନେରୋଠାରେ ବିକାଶମନ୍ତ୍ରୀମାନଙ୍କ ବୈଠକ ହୋଇଥିଲା । ୨୫-୨୬ ଜୁଲାଇଲେ ରିଓଠାରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ବୈଠକ ହୋଇଥିଲା, ଯେଉଁଥିରେ ଆନ୍ତର୍ଜାତିକ ଟିକସ ସହାୟତା ପାଇଁ ଆଲୋଚନା ହୋଇଥିଲା । ସେମିତି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀସ୍ତରିୟ ବୈଠକରେ କାର୍ଯ୍ୟକ୍ଷେତ୍ରରେ ଥିବା ଅସମାନତାକୁ ହ୍ରାସ କରାଯିବା ଲାଗି ସ୍ଥିର ହୋଇଥିଲା । କାର୍ଯ୍ୟ କ୍ଷେତ୍ରରେ ଶ୍ରମିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବାଲାଗି କୁହାଯାଇଥିଲା । ୧୨-୧୩ ସେପ୍ଟେମ୍ବର ୨୦୨୪ରେ ମାଟୋ ଗ୍ରୋସୋ ରାଜ୍ୟରେ ଜି୨୦ କୃଷିମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ୧୯ ସେପ୍ଟେମ୍ବର ୨୦୨୪ରେ ମନାଉସଠାରେ ନବସର୍ଜନ ଓ ଗବେଷଣା ପାଇଁ ମନ୍ତ୍ରିସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏଠାରେ ବିବିଧତା, ସମାନତା, ଗ୍ରହଣଶୀଳତାକୁ ବିଜ୍ଞାନ,ବୈଷୟିକଜ୍ଞାନ ଓ ନବସର୍ଜନ ସହ ସମ୍ମିଶ୍ରଣ କରାଯିବାଲାଗି ମତପ୍ରକାଶ ପାଇଥିଲା । ୨୧ ସେପ୍ଟେମ୍ବର ୨୦୨୪ରେ ବେଲେମଠାରେ ଜି୨୦ ପର୍ଯ୍ୟଟନ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟଟନ କ୍ଷେତ୍ରରେ ଯୋଗ୍ୟତା ପଦକ୍ଷେପ ଓ ବୈଷୟିକ ପ୍ରଶିକ୍ଷଣ ଉପରେ ଜୋରଦେବାକୁ ମତ ଉଠିଥିଲା । ୨୭ ସେପ୍ଟେମ୍ବର ୨୦୨୪ରେ ଜି୨୦ ଅର୍ଥ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କର ମିଳିତ ବୈଠକ ଏମ୍‌ପକ୍ସର ମୁକାବିଲା ପାଇଁ ହୋଇଥିଲା । ରିଓ ଡି ଜେନେରୋଠାରେ ୩ ଅକ୍ଟୋବର ୨୦୨୪ରେ ଜଳବାୟୁ ଓ ପରିବେଶ ମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା । ୪ ଅକ୍ଟୋବର ୨୦୨୪ରେ ଫୋଜ୍ ଡୁ ଇଗନାକୁଠାରେ ଶକ୍ତି ମନ୍ତ୍ରୀମାନଙ୍କର ବୈଠକରେ  ଶୁଦ୍ଧ, ସ୍ଥାୟୀ ସହଜରେ ଉପଲବ୍‌ଧ ଶକ୍ତିର ଯୋଗାଣ ଦରିଦ୍ର ଲୋକମାନଙ୍କୁ କରାଯିବା ଦରକାର ବୋଲି ମତପ୍ରକାଶ ପାଇଥିଲା । ୧୦ ଅକ୍ଟୋବର ୨୦୨୪ରେ ବ୍ରାସିଲିଆଠାରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା ହୋଇଥିଲା । 
ରିଓ ଡି ଜେନେରୋଠାରେ ପ୍ରକାଶିତ ମିଳିତ ଘୋଷଣାନାମାରେ ଜି୨୦ ସଦସ୍ୟଭୃକ୍ତ ରାଷ୍ଟ୍ରମାନେ ଭିନ୍ନ ଭିନ୍ନ ସମସ୍ୟା ଓ ପରିସ୍ଥିତି ବିଷୟରେ ଆଲୋକପାତ କରିଛନ୍ତି । ଯେମିତି ଆନ୍ତର୍ଜାତିକ ଆର୍ôଥକ ଓ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପ୍ରକାଶ କରାଯାଇଛି ଯେ ଏହି ସଂଗଠନ ନିରନ୍ତର ବିକାଶର ଲକ୍ଷ୍ୟ ସାଧନ ନିମନ୍ତେ ମିଳିତ ଭାବେ କାର୍ଯ୍ୟକରିବ । ୨୦୩୦ ଲକ୍ଷ୍ୟକୁ ବିଚାରକଲେ ମାତ୍ର ୧୭ପ୍ରତିଶତ ବିକାଶ ସାଧନ ହୋଇପାରିଛି । ୩୦ପ୍ରତିଶତ କାର୍ଯ୍ୟ ବନ୍ଦ ରହିଛି, ଅବଶିଷ୍ଟ ସାମାନ୍ୟ ପ୍ରଗତି କରିଛି । ଆନ୍ତର୍ଜାତିକ ସ୍ତରରେ ଏହି ସଙ୍କଟଜନକ ସ୍ଥିତିରେ ପରିବର୍ତ୍ତନ ଆଣିବାଲାଗି ସବୁ ରାଷ୍ଟ୍ର ପ୍ରୟାସ କରିବା ଆବଶ୍ୟକ । ରାଷ୍ଟ୍ରଗୁଡିକ ମଧ୍ୟରେ ରହିଥିବା ଅସମାନତା ବିକାଶର ପ୍ରତିବନ୍ଧକ ସାଜିଛି । 
	ଆର୍ôଥକ ସ୍ଥିରତା ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ଭୂମିକା ରହିଛି । ଏପ୍ରିଲ ୨୦୨୧ର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ନିଷ୍ପତ୍ତି ଅନୁଯାୟୀ ମୁଦ୍ରାର ବିନିମୟ ମୂଲ୍ୟ ସ୍ଥିର ରଖିବାକୁ ପ୍ରୟାସ କରାଯିବ । ନିରନ୍ତର ଆର୍ôଥକ ପ୍ରବାହ ଯେପରି ଜାରିରହେ ସେଥିପାଇଁ ନୀତିଗତ ଢାଞ୍ଚା ପ୍ରସ୍ତୁତି କରାଯିବା ସହ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସ୍ୱାଧୀନତା ଅନୁଯାୟୀ ଯେପରି କାର୍ଯ୍ୟକରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ । ବିଶ୍ୱରେ ଯୁଦ୍ଧ, ହିଂସା, ସଂଘର୍ଷ ଯୋଗୁଁ ଜନସାଧାରଣଙ୍କ ଉପରେ ପଡୁଥିବା ମନ୍ଦ ପ୍ରଭାବକୁ ମଧ୍ୟ ଦୃଷ୍ଟି ଦିଆଯିବ । ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଗୃହିତ ପ୍ରସ୍ତାବ ଅନୁଯାୟୀ ଗୋଟିଏ  ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ଅଖଣ୍ଡତା, ସାର୍ବଭୌମତ୍ୱ, ରାଜନୈତିକ ସ୍ୱାଧୀନତା ପ୍ରତି ଯେପରି ସଙ୍କଟ ସୃଷ୍ଟି ନକରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ଜନସାଧାରଣ ଏବଂ ସଡକ, ବାସଗୃହ, ପ୍ରକଳ୍ପଗୁଡିକ ଉପରେ ହେଉଥିବା ଆକ୍ରମଣର ନିନ୍ଦା କରାଯିବା ଆବଶ୍ୟକ । ଗାଜାପଟି ଏବଂ ଲେବାନନ୍‌ରେ ଲୋକଙ୍କ ସ୍ଥିତି ଚିନ୍ତାଜନକ । ସେମାନଙ୍କୁ ସମସ୍ତ ମାନବିକ ସହାୟତା ପ୍ରଦାନ କରାଯିବା ଦରକାର । ପାଲେଷ୍ଟାଇନ ଓ ଇସ୍ରାଏଲ ଦୁଇଟି ଦେଶ ଭାବେ ନିଜ ନିଜର ସୀମାକୁ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବା ଆବଶ୍ୟକ । ୟୁକ୍ରେନ ସମସ୍ୟା ପାଇଁ ସମସ୍ତେ ଚିନ୍ତିତ । ଏ ବିଷୟରେ ନୂଆଦିଲ୍ଲୀରେ ମଧ୍ୟ ଆଲୋଚନା ହୋଇଥିଲା । ଜାତିସଂଘର ଘୋଷଣା ଅନୁଯାୟୀ ସବୁଦେଶ ପରସ୍ପର ମଧ୍ୟରେ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବା ଦରକାର । ସନ୍ତ୍ରାସବାଦର କଠୋର ନିନ୍ଦା କରାଯିବା ସହ ଆଣବିକ ଅସ୍ତ୍ର ମୁକ୍ତ ପୃଥିବୀ ସମସ୍ତଙ୍କର କାମ୍ୟ । 
	କୋରୋନା ଯୋଗୁ  କ୍ଷୁଧା ଓ ଦାରିଦ୍ର‌୍ୟ ହ୍ରାସ ପ୍ରୟାସରେ ବାଧା ପହଞ୍ôଚଛି । ପୃଥିବୀରେ ୨୦୨୩ରେ କ୍ଷୁଧାତୁର ଲୋକଙ୍କ ସଂଖ୍ୟା ୭୩୩ ମିଲିଅନ ଛୁଇଁଛି । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ । ଏହି ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟରେ ନିଷ୍ଠା, ଦୁର୍ବଳକୁ ଆର୍ôଥକ ସହାୟତା, ଭଲ ଆର୍ôଥକ ନୀତି ଆବଶ୍ୟକ, ଯାହା ଅଧିକ ରୋଜଗାର ସୃଷ୍ଟି ସହ ବିକାଶର ମାର୍ଗକୁ ପ୍ରଶସ୍ତ କରିବା । ପୃଥିବୀରୁ କ୍ଷୁଧା ଓ ଦାରିଦ୍ର‌୍ୟ ହଟାଇବା ପାଇଁ ମେଣ୍ଟ ଗଠନ କରାଯାଇଛି । ସବୁ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ବିକାଶଶୀଳ ବ୍ୟାଙ୍କ, ଜନକଲ୍ୟାଣକାରୀ ସଂସ୍ଥାଗୁଡିକ ଏହି ମେଣ୍ଟରେ ସାମିଲ ହୋଇ ସମାଜରେ ଆର୍ôଥକ ଅସମାନତା ଦୂର କରିବାକୁ ସହଯୋଗୀ ହେବା ସହ ନିରନ୍ତର ବିକାଶରେ ଅଂଶୀଦାର ହେବା ଦରକାର । ଏଥିପାଇଁ ନଗଦ ଅର୍ଥ ପ୍ରଦାନ, ବିଦ୍ୟାଳୟରେ ପିଲାଙ୍କୁ ଖାଦ୍ୟବଣ୍ଟନ, ତଳସ୍ତରରେ ଲୋକଙ୍କୁ ଆର୍ôଥକ ସହାୟତା, ସାମାଜିକ ସୁରକ୍ଷା ନିମିତ୍ତ ଆର୍ôଥକ ବ୍ୟବସ୍ଥାର ନିର୍ମାଣ ଆବଶ୍ୟକ । କ୍ଷୁଧା ସହ ଲଢିବା ପାଇଁ ଖାଦ୍ୟ ସୁରକ୍ଷା ଆବଶ୍ୟକ । ଖାଦ୍ୟ ସୁରକ୍ଷା ପାଇଁ ଆବଶ୍ୟକ କୃଷ୍ଟି ଉତ୍ପାଦନରେ ବୃଦ୍ଧି । କୃଷିର ବିକାଶ ହେଲେ ଖାଦ୍ୟାଭାବ ହ୍ରାସ ପାଇବ । ବିଶ୍ୱ ବାଣିଜ୍ୟ ସଂଗଠନ ନିୟାମାନୁସାରେ ଖାଦ୍ୟ ଦ୍ରବ୍ୟ ଯୋଗାଣ ସହଜ ଓ ସରଳ ହେବା ଉଚିତ୍ । 
	ଜି୨୦ର ୨୦୨୩ ଯୋଜନାକୁ କାର୍ଯ୍ୟକାରୀ କରାଯିବା ସହ ଉତ୍ତର-ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ ବିଶ୍ୱରେ ସହଯୋଗ ବୃଦ୍ଧି କରାଯାଇ ଅସମାନତା ଦୂର କରିବାଲାଗି ପ୍ରୟାସ ହେବା ଜରୁରୀ । ୨୦୨୫ରେ ସ୍ପେନର ସେଭିଲ୍ଲେଠାରେ ୪ର୍ଥ ‘ଆନ୍ତର୍ଜାତିକ ବିକାଶ ପାଇଁ ଆର୍ôଥକ ସହାୟତା’ ସମ୍ମିଳନୀ ଅନୁଷ୍ଠିତ ହେବ । ଜାତିସଂଘର ବିକାଶ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସବୁଦେଶ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ ହୋଇପାରିବ । ଆର୍ôଥକ ଜାଲିଆତି ଓ ଦୁର୍ନୀତି ବିରୋଧ ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର । ଦାରିଦ୍ର‌୍ୟତା ଓ କ୍ଷୁଧା ଦୂର କରିବା ପାଇଁ ସ୍ୱଚ୍ଛ ପ୍ରଶାସନର ଆବଶ୍ୟକତା ରହିଛି । ଆନ୍ତର୍ଜାତିକ ଟିକସ ସହଯୋଗ ଢାଞ୍ଚାରେ ସବୁରାଷ୍ଟ୍ର କାର୍ଯ୍ୟକରି ଅଯଥା ବିବାଦକୁ ଏଡାଇବା ଦରକାର । ବିକାଶ ପାଇଁ ଆଞ୍ଚଳିକ ଆର୍ôଥକ ଅନୁଷ୍ଠାନ ଗୁଡିକର ସହାୟତା ନିଆଯିବା ଆବଶ୍ୟକ । ଆଫ୍ରିକୀୟ ବିକାଶ ପାଣ୍ଠି ଏ ଦିଗରେ ଆଉ ଏକ ଉଦାହରଣ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଦୁର୍ବଳ ରାଷ୍ଟ୍ରଗୁଡିକୁ ଆର୍ôଥକ ସହାୟତା ଦେବା ସମୟରେ ଅଧିକ ନମନୀୟ ହେବା ଆବଶ୍ୟକ । 
	ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାଗତିକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଢାଞ୍ଚା ନିର୍ମାଣକରିବା ଦରକାର । ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ବିଶ୍ୱସ୍ୱାସ୍ଥ୍ୟ ଏକାଡେମୀ ମାଧ୍ୟମରେ ହେଉ,ଯଦ୍ୱାରା ରାଷ୍ଟ୍ରଗୁଡିକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଳସ୍ତରକୁ ନେବେ । ସ୍ୱାସ୍ଥ୍ୟକର୍ମୀମାନେ ଆନ୍ତର୍ଜାତିକସ୍ତରର ପ୍ରଶିକ୍ଷଣର ସୁବିଧା ନେଲେ ସ୍ୱାସ୍ଥ୍ୟରକ୍ଷା ମାନ ରକ୍ଷାକରିବା ସହଜ ହେବ । ଏଡ୍ସ, ମ୍ୟାଲେରିଆ, ଟ୍ୟୁବରକୁଲୋସିସ୍‌, ପୋଲିଓ ପରି ରୋଗର ନିରାକରଣ ପାଇଁ ସଂଗଠିତ ଉଦ୍ୟମ ଆବଶ୍ୟକ । ମହାମାରୀ କ୍ଷେତ୍ରରେ ଏପରି ପ୍ରୟାସ ନିହାତି ଜରୁରୀ ।
	 ଜି୨୦ ମିଳିତ ଅର୍ଥ ଓ ସ୍ୱାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀ ପକ୍ଷ ଏ ସଂକ୍ରାନ୍ତରେ ୨୦୨୫ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି । ପାନୀୟ ଜଳ, ପରିମଳ, ସଫେଇ ବ୍ୟବସ୍ଥାର ଉନ୍ନତି ପାଇଁ ଜୋର ଦିଆଯିବା ଆବଶ୍ୟକ । ସେହିପରି ଗୁଣାତ୍ମକ ଶିକ୍ଷା, ପ୍ରଶିକ୍ଷଣ, ଡିଜିଟାଲ ଶିକ୍ଷା ଦ୍ୱାରା ସଶକ୍ତିକରଣ, ସମାନତା, ସମ୍ମିଶ୍ରଣ, ନିରନ୍ତର ବିକାଶ ସମ୍ଭବ ହେବ । ବିଶ୍ୱରେ ଏବେ ଶିକ୍ଷକମାନଙ୍କ ଅଭାବ ଦେଖାଦେଇଛି । ସମାଜକୁ ଆଗକୁ ନେବାଲାଗି ବହୁବିଧ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିବ । ତେଣୁ ସେଥିପାଇଁ ପ୍ରସ୍ତୁତି ଆବଶ୍ୟକ । କଳା, ସଂସ୍କୃତି, ଐତିହ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ୟୁନେସ୍କୋର ପ୍ରୟାସ ପଛରେ ଜି ୨୦ର ସମର୍ଥନ ରହିଛି । ପ୍ରଶାସନରେ କମ୍ପୁଟରର ବ୍ୟବହାର ଦ୍ୱାରା ଲୋକଙ୍କ ସହ ସଂପର୍କ ରକ୍ଷା, ସେବାରେ ସୁବିଧା ହୋଇଥାଏ । ତେବେ ଏ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା, ଦାୟିତ୍ୱବୋଧ ରହିବା ଆବଶ୍ୟକ,ନଚେତ ଅନେକ ସମୟରେ ମୁଷ୍ଟିମେୟ ଲୋକେ କ୍ଷତି କରିବାର ସମ୍ଭାବନା ରହିଛି । ବିକାଶ ପାଇଁ ତଥ୍ୟର ବ୍ୟବହାର ବେଳେ ଘରୋଇ ଓ ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ରହିବା ନିହାତି ଜରୁରୀ । 
	ଜି୨୦ ଗବେଷଣା ଓ ନବସର୍ଜନ କାର୍ଯ୍ୟଗୋଷ୍ଠୀ ୨୦୨୪ରେ କାର୍ଯ୍ୟାରମ୍ଭ କରିବା ଦ୍ୱାରା ବିଜ୍ଞାନ ଗବେଷଣା, ଢାଞ୍ଚା ନିର୍ମାଣରେ ଗବେଷଣା ହେବା ସହ ଉତ୍ପାଦନ କ୍ଷେତ୍ରରେ ବିଜ୍ଞାନର ବ୍ୟବହାର, ଟେକ୍‌ନୋଲୋଜୀର ଉପଯୋଗ ଏବଂ ନବସର୍ଜନ ବୃଦ୍ଧିପାଇବ । ଜି୨୦ ମହିଳା ସଶକ୍ତିକରଣ କାର୍ଯ୍ୟଗୋଷ୍ଠୀ ୨୦୨୪ରେ କାର୍ଯ୍ୟାରମ୍ଭ କରିଛି । କନ୍ୟା ଓ ମହିଳାମାନଙ୍କର ସଶକ୍ତିକରଣରେ ଏହା ସାହାଯ୍ୟ କରିବ । ସରକାରୀ ଏବଂ ବେସରକାରୀ ସ୍ତରରେ କାର୍ଯ୍ୟସ୍ଥଳରେ ଲିଙ୍ଗଗତ ଭେଦଭାବ, ହିଂସା, ସମାନ ଦରମା, ନେତୃତ୍ୱ ସୁଯୋଗକୁ ଦୃଷ୍ଟିରେରଖି କାର୍ଯ୍ୟକରିବା ସହଜ ହେବ । ମହିଳାଙ୍କୁ ଶାନ୍ତିର ବାର୍ତ୍ତାବହ ଭାବେ ସଂଗଠନ ବିଚାର କରେ । 
	ବିଶ୍ୱରେ ପ୍ରତିବର୍ଷ ବ୍ୟାପକ ବିପର୍ଯ୍ୟୟ ଘଟି ଚାଲିଥିଲାବେଳେ ତାହା ଲୋକମାନଙ୍କ ଜୀବନକୁ ବିପର୍ଯ୍ୟସ୍ତ କରି ପକାଉଛି । ତେଣୁ ସେନ୍‌ଡାଇ କାର୍ଯ୍ୟଢାଞ୍ଚା ଅନୁଯାୟୀ ବିପର୍ଯ୍ୟୟର କ୍ଷୟକ୍ଷତି ହ୍ରାସ କରିବାକୁ ପଦକ୍ଷେପ ଏବଂ ସହଯୋଗ ନିଆଯିବ । ପ୍ରବାସୀ ଶ୍ରମିକଙ୍କୁ ଆବଶ୍ୟକତା ବିକାଶ ପାଇଁ ଅପରିହାର୍ଯ୍ୟ ହୋଇପଡିଥିଲା ବେଳେ ସେଥିପାଇଁ ଜାତୀୟ ନୀତିରେ ଏହାକୁ ସ୍ୱୀକୃତି, ମାନବାଧିକାର ରକ୍ଷା, ସେମାନଙ୍କ ମୌଳିକ ଅଧିକାର ପ୍ରତି ଦୃଷ୍ଟି ଦେବାକୁ ହେବ । 
	ଜାତିସଂଘର ସାମୁଦ୍ରିକ, ଜୈବିକ ବିବିଧତାର ସୁରକ୍ଷା ବ୍ୟବହାର ନୀତି ଅନୁଯାୟୀ ସାମୁଦ୍ରିକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ହେବ । ନାଇସଠାରେ ୨୦୨୫ରେ ହେବାକୁ ଥିବା ୩ୟ ଜାତିସଂଘ ମହାସାଗରୀୟ ସମ୍ମିଳନୀରେ ଆମେ ସକ୍ରିୟତାର ସହ କାର୍ଯ୍ୟକରିବୁ । ମହାସାଗର୨୦ ବିଷୟରେ ଆମକୁ ଆଗାମୀ ଦିନରେ ବିଚାର କରିବାକୁ ହେବ । 
	ନୂଆଦିଲ୍ଲୀର ଆଲୋଚନା ଅନୁଯାୟୀ ଜି୨୦ ପକ୍ଷରୁ ଭଲ, ବଡ ଏବଂ ପ୍ରଭାବଶାଳୀ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ନିର୍ମାଣ କରିବାକୁ ହେବ । ଯାହା ଫଳରେ କି କ୍ଷେତ୍ରୀୟ ଏବଂ ବୈଶ୍ୱିକ ଆହ୍ୱାନକୁ ମୁକାବିଲା କରିବା ପାଇଁ ଏପରି ବ୍ୟାଙ୍କ ରାଷ୍ଟ୍ରମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେଇପାରିବେ । ନୂଆଦିଲ୍ଲୀ ଘୋଷଣା ଅନୁଯାୟୀ ଛୋଟ ଏବଂ ଅଳ୍ପ ଆୟର ରାଷ୍ଟ୍ରଗୁଡିକୁ ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହେବାଲାଗି ବିଶ୍ୱବ୍ୟାଙ୍କ୍ ଯେପରି ସୁବିଧାରେ ଋଣ ଯୋଗାଇ ଦେଇପାରିବ ଆମେ ସେଥିପାଇଁ ମିଳିତ ପ୍ରୟାସ କରିବା ଦରକାର । ଲିମା ସେୟାର ହୋଲଡିଂ ନୀତି ଅନୁସାରେ ଆନ୍ତର୍ଜାତିକ ବ୍ୟାଙ୍କର ପୁନର୍ଗଠନ ଓ ବିକାଶ-୨୦୨୫ର ଅଂଶଧନ ସମୀକ୍ଷା ରିପୋର୍ଟକୁ ଆମେ ଦେଖିବା ଦରକାର । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ ୨୫ତମ ଚେଆର ଆଫ୍ରିକାର ସାହାରା ନିକଟସ୍ଥ ରାଷ୍ଟ୍ରର ସଦସ୍ୟଙ୍କ ପାଇଁ ରହିବା ପ୍ରସାୟକୁ ଆମେ ସ୍ୱାଗତ କରୁଛୁ । ଜୁନ ୨୦୨୫ ସୁଦ୍ଧା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରିଚାଳନା ବୋର୍ଡ ୧୭ଶ ସାଧାରଣ ସମୀକ୍ଷା (ଅନୁଦାନ ପରିମାଣ) ଅନୁଯାୟୀ ଦାରିଦ୍ର ହ୍ରାସ ଓ ବିଶ୍ୱାସ,ବୃଦ୍ଧି ସୁବିଧା ଋଣ ପ୍ରଦାନ ବେଳେ ବିଚାର କରିବାକୁ ଯେପରି ବ୍ୟବସ୍ଥା କରୁଛନ୍ତି ତାହା ବେଶ ସ୍ୱାଗତଯୋଗ୍ୟ । କ୍ଷୁଧା ଓ ଦାରିଦ୍ର‌୍ୟ ବିରୋଧୀ ବୈଶ୍ୱିକ ମେଣ୍ଟ ଲକ୍ଷ୍ୟପୂରଣ ଲାଗି ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡିକୁ ଆର୍ôଥକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ରାଷ୍ଟ୍ରଗୁଡିକ ସେମାନଙ୍କ ପ୍ରତିଶ୍ରୁତି ଅନୁସାରେ ଅର୍ଥ ଦେବାକୁ ଆମେ ଅନୁରୋଧ କରୁଛୁ । ବ୍ରାଜିଲ ଅଧ୍ୟକ୍ଷତାରେ ୨୦୨୪ରେ ଆଫ୍ରିକା ପକ୍ଷରୁ ଆରମ୍ଭ କରାଯାଇଥିବା ଋଣ, ବିକାଶ ଓ ନିର୍ମାଣ ବିଷୟରେ ବିତର୍କକୁ ଆମେ ସ୍ୱାଗତ କରୁଛୁ । 
	ଦାରିଦ୍ର‌୍ୟ ଓ କ୍ଷୁଧା ସହ ଲଢିବା ପାଇଁ ସମନ୍ୱିତ ଆର୍ôଥକ ବିକାଶ, ନିରନ୍ତର ବିକାଶମୂଳକ ପ୍ରୟାସ ଆବଶ୍ୟକ, ଯାହାର ସହାୟକ ଆନ୍ତର୍ଜାତିକ ବାଣିଜ୍ୟ ହୋଇଥାଏ । ମାରାକେଶ ବୁଝାମଣାର ୩୦ତମ ବାର୍ଷିକ ଅବସରରେ ଆମେ ବିଶ୍ୱ ବାଣିଜ୍ୟ ସଂଗଠନର କାର୍ଯ୍ୟପ୍ରଣାଳୀର ବିକାଶ ନିମନ୍ତେ ସଂସ୍କାର ଆଣିବାକୁ ଆହ୍ୱାନ ଦେଉଛୁ । ଆମର ସମସ୍ତ ସଦସ୍ୟ ଯେପରି ବିବାଦର ସମାଧାନ କରିବାକୁ ୨୦୨୪ସୁ୍‌ଦ୍ଧା ପ୍ରସ୍ତୁତ ହେବେ ସେଥିପାଇଁ ଆମେ ଚେଷ୍ଟା କରିବୁ । 
	ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା ଆଗାମୀ ଦିନରେ ବିକାଶର ଇଞ୍ଜିନ ହେବ । ଡିଜିଟାଲ ଇକୋନୋମୀ ୱର୍କିଂ ଗ୍ରୁପ ପକ୍ଷରୁ ଯେଉଁ କାର୍ଯ୍ୟ ଜି ୨୦ ଦେଶ ହାତକୁ ନେବେ  ସେଥିପ୍ରତି ସମସ୍ତଙ୍କର ସମର୍ଥନ ରହିବ । 
	ଆଫ୍ରିକୀୟ ରାଷ୍ଟ୍ରମାନଙ୍କରେ ଶିଳ୍ପର ବିକାଶ ଓ ଆର୍ôଥକ ପ୍ରଗତିପାଇଁ ଏଜେଣ୍ଡା ୨୦୬୩ ଅନୁଯାୟୀ ଯେଉଁ କାର୍ଯ୍ୟ ଚାଲୁଛି ସେଥିପାଇଁ ଆଫ୍ରିକୀୟ ୟୁନିଅନର ପ୍ରୟାସକୁ ଆମେ ସ୍ୱାଗତ କରୁଛୁ । ୨୦୨୫ରେ ଦକ୍ଷିଣ ଆଫ୍ରିକା ଜି୨୦ର ଅଧ୍ୟକ୍ଷତା ନେବ । ୨୦୨୬ରେ ଆମେରିକାରେ ସମସ୍ତେ ପୁଣି ଭେଟିବାର ଯୋଜନା ରହିଛି । ସାଉଦି ଆରବ ଆଗାମୀ ଦିନରେ ନିଜ ଦେଶରେ ଜି ୨୦ ବୈଠକ ପାଇଁ ଯେଉଁ ଆଗ୍ରହ ପ୍ରକାଶ କରିଛି ।  କ୍ଷୁଧା ଓ ଦାରିଦ୍ର‌୍ୟର ଦୂରୀକରଣ ପାଇଁ ସଂଘର୍ଷରେ ସମସ୍ତେ ସାମିଲ ହୋଇ ବିକାଶକୁ ଆଗରୁ ନେବେ ବୋଲି ଆଶା ରହିଛି । 
	ଜି୨୦ ବୈଠକ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବିଗତ ବର୍ଷମାନଙ୍କରେ ଭାରତର ବିକାଶ, ଆର୍ôଥକ ପ୍ରଗତି, ପ୍ରତିରକ୍ଷା ଓ ମହାକାଶରେ ବିକାଶ, ଦେଶରେ ଦାରିଦ୍ର‌୍ୟ ଓ କ୍ଷୁଧା ଦୂରୀକରଣ ପାଇଁ ଚାଲୁଥିବା ବିବିଧ ଯୋଜନା ସଂପର୍କରେ ଉଲ୍ଲେଖ କରି ଡିଜିଟାଲ ଦେଣନେଣ କିପରି ଜନଜୀବନକୁ ସହଜ ଓ ସରଳ କରିଛି ତାହା ପ୍ରକାଶ କରିଥିଲେ । ସେ ରିଓଠାରେ ଉପସ୍ଥିତ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ନିଜ ସରକାରର ସଫଳତା ଓ ବିଦେଶରେ ଭାରତର ସମ୍ମାନ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ । 

ଭାରତୀୟ ସମ୍ବାଦ ସେବା (ଭାସ୍‌)
ଭୁବନେଶ୍ୱର-୭୫୧୦୦୩

Leave a Reply