ଭୁବନେଶ୍ୱର, ତା୨୮।୧୧- ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ଶାଖାର ଏକଦିବସୀୟ ରାଜ୍ୟ ସମ୍ମିଳନୀ ଡିସେମ୍ବର ୧ରେ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବରେଣ୍ୟ ଅତିଥି ରୂପେ ଯୋଗଦେବେ। କାର୍ଯ୍ୟକ୍ରମରେ ମହାସଂଘର ଅଖିଳ ଭାରତୀୟ ପଦାଧିକାରୀ ମହେନ୍ଦ୍ର କପୁର, ମହେନ୍ଦ୍ର କୁମାର, ଆଲୋକ ଚଟ୍ଟୋପାଧ୍ୟାୟ, ଡକ୍ଟର ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ। ଜାତୀୟ ଶିକ୍ଷାନୀତି- ୨୦୨୦ ଆଦି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ସମସ୍ତ ଜିଲ୍ଲାରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଶିକ୍ଷକମାନେ ଏଥିରେ ଯୋଗଦେବେ ବୋଲି ରାଜ୍ୟ ସଂଗଠନ ସମ୍ପାଦକ ଡକ୍ଟର ନିରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।