ପ୍ରାଦେଶିକ ଜନଜାତି କ୍ରୀଡ଼ା ୩୦ରୁ


କଟକ: ପ୍ରାଦେଶିକ ଜନଜାତି କ୍ରୀଡ଼ା-୨୦୨୪ ସତ୍ୟବ୍ରତ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଆସନ୍ତା ୩୦ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୯ଟି ଜିଲ୍ଲାରୁ ୩ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ତୀରନ୍ଦାଜରେ ସଜୁନିୟର ଓ ଜୁନିୟର ବର୍ଗରେ ଖେଳାଯିବ। ଖୋ-ଖୋ ରେ ସବ୍‌ଜୁନିୟର ବାଳକ ଓ ଜୁନିୟର ବାଳିକା ଦଳ ପ୍ରତିଯୋଗିତାକୁ ଓହ୍ଲାଇବେ। ବନବାସୀ କଲ୍ୟାଣ ଆଶ୍ରମର ଏହି ପ୍ରତିଯୋଗିତାରୁ ବହୁ ପ୍ରତିଭା ଚୟନ ହୋଇ ସାଇ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେବାକୁ ସୁଯୋଗ ପାଇବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ଅବସରରେ ସୁରେଶ କୁମାର କମାନୀ, ବିଜୟ କୁମାର ଅଗ୍ରୱାଲ, ଚନ୍ଦ୍ରକାନ୍ତ ନାଥ, ଲକ୍ଷ୍ମୀଧର ବେହେରା, ଜ୍ଞାନଚାନ୍ଦ ନାହାଣଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *