ମଧୁବାବୁଙ୍କ ସମାଧି ପୀଠରୁ ହଟିଲା ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ ଲେଖା


କଟକ: ଗୋରାକବରସ୍ଥିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସମାଧି ପୀଠରେ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ ଲେଖା ହେବାକୁ ନେଇ ବିବାଦ ଦେଖାଦେଇଥିଲା । ମଧୁସ୍କୃତି ସୁରକ୍ଷା ମଞ୍ଚ ଏବଂ ବହୁ ବୁଦ୍ଧିଜୀବୀ ଏହାକୁ ବିରୋଧ କରିବାରୁ ବୁଧବାର ଏହି ଲେଖାକୁ ଲିଭାଇ ଦିଆଯାଇଛି । କଟକ ମହାନଗର ନିଗମ (ସିଏମସି) କମିସନର ଅନାମ ପାତ୍ର ଏବଂ ସ୍ଥାନୀୟ ପୁଲିସ ଉପସ୍ଥିତିରେ ଏହାକୁ ଲିଭାଯାଇଥିଲା । ସେହି ସ୍ଥାନରେ ମଧୁବାବୁଙ୍କ ସମାଧୂ ପୀଠ ଲେଖାଯାଇଥିଲା। ଆଗାମୀ ଦିନରେ କିଭଳି ଏହି ପୀଠ ସ୍ମାରକୀରେ ପରିଣତ ହେବ ସେଥ‌ିପାଇଁ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରାଯିବ ବୋଲି ମଧୁସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ମଧୁବାବୁଙ୍କ ସମାଧୂ ପୀଠର ସମ୍ମୁଖ ଫାଟକରେ କିଛି ଦୁର୍ବୃତ୍ତ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଜ ଲେଖିଦେଇଥିଲେ। ଯାହା ଓଡ଼ିଆ ଅସ୍ମିତା ପ୍ରତି ଏକ କୁଠାରାଘାତ ସଦୃଶ ହୋଇଥିଲା। ମଧୁବାବୁ ଓଡ଼ିଆ ଜାତିର କୁଳବୃଦ୍ଧ । ତାଙ୍କ ସମାଧ୍ଵସ୍ଥଳରେ ଏପରି ଲେଖିବା କେବେ ବି ଗ୍ରହଣୀୟ ନୁହଁ ବୋଲି ମଞ୍ଚ ଦାବି କରିଥିଲା। ମଧୁବାବୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ: କିନ୍ତୁ ତାଙ୍କ ସମାଧ୍ୟସ୍ଥଳରେ କୌଣସି ସମ୍ପ୍ରଦାୟର ନାଁ ଲେଖୁବା ଏକ ନିନ୍ଦନୀୟ ପ୍ରସଙ୍ଗ । ତେଣୁ ବାଧ୍ୟତାମୂଳକ ଭାବରେ ନଭେମ୍ବର 27 ତାରିଖ ଦିନ ମୁଖ୍ୟ ଫାଟକ ଉପରେ ଲେଖା ଥିବା କଟକ ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ ଲେଖାକୁ ଲିଭାଯାଇଥିଲା।

Leave a Reply

Your email address will not be published. Required fields are marked *