ଅଜମେର ଦରଘାରେ ହିନ୍ଦୁ ମନ୍ଦିର


କେନ୍ଦ୍ର, ଏଏସ୍‌ଇକୁ ନୋଟିସ୍ କଲେ କୋର୍ଟ
ନୂଆଦିଲ୍ଲୀ, ୨୮/୧୧ : ଅଜମେର ଶରିଫ ଦରଘାରେ ଶିବ ମନ୍ଦିର ଥିବା ଦାବି କରି ଅଜମେର କୋର୍ଟରେ ହୋଇଥିବା ଏକ ଆବେଦନକୁ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଉକ୍ତ ମାମଲାରେ ୩ ପକ୍ଷଙ୍କୁ ନୋଟିସ୍ କରିଛନ୍ତି। କୋର୍ଟ ଅଜମେର ଦରଘା କମିଟି, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଏବଂ ଏଏସ୍ଆଇକୁ ନୋଟିସ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବରରେ ଏହି ଆବେଦନ ହୋଇଥିଲା। ଦରଘାରେ ହିନ୍ଦୁ ଦେବତାଙ୍କୁ ପୂଜା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଥିଲା। ଆଇନଜୀବୀ ଯୋଗେଶ ସିରୋଜାଙ୍କ ଏହି ଆବେଦନ ଉପରେ କୋର୍ଟ ଆସନ୍ତା ଡିସେମ୍ବର ୨୦ ତାରିଖରେ ଶୁଣାଣି କରିବେ। ଆବେଦନକାରୀ କହିଛନ୍ତି, ଆମର ଦାବି ହେଉଛି ଅଜମେର ଦରଘାକୁ ସଙ୍କଟ ମୋଚନ ମହାଦେବ ମନ୍ଦିର ଘୋଷଣା କରାଯାଉ ଏବଂ ଦରଘାର ଯଦି କୌଣସି ପଂଜୀକରଣ ଥାଏ ତେବେ ଏହାକୁ ବାତିଲ କରାଯାଉ। ଏଏସ୍‌ଆଇ ଦ୍ବାରା ମସଜିଦର ସର୍ବେକ୍ଷଣ ସହ ହିନ୍ଦୁମାନଙ୍କୁ ଏଠାରେ ପୂଜା ପାଇଁ ଅନୁମତି ମିଳୁ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *