ଖୋର୍ଦ୍ଧା, ୨୦/୧୧: ଗୋମାତା ଆମର ବନ୍ଦନୀୟ ଏବଂ ପୂଜନୀୟ। ତାଙ୍କର ସୁରକ୍ଷା ଏବଂ ବିକାଶ ସରକାରଙ୍କର ପ୍ରାଥମିକତା। ରାଜ୍ୟରେ ଚାଲିଥିବା ବେଆଇନ୍ ଗୋଚାଲାଣ ଉପରେ ଆହୁରି ଅଙ୍କୁଶ ଲାଗିବ । ସେଥିପାଇଁ ଆସିବ ସ୍ବତନ୍ତ୍ର ଆଇନ ା ଖୋର୍ଦ୍ଧାର ହାବେଳି ପଡ଼ିଆରେ ନଭେମ୍ବର 20 ତାରଖ ଦିନ ଅନୁଷ୍ଠିତ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ଉଦ୍ଘାଟନ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା କହିଛନ୍ତି। ଗୋମାତାଙ୍କ ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି, ରାଜ୍ୟରେ ଗୋଶାଳାମାନ ଖୋଲିବା ଗୋଶାଳା ନିର୍ମାଣ ପାଇଁ ସରକାର ୫୦ରୁ ୫୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଯୋଗାଇ ଦେବେ | କେବଳ ସେତିକି ନୁହେଁ, ପ୍ରତ୍ୟେକ ଗୋମାତାଙ୍କ ଖାଦ୍ୟ ପାଇଁ ସରକାର ୨୦ ହଜାର ଟଙ୍କାର ଖାଦ୍ୟ ଖର୍ଚ୍ଚ ବହନ କରିବା ସହିତ ରାସ୍ତାକଡ଼ରେ ଦୁର୍ଘଟଣାରେ ଶିକାର ହେଉଥିବା ଗାଈଗୋରୁଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯିବ ା