ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ସପ୍ତାହ ପାଳନ

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ସପ୍ତାହ ପାଳନ
ରାୟଗଡ଼: ରାୟଗଡାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହର ଶୁଭାରମ୍ଭ ହେଇଛି । ଏହି ସେବା ସପ୍ତାହ ୭ ଦିନ ଧରି ରାୟଗଡ଼ାରେ ଚାଲିବ । ସେବା ହିଁ ପରମ ଧର୍ମ ବାର୍ତ୍ତା ନେଇ ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସେବା ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି ସେବା ସପ୍ତାହ ପାଳନ କରଯାଉଥିବା ନଗର କାର୍ଯ୍ୟବାହ ବିଦ୍ୟା ଭୂଷଣ ପଣ୍ଡା ସୂଚନା ଦେଇଛନ୍ତି । ଆଜି ସହରରେ ଥିବା ମହାପୁରୁଷାଙ୍କ ପ୍ରତିମୂର୍ତ୍ତି ଓ ତାର ଚତୁର୍ପାର୍ଶ୍ଵକୁ ସଫାସୁତରା କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ୭ ଦିନିଆ ସେବା ସପ୍ତାହରେ ସ୍ଵଛତା, ରୋଗୀଙ୍କୁ ଫଳ ଓ ଶୁଖୁଲା ଖାଦ୍ୟ ବଣ୍ଟନ, ବୃକ୍ଷରୋପଣ, ପ୍ରକୃତି ବନ୍ଦନ, ମାଗଣା ରକ୍ତ ପରୀକ୍ଷା ଓ ଓ ଚିହ୍ନଟ, ମାଗଣା ସ୍ୱାସ୍ଥ୍ୟ ଶିବିର ଭଳି ଅନେକ ସେବା କାର୍ଯ୍ୟକ୍ରମ କରାଯିବ । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ୟାମ କୁମାର ଦାଶ, ପ୍ରମୋଦ ମହାନ୍ତି, ଯୋଗେଶ୍ଵର ଦାସ, ଗଣେଶ କୁମାର ସାହୁ, ଶ୍ରୀନିବାସ ସାହୁ, ଗଣେଶ ବେହେରା, ଏମ. ବିଦ୍ୟା ସାଗର, ଶଶୀ ଭୂଷଣ ହୋତା, ମାଲେଶ୍ବର ରାଓ, ସୋମନାଥ ପାଣିଗ୍ରାହୀ, ରାଜେଶ କୁମାର ପାଣିଗ୍ରାହୀ, ମନୋଜ କୁମାର ଗୌଡ଼ ପ୍ରମୁଖଙ୍କ ସମେତ ବହୁ ସ୍ଵୟଂ ସେବକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *