କୋଇଲିପଙ୍ଗିରୁ ୨୫ ଗୋମାତା ଉଦ୍ଧାର

କୋଇଲିପଙ୍ଗିରୁ ୨୫ ଗୋମାତା ଉଦ୍ଧାର
ଢେଙ୍କାନାଳ: ସହର ଥାନା ଭାପୁର ଫାଣ୍ଡି ପୁଲିସ ଗତକାଲି ରାତିରେ ଗୋରୁଚାଲାଣ ହେଉଥିବା ଏକ ଗାଡ଼ିର ପିଛା କରି କୋଇଲିପଙ୍ଗି ପୋଲଠାରେ ଜବତ କରିଥିଲା । ଗାଡ଼ିର ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିରୁ ୨୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ହିନ୍ଦୋଳ ବାଲାମୀ, ମହାଲନ୍ଦା ଅଞ୍ଚଳରୁ ଏକ ପିକ୍ ଭ୍ୟାନ୍ (ଓଡି-୦୫ବିଟି-୮୫୫୦)ରେ ଗାଡ଼ିରେ ଗୋରୁ ବୋଝେଇ ହୋଇ ତିଗିରିଆ ଅଞ୍ଚଳକୁ ଚାଲାଣ ହେଉଥିଲା। ବିଶ୍ବସ୍ତସୂତ୍ରରୁ ଖବର ପାଇ ଭାପୁର ଫାଣ୍ଡି ପୁଲିସ ଗୋରୁ ବୋଝେଇ ଗାଡ଼ିର ପିଛା କରି କୋଇଲିପଙ୍ଗିଠାରେ ଅଟକାଇଥିଲା। ଗୋରୁ ଗାଡ଼ି ଚାଳକ ତିଗିରିଆ ଅଞ୍ଚଳର ଇମରାନ ଖାନଙ୍କୁ ପୁଲିସ ଗିରଫ କରିଛି। ସେଥିରେ ଥିବା ୨୫ଟି ଗୋରୁକୁ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳର ଏକ ଗୋ-ଶାଳାରେ ରଖାଯାଇଛି। ଅଭିଯୁକ୍ତ ଇମରାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶାନ୍ତନୁ ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *