ଅଖିଳ ଭାରତୀୟ ଶୋଧାର୍ଥୀ ସମ୍ମିଳନୀ ବିବିଭା-୨୦୨୪ ଅନୁଷ୍ଠିତ


ଗୁରୁ ଦ୍ରୋଣଙ୍କ ନଗରୀ ଗୁରୁଗ୍ରାମରେ ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ୱାରା ଆୟୋଜିତ ତ୍ରିଦିବସୀୟ ଅଖିଳ ଭାରତୀୟ ଶୋଧାର୍ଥୀ ସମ୍ମିଳନୀ ବିବିଭା-୨୦୨୪ ଅନୁଷ୍ଠିତ ହୋଇ ଯାଇଛି ।
ଅନ୍ତିମ ଦିବସରେ ଯୋଗ ଗୁରୁ ସ୍ୱାମୀ ରାମଦେବ ଶୋଧାର୍ଥୀମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ଦୈନନ୍ଦିନ ଜୀବନଠାରୁ ରାଷ୍ଟ୍ର ନିର୍ମାଣ ପର୍ଯ୍ୟନ୍ତ ଯୋଗର ମହତ୍ୱ ଉପରେ ସେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେକ ସଂଘକୁ ପ୍ରଶଂସା କରି ସ୍ୱାମୀ ରାମଦେବ କହିଛନ୍ତି ଯେ ଯେଉଁମାନେ ସ୍ୱଦେଶୀ ଅଭିଯାନ ଆରମ୍ଭ କରିବାର ଶ୍ରେୟ ନେଉଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସ୍ୱଦେଶୀ ଅଭିଯାନର ମୂଳଦୁଆ ବହୁ ପୂର୍ବରୁ ସଂଘ ଦ୍ୱାରା ହୋଇଥିଲା ଏବଂ ଏହି ଅଭିଯାନକୁ ଆଗକୁ ବଢାଇବା ପାଇଁ ମୋର ମଧ୍ୟ ଦାୟିତ୍ୱ ଥିଲା ।
ଭାରତୀୟ ନୈାସେନାର ମୁଖ୍ୟ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ଭାରତ କେନ୍ଦ୍ରିକ ଅନୁସନ୍ଧାନକୁ ଉତ୍ସାହିତ କରି ଯୁବକମାନଙ୍କ ମଧ୍ୟରେ ଗବେଷଣା କାର୍ଯ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତୀୟ ଶିକ୍ଷଣ ମଣ୍ଡଳ ଯୁବା ଆୟାମର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଜାତୀୟ ଶିକ୍ଷା ନୀତି ପ୍ରଣୟନରେ ଭାରତୀୟ ଶିକ୍ଷଣ ମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିିଛି । ଜାତୀୟ ନିରାପତା ଏବଂ ବିକଶିତ ଭାରତର ଧାରଣା ଦେଶର ପ୍ରତ୍ୟେକ ନାଗରିକଙ୍କ ପ୍ରାଥମିକତା ହେବା ଉଚିତ୍ । ମୁସଲିମ ରାଷ୍ଟ୍ରିୟ ମଂଚର ମାର୍ଗଦର୍ଶକ ଇନ୍ଦ୍ରଶ କୁମାର ଭାରତ କେନ୍ଦ୍ରିକ ଅନୁସନ୍ଧାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦେଶର ୧୨୦୦ ଗବେଷକ ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞଙ୍କ ସହ ମୁକ୍ତ ଆଲୋଚନା କରିବାର ସୁଯୋଗ ପାଇଲେ । ଭାରତ-କେନ୍ଦ୍ରିକ ଗବେଷଣାକୁ ବୃଦ୍ଧି କରିବା ଏବଂ ଯୁବ ଗବେଷକମାନଙ୍କୁ ଉତ୍ସାହିତ କରିବା ପାଇଁ, ତିନି ଦିନିଆ ଶୋଧ ମହାକୁମ୍ଭରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଙ୍ଗଚାଳକ ଡକ୍ଟର ମୋହନ ଭାଗବତ,ଗୀତା ମନୀଷୀ ମହାମଣ୍ଡଳେଶ୍ୱର ପରମ ପୂଜ୍ୟ ଜ୍ଞାନାନନ୍ଦଜୀ ମହାରାଜ, ଭାରତୀୟ ଶିକ୍ଷଣ ମଣ୍ଡଳର ଅଖିଳ ଭାରତୀୟ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଯୋଷୀ,ଅଖିଳ ଭାରତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁହାସ ପେଡନେକର ମଧ୍ୟ ନିଜର ବିଚାର ରଖିଥିଲେ ।

Leave a Reply

Your email address will not be published. Required fields are marked *