Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଗବତୀ ମନ୍ଦିରରୁ ଚୋରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଗବତୀ ମନ୍ଦିରରୁ ଚୋରି


ଜୟପୁର- ଜୟପୁର ଜଗନ୍ନାଥ ମନ୍ଦିର ପରିସରେ ଥିବା ଅଧିଷ୍ଟାତ୍ରୀ ମା ଭଗବତୀ ମନ୍ଦିରରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତ୍ରରେ ମନ୍ଦିରରେ ପଶି ଚୋରି କରିଥିବା ଜଣାଯାଇଛି । ମନ୍ଦିରର ସେବାୟତ ହରି ଗୌଡ ସକାଳ ଆଠଟାରେ ମନ୍ଦିର ଚାବି ଖୋଲିବା ସମୟରେ ଏହା ଜାଣିବାକୁ ପାଇଥିଲେ । ପରେ ପୁଜକ ଭିରେନ୍ଦ୍ର କୁମାର ରଥ ପହଂଚିବା ପରେ ଲୋକଙ୍କ ଭିଡ ଜମିଥିଲା । ହୁଣ୍ଡି, ମା ଙ୍କ ଅଳଙ୍କାର, ଶାଢୀ ରୋଷେଇ ଘର ନିକଟରେ ପଡିଛି । ଏନେଇ ଦେବୋତର ଅଧିକାରି ମନୋଲିତା ଆଚାଯ୍ୟି ଓ ଟାଉନ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୁତ ମାନେ ହୁଣ୍ଡିକୁ ଭାଙ୍ଗି ଦେଇଥିଲେ । ମାଙ୍କ ସୁନା ଗହଣା, ରୁପା ଆଦି କିଛି ଚୋରି ହୋଇ ନଥିବା ଜଣାଯାଇଛି । ହୁଣ୍ଡିରେ ମଧ୍ୟ କିଛି ଟଙ୍କା, ସୁନା ମୁଦିକୁ ଛାଡି ଦେଇଥିଲେ ଦୁର୍ବୁତ । ମନ୍ଦିର କାଠ କବାଟର ତାଲା ଭାଙ୍ଗି ଭିତରେ ପଶିଥିଲେ ବୁର୍ବୁତ । ମା ପିନ୍ଧିଥିବା ରୁପା ଚୁଡିକୁ ବାହାର କରିଥିଲେ । ସେହି ଚୁଡି ଓ ଲୁଗା, ହୁଣ୍ଡିର ହାଣ୍ଡି ଆଦି ରୋଷେଇ ଘର ପାଖରେ ପକାଇ ଚମ୍ପଟ ମାରିଥିଲେ । ମନ୍ଦିରରେ ସିସି କ୍ୟାମେରା ଲାଗିଥିବା ବେଳେ ବୁର୍ବୁତ ମାନେ ଚତୁରତାର ସହ ତାର କାଟି ଦେଇଥିବା ବେଳେ ଗୋଟିଏ ସିସି କ୍ୟାମେରା ଚୋରି ହୋଇଯାଇଛି । ଏନେଇ ଜୟପୁର ଟାଉନ ପୋଲିସ ପହଂଚି ତଦନ୍ତ କରିବା ସହ ସାଇଂଟିଫିକ ଟିମ୍‌, ସନ୍ଧାନି କୁକୁର ତଦନ୍ତ କରିଛି ା

Leave a Reply