Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂଘ ହେଉଛି ସମଗ୍ର ସମାଜର ସଂଗଠନ: ଡ.ବୈଦ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂଘ ହେଉଛି ସମଗ୍ର ସମାଜର ସଂଗଠନ: ଡ.ବୈଦ୍ୟ


ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ସରସଂଘଚାଳକ ଡ.କେଶବ ବଳିରାମ ହେଡଗେୱାର କହିଥିଲେ ଯେ, ସଂଘ ହେଉଛି ସମ୍ପୂର୍ଣ୍ଣ ସମାଜର ସଂଗଠନ । ଗତ ୯୯ ବର୍ଷଧରି ଆମେ ଏହା ଅନୁଭବ କରୁଅଛୁ । ୨୦୧୭ ରୁ ୨୦୨୪ ପର୍ଯ୍ୟନ୍ତ ସଂଘ କାର୍ଯ୍ୟର ବିସ୍ତାର ର ଆକଳନ କରିବା ବେଳେ ଏହାର ବ୍ୟାପକତା ଧ୍ୟାନକୁ ଆସିଥାଏ । ଦେଶର ୯୯ ପ୍ରତିଶତ ଜିଲ୍ଲାରେ ସଂଘର କାର୍ଯ୍ୟଚାଲିଛି ବୋଲି ଅଖିଳ ଭାରତୀୟ ପ୍ରତିନିଧି ସଭାର ଉଦ୍‌ଘାଟନ ପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଡ.ମନମୋହନ ବୈଦ୍ୟ ଏହି ବିଷୟ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର, ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଆଲୋକ କୁମାର ମଧ୍ୟ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାକୁ ପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ ଏବଂ ମାନନୀୟ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଭାରତମାତାଙ୍କ ନିକଟରେ ପୁଷ୍ପାର୍ଚ୍ଚନ କରି ଉଦ୍‌?ଘାଟନ କରିଥିଲେ । ଚଳିତ ବର୍ଷ ନାଗପୁରର ରେଶିମବାଗ ସ୍ମୃତି ମନ୍ଦିର ପରିସରରେ ୧୫ ରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସଭାର ଆୟୋଜନ କରାଯାଇଥିଲା । ଦେଶର ସମସ୍ତ ପ୍ରଦେଶରୁ ୧୫୨୯ ଜଣ କାର୍ଯ୍ୟକର୍ତ୍ତା ଏହି ସଭାରେ ଉପସ୍ଥିତ ଥିଲେ ।
ଡ.ବୈଦ୍ୟ ସଂଘକାର୍ଯ୍ୟର ବିସ୍ତାର ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, କାର୍ଯ୍ୟ ଦୃଷ୍ଟିକୋଣରୁ ସଂଘ ରଚନାରେ ଦେଶରେ ୪୫ଟି ପ୍ରାନ୍ତ ରହିଛି । ଏହା ତଳକୁ ବିଭାଗ, ଜିଲ୍ଲା ଏବଂ ଖଣ୍ଡର ରଚନା ହୋଇଛି । ସେହିପରି ୯୨୨ ଜିଲ୍ଲାରେ ୬୫୯୭ ଖଣ୍ଡ(ତହସିଲ)ରେ ୧୨-୧୫ ଗ୍ରାମକୁ ନେଇ ଏକ ସମୂହ, ଯାହାକୁ ଆମେ ମଣ୍ଡଳ ବୋଲି କହିଥାଉ, ସେହି ୨୭୭୨୦ ମଣ୍ଡଳରେ ୭୩,୧୧୭ ଦୈନିକ ଶାଖା ଲାଗୁ ଅଛି । ଗତ ବର୍ଷ ୪୪୬୬ଟି ଶାଖା ବୃଦ୍ଧି ପାଇଛି । ଏହି ଶାଖାଗୁଡିକରେ ୬୦ ପ୍ରତିଶତ ବିଦ୍ୟାର୍ଥୀ ଏବଂ ୪୦ ପ୍ରତିଶତ ଚାକିରିଆ ଅଥବା ବ୍ୟବସାୟୀ କାର୍ଯ୍ୟକର୍ତ୍ତାଙ୍କର ସମାବେଶ ହୋଇଥାଏ । ଏଥିରେ ୪୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୧୧ ପ୍ରତିଶତ ଅଟେ । ସାପ୍ତାହିକ ମିଳନର ସଂଖ୍ୟା ୨୭,୭୧୭, ଯାହା ଗତ ବର୍ଷ ଠାରୁ ୮୪୦ ସାପ୍ତାହିକ ମିଳନ ବୃଦ୍ଧି ହୋଇଛି । ସଂଘ ମଣ୍ଡଳୀର ସଂଖ୍ୟା ହେଉଛି ୧୦,୫୬୭ । ନଗର ଏବଂ ମହାନଗର ଗୁଡିକର ୧୦ ହଜାର ବସ୍ତିରେ ୪୩ ହଜାର ପ୍ରତ୍ୟକ୍ଷ ଶାଖା ଅଛି ।
ମହିଳା ସମନ୍ୱୟ କାର୍ଯ୍ୟରେ ରାଷ୍ଟ୍ର ସେବିକା ସମିିତିର ବିଭିନ୍ନ ସଂଗଠନର ସକ୍ରିୟ ମହିଳା କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ୪୪ ପ୍ରାନ୍ତରେ ୪୬୦ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୫ଲକ୍ଷ ୬୧ ହଜାର ମହିଳା ଅଂଶଗ୍ରହଣ କରିଥିଲେ । ସଂଘର ଶତାବ୍ଦୀ ବର୍ଷ ପାଇଁ ପ୍ରସ୍ତୁତି ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଚିନ୍ତନ, ସମାଜ ପରିବର୍ତନରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ବୃଦ୍ଧି କରିବା ହେଉଛି ଏହାର ଉଦ୍ଦେଶ୍ୟ ।
ଅହଲ୍ୟାବାଇ ହୋଲକରଙ୍କ ଜନ୍ମ ଶତବାର୍ଷିକୀ ମେ ୨୦୨୪ ରୁ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ପାଳନ ହେବାକୁ ଯାଉଛି । ଅହଲ୍ୟାବାଇ ହୋଲକର ଦେଶରେ ଧାର୍ମିକ ସ୍ଥଳଗୁଡିକର ପୁନର୍ନିର୍ମାଣ କରିଥିଲେ ଏବଂ ଦରିଦ୍ର ଲୋକଙ୍କ ଆର୍ôଥକ ଆତ୍ମନିର୍ଭରଶୀଳତା ପାଇଁ ଅନେକ କାର୍ଯ୍ୟ କରିଛନ୍ତି, ଯାହା ବିଷୟରେ ସମାଜ ଅବଗତ ନୁହେଁ । ଏହି ବର୍ଷ ସାରା ଭାରତରେ ତାଙ୍କର ଅବଦାନ ବିଷୟକୁ ପ୍ରସାରିତ କରିବା ଲକ୍ଷ୍ୟରେ ଏହି ଯୋଜନା ଉପରେ କାର୍ଯ୍ୟ ଚାଲିଛି । ଆସନ୍ତା ଲୋକସଭା ନିର୍ବାଚନରେ ଶତ ପ୍ରତିଶତ ମତଦାନ ହେଉ, ଏଥିପାଇଁ ସଂଘର ସ୍ୱୟଂସେବକ ଘରକୁ ଘର ଯାଇ ଜନସଚେତନତା ସୃଷ୍ଟି କରିବେ ।
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମୟରେ ସଂଘଦ୍ୱାରା ବ୍ୟାପକ ଜନସଂପର୍କ ଅନୁଷ୍ଠିତ ହୋଇଥିଲା । ଅକ୍ଷତ ବିତରଣ ଅଭିଯାନ ଦ୍ୱାରା ୫,୭୮,୭୭୮ଗାଁ ଏବଂ ୪୭୨୭ ସହରରେ ମୋଟ ୧୯ କୋଟି ୩୮ ଲକ୍ଷ ୪୯ ହଜାର ୭୧ ପରିବାରକୁ ସ୍ୱୟଂସେବକମାନଙ୍କ ସହିତ ୪୪ ଲକ୍ଷ ୯୮ ହଜାର ୩୩୪ ରାମଭକ୍ତ ସଂପର୍କ କରିଥିଲେ ।
ସଂଘ ଶିକ୍ଷା ବର୍ଗ ରଚନାରେ ଏକ ନୂତନ ପାଠ୍ୟକ୍ରମ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂୂୂୂର୍ବରୁ ସଂଘ ଶିକ୍ଷା ବର୍ଗ ସଂରଚନାରେ ୭ଦିନର ପ୍ରାଥମିକ ଶିକ୍ଷା ବର୍ଗ, ୨୦ ଦିନିଆ ପ୍ରଥମ ବର୍ଷ, ୨୦ଦିନିଆ ଦ୍ୱିତୀୟ ବର୍ଷ ଏବଂ ୨୫ ଦିନିଆ ତୃତୀୟ ବର୍ଷ ଅନୁଷ୍ଠିତ ହେଉଥିଲା । ବର୍ତ୍ତମାନ ନୂତନ ସଂରଚନାରେ ୩ ଦିନିଆ ପ୍ରାରମ୍ଭିକ ବର୍ଗ, ୭ ଦିନିଆ ପ୍ରାଥମିକ ଶିକ୍ଷା ବର୍ଗ, ୧୫ ଦିନିଆ ସଂଘଶିକ୍ଷା ବର୍ଗ, ୨୦ ଦିନିଆ କାର୍ଯ୍ୟକର୍ତା ବିକାଶ ବର୍ଗ -୧ ଓ ୨୫ ଦିନିଆ କାର୍ଯ୍ୟକର୍ତା ବିକାଶ ବର୍ଗ-୨ ଅନୁଷ୍ଠିତ ହେବ । ଏହି ବର୍ଗରେ ବିଶେଷ ରୂପରେ ବ୍ୟବହାରିକ ପ୍ରଶିକ୍ଷଣ ମଧ୍ୟ ଅନ୍ତର୍ଭୁକ୍ତ ହେବ ।
କ୍ସଗ୍ଦଗ୍ଦ.କ୍ଟକ୍ସଶ ସଂଘର ଏହି ୱେବସାଇଟରେ ପ୍ରତି ବର୍ଷ ଜୟନ ଆରଏସ୍‌ଏସ୍ ମାଧ୍ୟମରେ ସଂଘରେ ଯୋଗଦାନ ପାଇଁ ଅନୁରୋଧ ଆସୁଛି । ୨୦୧୭ ରୁ ୨୦୨୩ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଅନୁରୋଧ ଆସିଛି । ଜାନୁଆରୀ ଏବଂ ଫେବୃୟାରୀ ୨୦୨୪ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

Leave a Reply