Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ବିଦ୍ୱତ୍ ପରିଷଦର ସଭାପତି ଶିକ୍ଷାବିତ୍ ଦିବାକର ବାରିକ,ସମ୍ମାନୀୟ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଂଚାନନ ବେହେରା ଓ ମୁଖ୍ୟବକ୍ତା ଭାବରେ ଆଚାର୍ଯ୍ୟା ବୀଣାପାଣି ବାରିକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ଚାଚା ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ଜବାହାରଲାଲ ନେହେରୁଙ୍କ ଜୀବନୀ ଦର୍ଶନ ଉପରେ ଆଲୋକପାତ କରିବା ସହ ପଣ୍ଡିତ ନେହେରୁଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା,ଚିତ୍ରାଙ୍କନ,ଦେଶାତ୍ମବୋଧକ ସଂଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗୁରୁମା ପ୍ରିୟଙ୍କା ବେହେରା ଓ ସରସ୍ୱତୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ଟୁନିତା ସାହୁ,ସୁକନ୍ୟା ମାଝି,କୁମୁଦ ବେହେରା, ଚତୁର୍ଭୂଜ ସାହୁ,ବିକାଶ ପ୍ରଧାନ,ଭଗବାନ ସାହୁ,ନିତ୍ୟାନନ୍ଦ ବେହେରା, ଦୁର୍ଯ୍ୟୋଧନ ସାହୁଙ୍କ ସହ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।

Leave a Reply