Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲୌହ ପୁରୁଷ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲୌହ ପୁରୁଷ : ସର୍ଦ୍ଦାର ବଲ୍ଲଭଭାଇ ପଟେଲ

-ସୌର ଚନ୍ଦ୍ର ମହାପାତ୍ର –
ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ପୁରା ନାମ ବଲ୍ଲଭାଭାଇ ଝୱେରଭାଈ ପଟେଲ । ଥରେ ନିଷ୍ପତ୍ତି ନେଲେ, ତାହାକୁ କୌଣସି ପରିସ୍ଥିତିରେ ବି ସେ ବଦଳାଉ ନଥିଲେ । ଆବେଗ ଉଦ୍‌ବେଗ ଅପେକ୍ଷା ନିଜ ନୀତିକୁ ସମ୍ମାନ ଦେବାରେ ସେ ଥିଲେ ପ୍ରବୀଣ । କଠୋର କର୍ମ-ଜୀବନ ପରିସର ମଧ୍ୟରେ ବଲ୍ଲଭଭାଈ ସର୍ବଦା ଲୌହ ଦୃଢ଼ ଥିଲେ । ସଂକଳ୍ପରେ ଦୃଢ଼ତା ତାଙ୍କୁ ଲୋକମୁଖରେ ଲୌହ ପୁରୁଷ ଭାବେ ପରିଚିତ କରାଇଥିଲେ । କର୍ମମୟ ଜୀବନରେ ସେ ଥିଲେ ଜଣେ ନୀତିନିଷ୍ଠ ବାରିଷ୍ଟର ଓ ରାଷ୍ଟ୍ରନେତା । ଦୃଢ଼ ଭଗବତ ବିଶ୍ୱାସ, ମାତୃଭୂମି ପ୍ରତି ମମତା, ଗାନ୍ଧିଜୀଙ୍କ ପ୍ରତି ସଶ୍ରଦ୍ଧ ସ୍ନେହ, ତାଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା ପାଇଁ ସେ ସର୍ବଦା ପ୍ରସ୍ତୁତ ରହୁଥିଲେ । ଗାନ୍ଧିଜୀଙ୍କର ଅତି ନିକଟତମ ବ୍ୟକ୍ତିଭାବେ ସର୍ଦ୍ଦାର ପଟେଲ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ସ୍ୱାଧୀନତା ଆନ୍ଦୋଳନକୁ ତ୍ୱରାନ୍ୱିତ କରିଥିଲେ । ୧୯୩୨ ଜାନୁଆରୀରୁ ୧୯୩୩ ମେ ମାସ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲ ଗାନ୍ଧିଜୀଙ୍କ ସହ ୟାରାବାଡ଼ ଜେଲରେ ରହିଥିଲେ । ଏହାଥିଲା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ତାଙ୍କ ଜୀବନର ମହତ୍ତ୍ୱ ସମ୍ପର୍କରେ ଗାନ୍ଧିଜୀ କହିଥିଲେ ସରଦାର ପଟେଲ ଯେତେବେଳେ ମୋ ସହିତ ଅଛନ୍ତି, ସେତେବେଳେ ମୁଁ କିପରି ଏକୁଟିଆ ଅନୁଭବ କରିବି? ସେ ଏପରି ଥଟଲି ଲୋକ ଯେ ମୁଁ ହସିବା ପର୍ଯ୍ୟନ୍ତ ସେ ହସାଉଥିବେ । ଦିନକୁ ଥରେ ନୁହେଁ ବହୁତ ଥର ହସାନ୍ତି । ଦେଶ ସ୍ୱାଧୀନ ପରେ ପଟେଲଙ୍କ କର୍ମ ପରିସର ଅଧିକ ପରିବ୍ୟାପ୍ତ ହୋଇଥିଲା । ଜବାହାରଲାଲ ନେହରୁଙ୍କ ସହିତ ତାଙ୍କର ଅନେକ କ୍ଷେତ୍ରରେ ମତପାର୍ଥକ୍ୟ ରହୁଥିଲା । ମାତ୍ର ତତ୍କଳୀନ ଭାରତୀୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପଟେଲ ଥିଲେ ଏକମାତ୍ର ସୁଯୋଗ୍ୟ ବ୍ୟକ୍ତି । ମହାନ ଜାତିପ୍ରାଣ, ଟାଣୁଆ ଜନନେତା ସର୍ଦ୍ଦାର ପଟେଲ ତତ୍କାଳୀନ ବମ୍ବେ ପ୍ରେସିଡେନ୍‌ସି ଅନ୍ତର୍ଗତ ନଡ଼ିୟାଡ଼୍ ଠାରେ ୧୮୭୫ ଅକ୍ଟୋବର ୩୧ ତାରିଖ ଦିନରେ ଜନ୍ମ ଗ୍ରହଣ କରିଥିଲେ ।

Leave a Reply