ଶିଶୁ ମନ୍ଦିର ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ

ନିଶ୍ଚିନ୍ତକୋଇଲି: ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ନିଆରା ଢଙ୍ଗରେ ରକ୍ଷାବନ୍ଧନ ଓ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଗୋମାତାଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା । ସ୍ଥାନୀୟ ଗ୍ରାମରେ ଥିବା ବଟ ବୃକ୍ଷକୁ ବିଧି ଅନୁଯାଇ ପୂଜନ କରାଯାଇଥିଲା । ସେଠାରେ ଉପସ୍ଥିତ ମାଆ ମାନଙ୍କ ଦ୍ୱାରା ସାମୁହିକ ଆଳତୀ କରାଯାଇ ଗଛରେ ପିଲାମାନେ ଓ ଗୁରୁଜୀ ଗୁରୁମା ମାନେ ରାକ୍ଷୀ ବାନ୍ଧିଥିଲେ । ଉପସ୍ଥିତ ବରିଷ୍ଟ ନାଗରିକ ମାନଙ୍କୁ ସାମୁହିକ ରକ୍ଷା ବନ୍ଧନ କରାଯାଇଥିଲା । ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ କାର୍ଯ୍ୟରତ ଡାକ୍ତର ଓ ରୋଗୀଙ୍କ ସମେତ କର୍ମଚାରୀ ମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । ନିଶ୍ଚିନ୍ତକୋଇଲି ଥାନା ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରାଯାଇଥିଲା । ସ୍କୁଲ ପରିସରରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଦୀପାଞ୍ଜଳି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ଉପସଭାପତି ଆଇନଜୀବୀ ଅଶୋକ କୁମାର ମହାପାତ୍ର, ସମ୍ପାଦକ ତପନ କୁମାର ଦାଶ, ସହସମ୍ପାଦିକା ବିଦୁଲତା ପଣ୍ଡା ପ୍ରମୁଖ ଅତିଥିରୂପେ ଯୋଗଦାନ କରି ରକ୍ଷା ବନ୍ଧନ, ବିଶ୍ୱ ଭାତୃତ୍ୱ ଭାବ, ପରିବେଶ ସୁରକ୍ଷା, ଗୋସମ୍ପଦ ରକ୍ଷା ଓ ବିଜ୍ଞାନ ତଥା ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପ୍ରମୁଖ ଶକୁନ୍ତଳା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *