Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଥ ତୁଳସୀ ଦାସ ଓ ଶ୍ରୀ ଜଗନ୍ନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଥ ତୁଳସୀ ଦାସ ଓ ଶ୍ରୀ ଜଗନ୍ନାଥ

ସନ୍ଥ ତୁଳସୀ ଦାସ ପୁରୀ ଆସି ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଶ୍ରୀରମ, ଲକ୍ଷ୍ମଣ ଏବଂ ସୀତାଙ୍କ ରୂପରେ ଦର୍ଶନ କରିଥିବା ଜଣାଯାଏ । ତୁଳସୀ ଦାସଙ୍କ ଶ୍ରୀକ୍ଷେତ୍ର ଆଗମନକୁ ନେଇ କିମ୍ବଦନ୍ତୀ ରହିଛି । ବାଲ୍ମିକୀ ରାମାୟଣର ଉତ୍ତରାକା ପାଠ କରି ତୁଳସୀ ଦାସ ଜାଣିବାକୁ ପାଇଲେ ଯେ ଯେତେବେଳେ ଶ୍ରୀରମା ସ୍ୱର୍ଗକୁ ଗମ କରିବାକୁ ପ୍ରସ୍ତୁତ ହେଲେ । ବିଭୀଷଣ ତାଙ୍କ ସହିତ ସ୍ୱର୍ଗପୁରୀ ଯିବାକୁ ଇଚ୍ଛା ପ୍ରକଟ କରିଥିଲେ । ଉତ୍ତରରେ ଶ୍ରୀରାମ ବିଭୀଷଣକୁ କହିଥିଲେ ଯେ ସ୍ୱର୍ଗପୁରକୁ ଚାଲିଯାଉଥିଲେ ବି ମର୍ତ୍ତ୍ୟମଣ୍ଡଳରେ ମୋର ସତ୍ତା ରହିବ । ଭକ୍ତମାନେ ଯେତେବେଳେ ଚାହିଁବେ ମୋର ଦର୍ଶନ ଦେବି । ଏହା ଜାଣି ପାରି ପ୍ରତିଦିନ ରାତ୍ରିରେ ବିଭୀଷଣ ଲଙ୍କାରୁ ଆସି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ବାଲ୍ମିକୀ ରାମାୟଣରୁ ଏହା ଜାଣିବାକୁ ପାଇ ତୁଳସୀ ଦାସ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ । ସେ ମନ୍ଦିର ଭିତରେ ଶ୍ରୀରାମଙ୍କୁ ନପାଇ ନିରାଶ ହେଲେ ଏବଂ ଅଯୋଧ୍ୟା ଫେରିବାକୁ ବାହାରିଲେ । ପୁରୀ ଠାରୁ ପ୍ରାୟ ଦଶ କଲୋମିଟର ଦୂର ଚନ୍ଦନ ପୁର ନିକଟସ୍ଥ ରାସ୍ତାକଡରେ ଥିବା ଏକ ବରଗଛ ମୂଳରେ ଆଶ୍ରୟ ନେଇଥିଲେ । ସନ୍ଥଙ୍କ ସ୍ମୃତିକୁ ଜୀବିତ ରଖିବା ଲାଗି ସେହି ସ୍ଥାନ ଏବେ ତୁଳସୀ ଚଉରା ନାମରେ ନାମିତ ହୋଇଛି । ତୁଳସୀ ଦାସ ସେହି ଗଛ ମୂଳେ ନିଦ୍ରା ଯାଇଥିବା ବେଳେ ଭଗବାନ ତାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ । ଏହାପରେ ସେ ପୁଣି ଥରେ ଶ୍ରୀମନ୍ଦିରକୁ ଫେରିଥିଲେ । ରତ୍ନ ସିଂହାସନ ଉପରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀରାମ, ଲକ୍ଷ୍ମଣ ବେଶରେ ବଳଭଦ୍ର ଓ ସୁଭଦ୍ରାଙ୍କୁ ମାତା ସୀତା ରୂପରେ ଦେଖି ତୁଳସୀ ଦାସ ଅଭିଭୂତ ହୋଇଥିଲେ । ଏହାପରେ ସେ ଶ୍ରୀଜଗନ୍ନାଥଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ।

Leave a Reply